Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସମ୍ବଲପୁରରେ ଆଉ ୪୮ଘଣ୍ଟା ଇଣ୍ଟରନେଟ୍ ବନ୍ଦ, ଉତ୍ତେଜନା ସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

15/04/2023 at 11:20 AM

Curfew in Sambalpur

ସମ୍ବଲପୁର ୧୫।୪: ସମ୍ବଲପୁରରେ ବନ୍ଦ ଥିବା ଇଣ୍ଟରନେଟ୍ ସେବା ଅବଧି ପୁଣି ବଢିଲା । ଆସନ୍ତା ୧୭ ତାରିଖ ଦିନ ୧୦ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ ରହିଛି । ଇଣ୍ଟରନେଟ୍ ସେବା ବନ୍ଦ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଜିଲ୍ଲାରେ ଲାଗି ରହିଥିବା ଉତ୍ତେଜନା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ଗତ ୧୩ ତାରିଖରେ ସମ୍ବଲପୁରରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଥିଲା । ପରିସ୍ଥିତି ଧିରେ ଧିରେ ଅଣାୟତ୍ତ ହେଉଥିବାରୁ ପୁଣି ଇଣ୍ଟରନେଟ୍ ସେବା ଅବଧି ବୃଦ୍ଧି କରାଯାଇଛି ।

ସେପଟେ ସମ୍ବଲପୁର ସହରରେ କର୍ଫ୍ୟୁ ଲାଗୁ ହୋଇଛି । ମଧ୍ୟରାତ୍ରି ୧୨ଟାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ । ଏ ନେଇ ସମ୍ବଲପୁର ଉପ-ଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଛନ୍ତି । କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

   Related Posts