Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ED କାର୍ଯ୍ୟାଳୟରେ ମଙ୍ଗଳବାର ଦ୍ୱିତୀୟ ଦିନ ରାହୁଲଙ୍କୁ ପଚରା ଉଚୁରା ଜାରି

14/06/2022 at 3:36 PM

ନୂଆଦିଲ୍ଲୀ ୧୪।୬: ନ୍ୟାଲନାଲ ହେରଲ୍ଡ ସମ୍ବାଦପତ୍ର ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲା ଯାଞ୍ଚରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମଙ୍ଗଳବାର ଦ୍ୱିତୀୟ ଦିନ ପଚରା ଉଚରା କରିଛି।  ପଚରା ଉଚରା ଲାଗି ରାହୁଲ ଗାନ୍ଧି ସକାଳେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପରେ ଇଡି ଅଧିକାରୀମାନେ ତାଙ୍କୁ ମାମଲା ସମ୍ପର୍କିତ ଅନେକ ପ୍ରଶ୍ନ କରିଛନ୍ତି। ଏଥିରେ ଅଧିକାରୀମାନେ ଶେୟାର ପାଟର୍ଣ୍ଣକୁ ନେଇ ରାହୁଲଙ୍କୁ ପଚରା ଉଚରା କରିଥିବା ଜଣାପଡିଛି।

ଏଥିରେ ଅଧିକାରୀମାନେ ରାହୁଲଙ୍କୁ ଆସୋସିଏଟ ଜର୍ଣ୍ଣାଲ ଲିମିଟେଡର ସେୟାର କେଉଁ ଦରରେ କିଣିଛନ୍ତି ସେ ନେଇ ପଚରା ଉଚରା କରିଛନ୍ତି। ସେ ସେୟାର କେତେ ଦରରେ କିଣିଛନ୍ତି, ଏଜିଏଲରୁ ସେ ମୋଟ କେତେ ସେୟାର କିଣିଛନ୍ତି ଓ ଏଥିପାଇଁ ଦେୟ କିପରି ଓ କେଉଁ ଆକାଉଣ୍ଟରୁ ପୈଠ କରାଯାଇଥିଲା ସେ ନେଇ ଅଧିକାରୀମାନେ ପଚରା ଉଚରା କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ନ୍ୟାସନାଲ ହେରଲ୍ଡ ସମ୍ବାଦପତ୍ର ସମ୍ପର୍କିତ ମନି ଲଣ୍ଡ୍ରିଂ ମାମଲାରେ ଇଡି ରାହୁଲ ଗାନ୍ଧିଙ୍କୁ ଦ୍ୱିତୀୟ ଦିନ ପଚରା ଉଚରା କରୁଛି। ସୋମବାର ମାମଲାରେ ଇଡି ରାହୁଲଙ୍କୁ ୧୦ ଘଣ୍ଟାରୁ ଅଧିକା କାଳ ପଚରା ଉଚରା କରିଥିଲା। ପ୍ରଥମ ଥର ଇଡି ପଚରା ଉଚରାର ସମ୍ମୁଖୀନ ହୋଇଥିବା ରାହୁଲ ଗାନ୍ଧି ଅଧିକାଂଶ ପ୍ରଶ୍ନରେ ନିରବ ରହିଥିଲେ। ପଚରା ଉଚରାର ପ୍ରଥମ ଦିନରେ ତାଙ୍କୁ ୟଙ୍କ ଇଣ୍ଡିଆ ଓ ଏଜେଏଲ ସମ୍ପର୍କିତ ପ୍ରଶ୍ନ ପଚରା ଯାଇଥିଲା। ଏଥିରେ ୟଙ୍ଗ ଇଣ୍ଡିଆର ଆସେଟ ସମ୍ପର୍କରେ ରାହୁଲଙ୍କୁ ପଚରା ଯାଇଥିବା ଜଣାପଡିଛି।

   Related Posts