WFI ଅଧ୍ୟକ୍ଷଙ୍କ ବିରୋଧରେ ଲାଗିଥିବା ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ ହେବ: ୭ ଜଣିଆ କମିଟି ଗଠନ କଲା IOA
20/01/2023 at 9:40 PM

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ(WFI) ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଲାଗିଥିବା ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ ହେବ। ଏଥିପାଇଁ ଶୁକ୍ରବାର ଭାରତୀୟ ଅଲିମ୍ପିକ ଆସୋସିଏସନ୍(IOA) ଏକ ୭ ଜଣିଆ କମିଟି ଗଠନ କରିଛି। ଏହି କମିଟିରେ IOAର ସଦସ୍ୟ ବକ୍ସର ମେରି କମ, ଦୋଲା ବାନାର୍ଜୀ, ଅଳକାନନ୍ଦା ଅଶୋକ, ଯୋଗେଶ୍ୱର ଦତ୍ତ ଏବଂ ସହଦେବ ଯାଦବ ସାମିଲ୍ ଅଛନ୍ତି।
ଏନେଇ କମିଟି ଏକ ସବିଶେଷ ବୈଠକ କରିଥିଲା। ଉକ୍ତ ମାମଲା ସମ୍ପର୍କରେ ପଚରାଉଚରା କରିବା ପାଇଁ କମିଟି ଉଭୟ ପକ୍ଷକୁ ଡାକିପାରେ ବୋଲି ସୂଚନା ମିଳିଛି। ଏହା ପୂର୍ବରୁ ଆନ୍ଦୋଳନରତ ରେସଲରମାନେ ଆଇଓଏ ଅଧ୍ୟକ୍ଷ ପିଟି ଉଷାଙ୍କୁ ଚିଠି ଲେଖି ମାମଲାରେ ହସ୍ତକ୍ଷେପ କରିବାକୁ ଦାବି କରିଥିଲେ। ଆଇଓଏ କମିଟି ଗଠନ କରି ତଦନ୍ତ କରୁ ବୋଲି ଖେଳାଳିମାନେ ଦାବି କରିଥିଲେ।
ଏଥିରେ ସେମାନେ ଅଭିଯୋଗ କରିଥିଲେ ଯେ WFI ଅଧ୍ୟକ୍ଷ ସରକାରୀ ଟଙ୍କରା ହଡ଼ପ କରୁଛନ୍ତି। ତା ସହିତ ଜାତୀୟ କ୍ୟାମ୍ପରେ କୋଚ୍ ଓ ସ୍ପୋର୍ଟସ ସାଇନ୍ସ ଷ୍ଟାପ୍ ଅଯୋଗ୍ୟ ବୋଲି ସେମାନେ ଦାବି କରିଥିଲେ।
ଏଥିରେ ସେମାନେ ଅଭିଯୋଗ କରିଥିଲେ ଯେ WFI ଅଧ୍ୟକ୍ଷ ସରକାରୀ ଟଙ୍କରା ହଡ଼ପ କରୁଛନ୍ତି। ତା ସହିତ ଜାତୀୟ କ୍ୟାମ୍ପରେ କୋଚ୍ ଓ ସ୍ପୋର୍ଟସ ସାଇନ୍ସ ଷ୍ଟାପ୍ ଅଯୋଗ୍ୟ ବୋଲି ସେମାନେ ଦାବି କରିଥିଲେ। l ତା ସହିତ ଅଧ୍ୟକ୍ଷଙ୍କୁ ନିଲମ୍ବିତ କରାଯାଉ ବୋଲି ଚିଠି ଲେଖି ଦାବି ଜଣାଇଥିଲେ ରେସଲର।
ଏଥିରେ ଆହୁରି ମଧ୍ୟ କୁହାଯାଇଥିଲା ଯେ ଆମେମାନେ ବଡ଼ ସାହସର ସହ WFI ଅଧ୍ୟକ୍ଷଙ୍କ ବିରୋଧରେ ଏଠି ଆନ୍ଦୋଳନ କରିଛୁ। କାରଣ ଆମ ଜୀବନ ପ୍ରତି ବିପଦ ରହିଛି। ଯଦି ତାଙ୍କୁ ନିଲମ୍ବନ ନ କରାଯାଏ ତେବେ ଏହି ଧାରଣାରେ ଯେଉଁ ଯୁବ ଖେଳାଳିମାନେ ସାମିଲ୍ ହୋଇଛନ୍ତି ସେମାନଙ୍କ କ୍ୟାରିୟର ସମ୍ପୂର୍ଣ୍ଣ ବର୍ବାଦ ହୋଇଯିବ ବୋଲି ଆଇଓଏକୁ ଲେଖାଯାଇଥିବା ଚିଠିରେ କୁହାଯାଇଥିଲା। ଯେପର୍ଯ୍ୟନ୍ତ WFI ଅଧ୍ୟକ୍ଷଙ୍କୁ ନିଲମ୍ବିତ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ଆମେ ଏଠୁ ଉଠିବୁ ନାହିଁ ବୋଲି ଚିଠିରେ ଉଲ୍ଲେଖ ରହିଥିଲା।