suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆମେରିକା ରାଷ୍ଟ୍ରପତି ନିର୍ବାଚନ ରୋମାଞ୍ଚରେ ମାଲେମାଲ ନିବେଶକ, ପାଞ୍ଚ ଦିନରେ ୬ ଲକ୍ଷ କୋଟି ଟଙ୍କାର ମୁନାଫା

6/11/2020 at 7:43 PM

ନୂଆଦିଲ୍ଲୀ ୦୬।୧୧: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ରୋମାଞ୍ଚ ବଢିବାରେ ଲାଗିଛି। ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନଙ୍କ ପଲ୍ଲା ଭାରି ରହିଛି। ସେ ବର୍ତ୍ତମାନ ବିଜୟର ଦ୍ଵାର ଦେଶରେ ପହଞ୍ଚିଛନ୍ତି। ବାଇଡେନ ରାଷ୍ଟ୍ରପତି ପଦଠୁ ବାସ୍‌ ଆଉ ଗୋଟିଏ ଇଲେକ୍ଟୋରାଲ ଭୋଟ୍ ଦୂରରେ ଅଛନ୍ତି। ଅନ୍ୟପଟେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ କଡା ଟକ୍କର ଦେଉଛନ୍ତି।

ଆମେରିକା ରାଷ୍ଟ୍ରପତି ରୋମାଞ୍ଚ କାରଣରୁ ସପ୍ତାହର ପାଞ୍ଚ କାରବାର ଦିନ ଘରୋଇ ପୁଞ୍ଜି ବଜାର ଝୁମି ଉଠିଛି। ସୋମବାରଠୁ ଶୁକ୍ରବାର ମଧ୍ୟରେ ବଜାରରେ ଜୋରଦାର କାରବାର ହେବାରୁ ନିବେଶକ ମାଲାମାଲ ହୋଇଛନ୍ତି। ନିବେଶକଙ୍କୁ ପ୍ରାୟ ୬ ଲକ୍ଷ କୋଟି ଟଙ୍କାର ମୁନାଫା ହୋଇଛି। ବାଇଡେନଙ୍କ ବିଜୟ ସମ୍ଭାବନା ଆଶାରେ ବଜାର ଝୁମି ଉଠିଛି।

ବିଏସଇ ସୂଚକାଙ୍କ ଗତ ଶୁକ୍ରବାର ତଥା ଅକ୍ଟୋବର ୩୦ରେ ମାର୍କେଟ୍ କ୍ୟାପିଟାଲ୍ସ ୧, ୫୭, ୯୨, ୨୪୯.୯୧ କୋଟି ରହିଥିଲା। ଆଜି ଅର୍ଥାତ ଶୁକ୍ରବାର ମାର୍କେଟ୍ କ୍ୟାପିଟାଲ୍ସ ୧, ୬୩, ୬୦, ୬୯୯.୧୭ କୋଟି ରହିଛି। ଏହି ଦୃଷ୍ଟିରୁ ନିବେଶକ ପ୍ରାୟ ୬ ଲକ୍ଷ କୋଟି ଟଙ୍କା ଲାଭ ପାଇଛନ୍ତି।

ଉଲ୍ଲେଖଯୋଗ୍ୟ ଶୁକ୍ରବାର ସେନସେକ୍ସ ଲଗାତାର ପଞ୍ଚମ ଦିନ ଉପରକୁ ଉଠି ବନ୍ଦ ହୋଇଛି। ସେନସେକ୍ସ ୫୫୨ ଅଙ୍କ ଉପରକୁ ଉଠି ୪୧,୮୯୩ ସ୍ତରରେ ଏବଂ ନିଫଟି ୧୪୩ ପଏଣ୍ଟ ବୃଦ୍ଧି ସହିତ ୧୨୨୬୩ରେ ବନ୍ଦ ହୋଇଛି।

   Related Posts