ପଞ୍ଚମ ଦିନରେ ଭିଜିଲାନ୍ସ ସେଲ୍‌ର‌ ତଦନ୍ତ: ସ୍କାନରକୁ ଆସିପାରନ୍ତି ପ୍ରଦୀପ ପାଣିଗ୍ରାହୀ

Published By : Prameya-News7 Bureau | December 01, 2020 IST

ବ୍ରହ୍ମପୁର୧/୧୨:  ଆଇଏଫଏସ୍‌ ଅଭୟକାନ୍ତ ପାଠକ, ପୁଅ ଆକାଶ ପାଠକ ଏବଂ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି। ଜଙ୍ଗଲ ବାବୁ ଅଭୟ ପାଠକ ଓ ତାଙ୍କ ପୁଅ ଅକାଶ ପାଠକଙ୍କ ଅମାପ ସମ୍ପତ୍ତି ନେଇ ଛାନ୍‌ଭିନ ଜାରି ରଖିଛି ଭିଜିଲାନ୍ସ ସେଲ୍‌। ମଙ୍ଗଳବାର ପଞ୍ଚମ ଦିନରେ ଭିଜିଲାନ୍ସ ସେଲ୍‌ ତଦନ୍ତ ଜାରି ରଖିଛି। କାହା ଲିଙ୍କ୍‌ରେ କିଏ ,ଏ ନେଇ ମୂଳରୁ ଚେର ଯାଏଁ ଖୋଳତାଡ଼ ଆରମ୍ଭ ହୋଇଛି।

ମିଳିଥିବା ସୂଚନା ମୁତାବକ, ଅଭୟଙ୍କ ଡ୍ରାଇଭରଙ୍କୁ ଡାକି ପଚରାଉଚୁରା କରିବ ଭିଜିଲାନ୍ସ ସେଲ୍‌ । ତଦନ୍ତ ବେଳେ ଡ୍ରାଇଭରଙ୍କ ପିପିଲିସ୍ଥିତ ଘରୁ ୨୦ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ।  ସେପଟେ ବାପ-ପୁଅଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ସ୍କାନରକୁ ଆଣିପାରେ ଭିଜିଲାନ୍ସ ସେଲ୍ । ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦଳରୁ ବହିଷ୍କୃତ ହେବା ପରେ ରାଜନୈତିକ ମହଲରେ ଗୁଞ୍ଜରଣ ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.