ଆଜି ମଧ୍ୟରାତ୍ରୀରୁ ଭଦ୍ରକ ଜିଲ୍ଲାରେ ସ୍ଵାଭାବିକ ହେବ ଇଣ୍ଟରନେଟ୍ ସେବା

Published By : Prameya-News7 Bureau | October 01, 2024 IST

ଭଦ୍ରକ:  ଭଦ୍ରକ ଜିଲ୍ଲାରେ ସ୍ଵାଭାବିକ ହେବ ଇଣ୍ଟରନେଟ୍ ସେବା। ଆଜି ମଧ୍ୟରାତ୍ରୀରୁ ଇଣ୍ଟରନେଟ୍ ସେବା ସ୍ଵାଭାବିକ ହେବ। ଏ ନେଇ ମଙ୍ଗଳବାର ସୂଚନା ଦେଇଛି ଭଦ୍ରକ ଜିଲ୍ଲା ପ୍ରଶାସନ। ୯୬ ଘଣ୍ଟା ହେଲା ଭଦ୍ରକ ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ ରହିଛି।  ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ ପାଇଁ ଭଦ୍ରକ ଜିଲ୍ଲାରେ ପୋଲିସ ଉପରେ ଆକ୍ରମଣ ଓ ମାଜିଷ୍ଟ୍ରେଟଙ୍କ ଗାଡ଼ି ଭଙ୍ଗାରୁଜା ଘଟଣା ପରେ ଉପୁଜିଥିବା ସ୍ଥିତିରେ ସୁଧାର ଆସିଛି। 

ଆଜି ଭଦ୍ରକ ଅଶାନ୍ତ ଘଟଣାକୁ ନେଇ  ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ଓ ଆଇନଶୃଙ୍ଖଳା ଅତିରିକ୍ତ ମହାନିର୍ଦ୍ଦେଶକ ସଞ୍ଜୟ କୁମାର ଧାମନଗର ଓ ଭଦ୍ରକରେ ସମୀକ୍ଷା କରିଛନ୍ତି । ପରେ ପ୍ରଭାବିତ ପୁରୁଣାବଜାର ଅଞ୍ଚଳ ବୁଲି ଦେଖିଛନ୍ତି । ଘଟଣାରେ ଆହତ ସିଟି ଡିଏସପି ଅଂଶୁମାନ ଦ୍ବିବେଦୀ, ସହରାଞ୍ଚଳ ଥାନାଅଧିକାରୀ ଅଜୟ ସୁଦର୍ଶନ ଵାଗେ , ତହସିଲଦାର ସଂଗ୍ରାମ କେଶରୀ ପ୍ରିୟଦର୍ଶୀ ଙ୍କ ଆଲୋଚନା କରିଚନ୍ତି । 

ଜିଲ୍ଲା ପ୍ରଶାସନ, ଡିଆଇଜି, ଏସପିଙ୍କ ସହ ସମୀକ୍ଷା ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ମହାନିର୍ଦ୍ଦେଶକ। ସେ କହିଛନ୍ତି ଯେ ଏବେ ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣରେ ଅଛି । ଦିନେ ଦୁଇ ଦିନ ରେ ସ୍ଵାଭାବିକ ହେବ । ପୋଲିସ ଅଧିକାରୀ ଓ ପ୍ରଶାସନ ଙ୍କ ସହ ଆଲୋଚନା ହୋଇଛି । ଧାମନଗରରେ ୨୨ ତାରିଖ ରେ ଘଟଣା ପରେ ପୋଲିସ ସଜାଗ ଥିଲା । କିନ୍ତୁ ୨୭ତାରିଖ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକ ରେ ପୋଲିସ କୁ ଆକ୍ରମଣ ଓ ଭଙ୍ଗାରୁଜା ଓ ଧାମନଗର ରେ ରାସ୍ତା ରୋକ ଭଳି ଘଟଣାରେ ଜିଲ୍ଲାର ୫ ଟି ଥାନା ଅଞ୍ଚଳ ପ୍ରଭାବିତ ହୋଇଛି। ପୋଲିସ ଓ ରାପିଡ ଆକ୍ସନ ଫୋର୍ସ ନିୟମିତ ପେଟ୍ରୋଲିଂ କରୁଛନ୍ତି।

ଡିଜିପି କହିଛନ୍ତି, ସୋସିଆଲ ମିଡ଼ିଆ ରେ ଭୁଲ  ପୋଷ୍ଟ ହେଉଥିବା ଆମ ନଜର କୁ ଆସୁଛି । ଆପତ୍ତିଜନକ ପୋଷ୍ଟ ଦେଖିଲେ ପୋଲିସକୁ ଜଣାନ୍ତୁ । ପୋଲିସ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବ । ପୋଲିସକୁ ସହଯୋଗ କରିବା ସହ ସୋସିଆଲ ମିଡ଼ିଆ ଓ ଗୁଜବରୁ ଦୂରେଇ ରହିବା ପାଇଁ  ଅପିଲ କରିଚନ୍ତି । ଆଗକୁ ପାର୍ବଣ ଋତୁ ଥିବାରୁ ସମସ୍ତଙ୍କୁ ସହଯୋଗ କରିବା ପାଇଁ କହିଛନ୍ତି ।

 ସ୍ଥିତିକୁ ଦୃଷ୍ଟିରେ ରକି ଜିଲ୍ଲା ତମାମ ୯୬ ଘଣ୍ଟା ହେବ ଇଣ୍ଟରନେଟରେ କଟକଣା ଲାଗିଛି। ବିଭ୍ରାନ୍ତି କର ପୋଷ୍ଟ  ଘଟଣାକୁ ନେଇ ୮ ଟି ମାମଲା ରୁଜୁ ହୋଇଛି । ପୋଷ୍ଟ କରିଥିବା ଅଭିଯୁକ୍ତ ସହ ଜିଲ୍ଲାର ପୁରୁଣା ବଜାର ଓ ଧାମନଗରରୁ ସମୁଦାୟ ୩୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ଅଶାନ୍ତି ସୃଷ୍ଠି କରିବା ସହ ପୋଲିସ କୁ ଆକ୍ରମଣ, ମାଜିଷ୍ଟ୍ରେଟଙ୍କ ଗାଡ଼ି ଭାଙ୍ଗିବା ଘଟଣାକୁ ନେଇ ଭଦ୍ରକ ପୋଲିସ ଦୃଢ଼ କାର୍ଯ୍ୟନୁଷ୍ଠାନ ନେଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.