ଅଂଶୀଦାରୀ ବିକିବା ଲାଗି ସରକାରଙ୍କ ଯୋଜନାକୁ ଝଟକା, PSUଙ୍କ ପ୍ରତି ଆଗ୍ରହୀ ହେଉ ନାହାନ୍ତି ନିବେଶକ
30/11/2020 at 10:17 PM

ମୁମ୍ବାଇ ୩୦।୧୧: ସରକାରୀ କମ୍ପାନୀ ବିକ୍ରି ଲାଗି କେନ୍ଦ୍ର ସରକାରଙ୍କ ଯୋଜନାକୁ ଝଟକା। ନିବେଶକ ଏପରି କମ୍ପାନୀ ଅର୍ଥାତ ପିଏସୟୁମାନଙ୍କରେ ନିବେଶ ଲାଗି ଏତେଟା ଆଗ୍ରହୀ ହେଉ ନାହାନ୍ତି। ଘରୋଇ କ୍ଷେତ୍ରର କମ୍ପାନୀଙ୍କ ତୁଳନରେ ଏପରି ସରକାରୀ ଉପକ୍ରମଙ୍କ ସେୟାର ମୂଲ୍ୟ ଲଗାତାର ହ୍ରାସ ଯୋଗୁ ଏବେ ଏବେ ଏଭଳି ପରିସ୍ଥିତି ଉପୁଜିଛି।
ରିପୋର୍ଟ ଅନୁସାରେ ୩୧ ମାର୍ଚ୍ଚରୁ ୨୪ ନଭେମ୍ବର ମଧ୍ୟରେ ବିଏସଇ ସେନସେକ୍ସରେ ଘରୋଇ କ୍ଷେତ୍ରର କମ୍ପାନୀଙ୍କ ସେନସେକ୍ସରେ ୫୦ ପ୍ରତିଶତ ଅଭିବୃଦ୍ଧି ହୋଇଛି। ତେବେ ଏହି ସମୟରେ ବିଏସଇ ପିଏସୟୁ ଇଣ୍ଡେକ୍ସ ଅବିବୃଦ୍ଧି ମାତ୍ର ୧୮.୭ ପ୍ରତିଶତରେ ରହିଛି। ଏହି ସମୟରେ ବିଏସଇ ମେଡି କ୍ୟାପ୍ ଓ ସ୍ମଲ କ୍ୟାପ ଇଣ୍ଡେକ୍ସରେ ୬୦ ଓ ୭୫.୬ ପ୍ରତିଶତ ବୃଦ୍ଧି ଆସିଛି। ଏଣୁ ସରକାର ଏବେ ବୁକ୍ ଭାଲ୍ୟୁ ଓ ପ୍ରଫିଟେବିଲିଟି ଅନୁସାରେ ମୂଲ୍ୟାୟନ ସଂଶୋଧନର ଉପାୟ ଖୋଜୁଛନ୍ତି।
କେବଳ ସରକାରୀ ଉଦ୍ୟୋଗ ନୁହେଁ ସରକାରଙ୍କ ମାଲିକାନାଧୀନ ବ୍ୟାଙ୍କ ଯେଉଁମାନଙ୍କଠାରୁ ଲାଭ ଆଶା କରାଯାଉଥିଲା ସେମାନେ ମଧ୍ୟ ଲଗାତାର କ୍ଷତିରେ ଚାଲିବାରେ ଲାଗିଲେଣି। ଏଣୁ ଦେଶୀୟ ନିବେଶକ ଦୂରର କଥା ଏବେ ବିଦେଶୀ ନିବେଶକ ମଧ୍ୟ ଏଥିରୁ ଦୂରେଇବାରେ ଲାଗିଲେଣି। ପୋର୍ଟଫୋଲିଓ ନିବେଶ ପ୍ରତି ସେଭଳି କେହି ଆଗ୍ରହୀ ନଥିବା ଜଣାପଡ଼ିଛି।