ଆପଣଙ୍କ ଝିଅଙ୍କ ପାଇଁ ଉପହାର : ପ୍ରତିଦିନ ୧୨୧ଟଙ୍କା ଜମା କଲେ ମିଳିବ ୨୭ଲକ୍ଷ ଟଙ୍କା
9/06/2019 at 3:59 PM

ନୂଆଦିଲ୍ଲୀ ୯/୬: ପ୍ରତ୍ୟେକ ବାପା ମାଆଙ୍କର ସ୍ବପ୍ନ ଥାଏ ଯେ ସେମାନେ ନିଜ ଗେହ୍ଲୀ ଝିଅର ବାହାଘର ପୂରା ଧୁମଧାମରେ କରିବେ ଏବଂ ତାଙ୍କର ସବୁ ଇଚ୍ଛା ପୂରଣ କରିବେ। ଆପଣଙ୍କ ଏହି ସ୍ବପ୍ନକୁ ପୂରା କରିବ ଜୀବନ ବୀମା ନିଗମ(ଏଲଆଇସି)ର କନ୍ୟାଦାନ ପଲିସି,ଯାହା ଜରିଆରେ ଆପଣ ପ୍ରତିଦିନ ମାତ୍ର ୧୨୧ଟଙ୍କା ଜମା କରି ୨୭ଲକ୍ଷ ଟଙ୍କା ପାଇପାରିବେ। ଆସନ୍ତୁ ଜାଣିବା ଏହି ପଲିସି ବିଷୟରେ

ଏଲଆଇସିର କନ୍ୟାଦାନ ପଲିସି ପ୍ରଥମ କନ୍ୟାଦାନ ପଲିସି ଯେଉଁଥିରେ ପିତା ନରହିଲେ ପ୍ରିମିୟମ ନିଆଯାଇନଥାଏ। କିନ୍ତୁ କନ୍ୟାଦାନର ଟଙ୍କା ଦିଆଯାଇଥାଏ। ଏହା ସହିତ ପାଠପଢ଼ାର ଖର୍ଚ୍ଚ ମଧ୍ୟ ମିଳିଥାଏ।

ଏହି ପଲିସି ଅନୁସାରେ ଯଦି ଆପଣ ପ୍ରତିଦିନ ୧୨୧ଟଙ୍କା ଜମା କରନ୍ତି ତେବେ ଆପଣଙ୍କୁ ୨୫ବର୍ଷ ପରେ ୨୭ଲକ୍ଷ ଟଙ୍କା ମିଳିବ। ପ୍ରତିଦିନ ୧୨୧ଟଙ୍କା ଅର୍ଥାତ୍ ଗୋଟିଏ ମାସରେ ଆପଣଙ୍କୁ ମୋଟ ୩୬୦୦ଟଙ୍କା ବିନିଯୋଗ କରିବାକୁ ପଡ଼ିବ। ୨୭ଲକ୍ଷ ଟଙ୍କା ଆପଣଙ୍କୁ ୨୫ବର୍ଷ ପରେ ମିଳିବ କିନ୍ତୁ ପଲିସି ଅନୁସାରେ ପ୍ରିମିୟମ ଚଆପଣଙ୍କୁ ୨୨ବର୍ଷ ଯାଏଁ ଜମା କରିବାକୁ ପଡ଼ିବ।

ଧ୍ୟାନ ରଖିବେ ଯେ ଏହି ପଲିସିକୁ ଆପଣ ସେତେବେଳେ ନେଇ ପାରିବେ ଯେତେବେଳେ ଆପଣଙ୍କ ବୟସ ୩୦ବର୍ଷ କିମ୍ବା ଅଧିକ ଥିବ। ଏହା ସହିତ ଆପଣଙ୍କ ଝିଅ ବୟସ ଅତି କମରେ ବର୍ଷେ ହୋଇଥିବ।

ଏହାର ଖାସ୍ କଥା ହେଉଛି ଏହା ଯେ ଆପଣ ନିଜ ଆବଶ୍ୟକତା ହିସାବରେ କମ୍ କିମ୍ବା ବେଶୀ ପ୍ରିମିୟମର ପ୍ଲାନ୍ ବି ନେଇପାରିବେ। ଏହି ପଲିସିର ଅନ୍ୟ ଗୁରୁତ୍ବପୂର୍ଣ ସୂଚନା ଆପଣଙ୍କୁ ଏଲଆଇସିର ଓ୍ବେବସାଇଟରେ ମିଳିଯିବ।