ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଆସିଛି ଡକରା, ସ୍ୱାଧୀନତା ଦିବସରେ ଅତିଥି ହେବେ ଯାଜ୍ଞସେନୀ
12/08/2023 at 11:07 AM

ଟିଟଲାଗଡ ୧୨/୦୮: ଦେଶ ପାଳିବ ୭୭ ତମ ସ୍ବାଧୀନତା ଦିବସ । ଏହି ଅବସରରେ ସମ୍ମାନୀତ ହେବେ ପଛୁଆ ଅଞ୍ଚଳର ମହିଳା ଯାଜ୍ଞସେନି ପୁଟେଲ । ଏହି ଖବର ପ୍ରସାରିତ ହେବାପରେ ଯାଜ୍ଞସେନୀଙ୍କ ନିକଟକୁ ଛୁଟିଛି ପ୍ରଶଂସାର ସୁଅ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଖୋଲନ ଗାଁର ଏହି ମହିଳାଙ୍କୁ ହୋଇଛି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ନିମନ୍ତ୍ରଣ ।
ଶ୍ରୀମତୀ ପୁଟେଲ ଜଣେ ହେଉଛନ୍ତି ଜଣେ ଏସଏଚଜିର ମହିଳା ସାଙ୍ଗକୁ ଜଣେ MGNREGA ଶ୍ରମିକ । ସେ ବିଭିନ୍ନ ସରକାରୀ ଯୋଜନା ନିଜକୁ ସାମିଲ କରି ନିଜେ ଲାଭାନ୍ୱିତ ହେବା ସହ ସେ ଗଢିଥିବା ସ୍ୱୟଂ ସହାୟିକା ଦଳର ସମସ୍ତ ସଦସ୍ୟଙ୍କୁ ଲାଭ ଦେଉଛନ୍ତି । ପ୍ରଥମ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟାଳୟରୁ ଚିଠି ଆସିବା ଏବଂ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ରେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେବାର ସୁଯୋଗ ପାଇ ଥିବାରୁ ସେ ଖୁସି ଅନୁଭବ କରୁଛନ୍ତି ।
ସୂଚନା ଅନୁସାରେ ତାଙ୍କ ଗାଁ ରେ ହୋଇଥିବା ଅମୃତ ସରୋବର ମଧ୍ୟ ସଫଳ ରୂପାୟନରେ ତାଙ୍କ ଅନେକ ଅବଦାନ ରହିଥିବା ବେଳେ ମହାମାରୀ କରୋନା ସମୟରେ ମାକ୍ସ ତିଆରି କରି ଅଞ୍ଚଳରେ ମାଗଣା ବାଣ୍ଟିବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହା ସହିତ ଦୀର୍ଘ ୧୦ ବର୍ଷ ଧରି ସେ ଏସଏଚଜି ମାନଙ୍କୁ ସିଲେଇ ଟ୍ରେନିଂ ମାଧ୍ୟମରେ ୧୨ଜଣ ମହିଳାଙ୍କୁ ଜୀବିକା ଦେଇଛନ୍ତି ।
ନିଜର ସିଲେଇ ମେସିନର ଖଟ ଖଟ ଶବ୍ଦ ଆଜି ତାଙ୍କୁ ବିଶ୍ବଦରବାରରେ ନୂଆଁ ପରିଚୟ ଦେଇଥିବାରୁ ନିଜ ସିଲେଇ ମେସିନକୁ ଲକ୍ଷ୍ମୀ ମାଁଙ୍କ ଆଖ୍ୟା ଦେବାକୁ ଭୁଲିନାହାନ୍ତି ମହିଳା ଜଣକ । ଗୋଟିଏ ଗୃହିଣୀଙ୍କୁ ସରକାରଙ୍କ ଦୁରଦର୍ଶୀ ଶାସନ ପାଇଁ ଏତେ ସମ୍ମାନ ମିଳିଥିବାରୁ ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କୁ ତାଙ୍କ ପରିବାର ଲୋକେ ଧନ୍ୟବାଦ ଦେଇଛନ୍ତି । ନିଜ ମାଁ ଦିଲ୍ଲୀ ଦରବାରରେ ସମ୍ମାନୀତ ହେବାକୁ ନେଇ ଗର୍ବ କରିବା ସହ ଖୁସିର ଲୁହ ଝରେଇଥିଲେ ।