ସମସ୍ତଙ୍କ ସମ୍ପର୍କରେ ଖୋଜଖବର ରଖୁଥିବା ଇଣ୍ଟରପୋଲର ଅଧ୍ୟକ୍ଷ ଏବେ ନିଖୋଜ : ଆରମ୍ଭ ହେଲା ତଦନ୍ତ

Published By : Prameya-News7 Bureau | October 05, 2018 IST

ପ୍ୟାରିସ ୫/୧୦ : ସବୁ ବିଷୟରେ ଏବଂ ସମସ୍ତଙ୍କ ସମ୍ପର୍କରେ ଗୁଇନ୍ଦା ତଥ୍ୟ ମରଖୁଥିବା ଆନ୍ତର୍ଜାତିକ ଗୁଇନ୍ଦା ସଂସ୍ଥା ଇଣ୍ଟରପୋଲର ମୁଖ୍ୟ ଏବେ ନିଖୋଜ | ୬୪ ବର୍ଷ ବୟସ୍କ ଚୀନର ମେଙ୍ଗ ହେଂଗବାଇ ସେପ୍ଟେମ୍ବର ଶେଷ ସପ୍ତାହରୁ ହିଁ ନିଖୋଜ ଥିବା ଜଣାପଡିଛି | ସେପ୍ଟେମ୍ବର ଶେଷ ସପ୍ତାହରେ ତାଙ୍କୁ ତାଙ୍କ ପତ୍ନୀ ଦେଖିଥିବା କହିଛନ୍ତି | ଏହି ଖବର ଜଣାପଡିବା ପରେ ଫ୍ରାନ୍ସ ସରକାର ଘଟଣାର ତଦନ୍ତ କରିବା ଆରମ୍ଭ କରିଛନ୍ତି | ସୂଚନାଯୋଗ୍ୟ ଯେ, ଇଣ୍ଟରପୋଲର ମୁଖ୍ୟ କାର୍ଯ୍ୟାଳୟ ଫ୍ରାନ୍ସ ଲିୟନ ସହରରେ ରହିଛି | ଏହି ସହରରେ ପେଂଗ ସପତ୍ନୀକ ରହୁଥିଲେ | ପେଂଗଙ୍କ ପତ୍ନୀ ଏଠାରେ କହିଛନ୍ତି ଯେ, ଶେଷଥର ପାଇଁ ସ୍ୱେପେମ୍ବର ଶେଷ ସପ୍ତାହରେ ତାଙ୍କ ସ୍ୱାମୀଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା | ତେବେ ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁସାରେ ମେଙ୍ଗ ସେପ୍ଟେମ୍ବର ୨୯ ତାରିଖରେ ଚୀନ ଗସ୍ତରେ ଯାଇଥିଲେ | ୨୦୧୬ ମସିହା ନଭେମ୍ବର ମାସରେ ଇଣ୍ଟରପୋଲର ଅଧ୍ୟକ୍ଷ ଦାୟିତ୍ୱ ନେବା ପୂର୍ବରୁ ମେଙ୍ଗ ଚୀନରେ ପବ୍ଲିକ ସିକ୍ୟୁରିଟି ବିଭାଗର ଉପମନ୍ତ୍ରୀ ଥିଲେ | ଗୁଇନ୍ଦା ପୋଲିସର କାର୍ଯ୍ୟକଳାପ ଯାଞ୍ଚ କରିବା ଦାୟିତ୍ୱ ତାଙ୍କର ଥିଲା | ଇଣ୍ଟରପୋଲର ୯୫ ବର୍ଷର ଇତିହାସରେ ମେଙ୍ଗ ପ୍ରଥମ ଚୀନ ନାଗରିକ ଯିଏ ଇଣ୍ଟରପୋଲର ଅଧ୍ୟକ୍ଷ ହୋଇପାରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.