ସରକାରଙ୍କ ଏହି ଯୋଜନାରେ ବିନିଯୋଗ କରନ୍ତୁ ୨୦୦ ଟଙ୍କା , ୧୪ ତାରିଖରେ ହୋଇଯିବେ କୋଟିପତି

Published By : Prameya-News7 Bureau | November 08, 2018 IST

ଚଣ୍ଡୀଗଡ୮|୧୧: କେତେବେଳେ କାହାର ଭାଗ୍ୟର ଦ୍ବାର ଫିଟିଯିବ ଏବଂ ସେ ଭିକାରୀରୁ କୋଟିପତି ହୋଇଯିବ କାହାକୁ ଜଣାନାହିଁ। ଏହି ଦୀପାବଳିରେ ଯଦି ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ହେଲା ତେବେ ଆପଣଙ୍କୁ କୋଟିପତି ହେବାପାଇଁ କେହି ରୋକିପାରିବେନି। ଏଥିପାଇଁ ଆପଣଙ୍କୁ କେବଳ ୨୦୦ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ବାସ୍ତବରେ ,ପଞ୍ଜାବ ସରକାର ଦୀପାବଳି ଅବସରରେ ‘‘ବମ୍ପର ଲଟେରୀ ସ୍କିମ୍’’ ଆରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ଲଟେରିରେ ପ୍ରଥମ ଦୁଇ ବିଜେତାଙ୍କୁ ଦେଢ଼ କୋଟି ଟଙ୍କା ଲେଖାଏଁ ବମ୍ପର ପୁରସ୍କାର ମିଳିବ। ଲଟେରିର ମୂଲ୍ୟ ୨୦୦ଟଙ୍କା ରଖାଯାଇଛି ।  ଅନଲାଇନ କିମ୍ବା ଅଫଲାଇନରେ ଏହି ଲଟେରୀ ଟିକେଟ କିଣାଯାଇପାରିବ। ଏହି ଲଟେରିର ଲକି ଡ୍ର ୨୦୧୮ନଭେମ୍ବର ୧୪ରେ ହେବ । ଡ୍ର ର ଫଳାଫଳ ଆପେ ଆପେ ସମସ୍ତଙ୍କୁ ଜଣା ପଡ଼ିଯିବ। ଲକି ଡ୍ରର ପ୍ରଥମ ପୁରସ୍କାର ଦୁଇ ଜଣଙ୍କୁ ଦିଆଯିବ । ପ୍ରଥମ ପୁରସ୍କାର ରାଶି ଦେଢ କୋଟି ଟଙ୍କା ରହିଛି।  ଦ୍ବିତୀୟ ପୁରସ୍କାର ୫ ଜଣ ପାଇବେ । ପୁରସ୍କାର ରାଶି ରହିଛି ନଗଦ ୧୦ଲକ୍ଷ ଟଙ୍କା । ତୃତୀୟ ପୁରସ୍କାର ରାଶି ହେଉଛି୨ ଲକ୍ଷ ୫୦ହଜାର ଟଙ୍କା । ତୃତୀୟ ପୁରସ୍କାର ୨୦ ଜଣଙ୍କୁ ପ୍ରଦାନ କରାଯିବ । ପଞ୍ଜାବ ରାଜ୍ୟର ଦୀପାବଳି ବମ୍ପର ଲଟେରି ୨୦୧୮ରେ ଯଦି ଆପଣ ଭାଗ ନେବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ଏହାର ଓ୍ବେବସାଇଟ punjabstatelotteries.gov.in ରେ ଲଗ୍ ଇନ୍ କରି ଟିକେଟ କିଣିବାକୁ ପଡ଼ିବ। ଲଟେରି ଚିକେଟ କିଣିବା ପାଇଁ ୨୦୦ଟଙ୍କା ଦେୟ ଛଡ଼ା ୬୦ଟଙ୍କା ର ଅତିରିକ୍ତ ପୋଷ୍ଟାଲ ଚାର୍ଜ ଦେବାକୁ ପଡ଼ିବ। ଏହା ପୂର୍ବରୁ ପଞ୍ଜାବ ସରକାର ରାକ୍ଷୀ ପୂର୍ଣ୍ଣିମା ଅବସରରେ ବମ୍ପର ଲଟେରି ଆୟୋଜିତ କରିଥିଲେ। ଏଥିରେ ପଞ୍ଜାବର ସଙ୍ଗରୁର ଜିଲ୍ଲାରେ ରହୁଥିବା ମନୋଜକୁମାର ନାମକ ଜଣେ ଇଟାଭାଟି  ଶ୍ରମିକ ଦେଢ଼ କୋଟି ଟଙ୍କା ଜିତି କୋଟିପତି ହୋଇଯାଇଥିଲା। ସେ ୨୦୦ଟଙ୍କା ଧାର ଆଣି ଲଟେରି କିଣିଥିଲେ । ଏହି ପ୍ରତିଯୋଗିତା ଅଗଷ୍ଟ ୨୯ତାରିଖରେ ହୋଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.