ଆନ୍ତଃରାଜ୍ୟ କଇଁଛ ରାକେଟ୍‌ର ପର୍ଦ୍ଦାଫାଶ : ୪୦କେଜି କଇଁଛ ଉଦ୍ଧାର,୪ ଗିରଫ

Published By : Prameya-News7 Bureau | June 12, 2020 IST

ମାଲକାନଗିରି ୧୨।୬: ଆନ୍ତଃରାଜ୍ୟ କଇଁଛ ରାକେଟର ପର୍ଦ୍ଦାଫାଶ କରିଛି ମାଲକାନଗିରି ଜିଲ୍ଲା ବନ ବିଭାଗ । ୪୦ କେଜି କଇଁଛ ସହ ୪ ଜଣ ଚୋରା ଚାଲାଣକାରୀଙ୍କୁ ବନ ବିଭାଗ ଗିରଫ କରିଛି । କାଲିମେଳା ବ୍ଲକର ବିଭିନ୍ନ ସ୍ଥାନରେ କଇଁଛ ଚାଲାଣ କରାଯାଉଥିବା ନେଇ ଖବର ପାଇ ଏମ.ଭି. ୭୯ ରେଞ୍ଜର ଏକ ଗାଡିକୁ ଜବତ କରିଥିଲେ । ପ୍ରହରୀ ଦେଇଥିଲେ ।

{"id":285095,"sizeSlug":"large"}

ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ୯ଟା ବେଳେ କଇଁଚ ବୋଝେଇ ୨ଟି ମୋଟର ସାଇକେଲ ଯାଉଥିବା ବେଳେ ବନ ବିଭାଗ ପକ୍ଷରୁ ଦୁଇଟି ସ୍ଥାନରେ ଏହି ଗାଡିଗୁଡିକୁ ଠାବ କରାଯାଇଥିଲା । ଘଟଣାରେ ସଂପୃକ୍ତ ଚାରି ଅଭିଯୁକ୍ତ ଏମ.ଭି. ୯୬ ଗ୍ରାମର ବିଶ୍ଵ ସିଲ୍, ବଳାଇ ସରକାର ଓ ଏମ୍ ପି ଭି ୬୫ ଗ୍ରାମର ସାଗର ମଲ୍ଲିକ ଓ ବିପୁଳ ମିର୍ଦ୍ଧାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି କଇଁଚ ଆନ୍ଧ୍ରପ୍ରଦେଶର କାକିନାଡା ଅଞ୍ଚଳରୁ ଆଣି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରାଯାଉଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.