‘ଦି ଇଣ୍ଟରଭ୍ୟୁ ଟାଇମ୍ସ’ ପକ୍ଷରୁ ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ

Published By : Prameya-News7 Bureau | March 06, 2022 IST

ଭୁବନେଶ୍ୱର ୦୬।୦୩ :  “ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ୨୦୨୨” ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଦ୍ୟୋଗପତିଙ୍କ ଉଦ୍ୟମକୁ ସମ୍ମାନୀତ କରିବା ପାଇଁ ଇଣ୍ଟରଭ୍ୟୁ ଟାଇମସ୍ ପକ୍ଷରୁ ଏହି ଉତ୍ସବର ଆୟୋଜନ ହୋଇଛି। ମହାମହିମ ରାଜ୍ୟପାଳ ପ୍ରଫେସର୍ ଗଣେଷୀ ଲାଲ ସ୍ୱତନ୍ତ୍ର ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଏହି ଉତ୍ସବର ଉଦ୍‌ଘାଟନ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଶ୍ରୀ ଉପେନ୍ଦ୍ର ତ୍ରିପାଠୀ , ଅନ୍ୟାନ୍ୟ ବରେଣ୍ୟ ଅତିଥି ମାନଙ୍କ ମଧ୍ୟରେ ଜଷ୍ଟିସ୍ ସଞ୍ଜୁ ପଣ୍ଡା, ପଦ୍ମ ବିଭୁଷଣ ସୁଦର୍ଶନ ସାହୁ ଯୋଗଦେଇଥିଲେ। ସମ୍ମାନିତ ଅତିଥିଭାବେ ଶ୍ରୀ ଅମିତାଭ ଠାକୁର (ଆଇଜି, ଅପରେସନ୍‌) ଓ ଡ଼ଃ ତପନ ଚାନ୍ଦ (ନିର୍ଦ୍ଦେଶକ, ବେଦାନ୍ତ) ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଡ଼ଃ ହରେକୃଷ୍ଣ ଶତପଥୀ (ପୂର୍ବତନ ଉପକୂଳପତି, କିସ୍ ବିଶ୍ୱବିଦ୍ୟାଳୟ) ମୁଖ୍ୟ ବକ୍ତାଭାବେ ଯୋଗ ଦେଇଥିଲେ । ସ୍ୱତନ୍ତ୍ର ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ମାନ୍ୟବର ରାଜ୍ୟପାଳ ‘ଦି ଇଣ୍ଟରଭ୍ୟୁ ଟାଇମ୍ସ’ର ଉଦ୍ୟମକୁ ସାଧୁବାଦ ଜଣାଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ‘ଦି ଇଣ୍ଟରଭ୍ୟୁ ଟାଇମ୍ସ’ର ସମୁହ ସମ୍ପାଦକ ଦିବ୍ୟଜିତ୍ ସାହୁ ସ୍ୱାଗତ ଭାଷଣ ରଖିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରାରମ୍ଭିକ ଅଧିବେଶନ ପରେ ଓଡ଼ିଶାର ପ୍ରଗତି ଓ ଅଭିବୃଦ୍ଧିକୁ ନେଇ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଆଲୋଚନା ଚକ୍ର ପରେ ବାଣିଜ୍ୟ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ୨୦ଜଣ ସଫଳ ବ୍ୟକ୍ତିତ୍ୱଙ୍କୁ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ “ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ୨୦୨୨” ଓ ତିନି ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷ ଯଥା ଡ଼ଃ କୃପାସିନ୍ଧୁ ପଣ୍ଡା (ପଣ୍ଡା ମେଡ଼ିକାଲ ସେଣ୍ଟର), ମହେନ୍ଦ୍ର କୁମାର ଗୁପ୍ତା (ମୁଖ୍ୟ ନିର୍ଦ୍ଦେଶକ, ଗୁପ୍ତାପାୱାର), ଏସ୍‌.ପି ମହାନ୍ତି (ମୁଖ୍ୟ ନିର୍ଦ୍ଦେଶକ, ବି.ଭି.ଏଫ୍‌.ସି) ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଥିଲା ।

wp:embed {"url":"https://www.youtube.com/watch?v=e2T7EAHdoe4","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=e2T7EAHdoe4
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.