ଭଦ୍ରକରେ ୪ ଦିନ ପରେ ଆସିଲା ଇଣ୍ଟରନେଟ୍, ଏବେବି କିଛି ଅଞ୍ଚଳରେ ୧୬୩ ଧାରା

Published By : Prameya-News7 Bureau | October 02, 2024 IST

ଭଦ୍ରକ ୦୨।୧୦ : ଭଦ୍ରକ ଅଶାନ୍ତ ଘଟଣା । ଦୀର୍ଘ ୪ ଦିନ ପରେ ଆସିଲା ଇଣ୍ଟରନେଟ୍‌ । ଅନ୍ୟ ଜିଲ୍ଲାର ସୀମାକୁ ଆଉ ଯିବାକୁ ପଡିବନାହିଁ ।ହେଲେ ଏବେବି ଅନେକ ଅଞ୍ଚଳରେ ୧୬୩ ଧାରା ବଳବତ୍ତର ରହିଛି । 

ଖବର ଅନୁଯାୟୀ,ବିବାଦୀୟ ଫେସବୁକ୍ ପୋଷ୍ଟ ପରେ ଭଦ୍ରକ ରେ ଅଶାନ୍ତି ସୃଷ୍ଠି ହୋଇଥିଲା । ଏପିରିକି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ପ୍ରଥମେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟରେ କଟକଣା ଜାରି କରିଥିଲା ।  ସ୍ଥିତିକୁ ଦେଖି ପୁଣି ଥରେ ୪୮ ଘଣ୍ଟା ପାଇଁ କଟକଣାକୁ ବଢ଼ାଯାଇଥିଲା। ବିନା ଇଣ୍ଟରନେଟରେ ଲୋକେ ଅନ୍ୟ ଜିଲ୍ଲା ସୀମାକୁ ଯାଉଥିଲେ ।  ହେଲେ ଏବେ ଏହି କଟକଣାକୁ ହଟାଇଛି ପ୍ରଶାସନ । ଅନ୍ୟପଟେ କିନ୍ତୁ ଜିଲ୍ଲାର ପୁରୁଣା ବଜାର , ଧାମନଗର ଓ ଦୋବଲ୍ ରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ୧୬୩ ଧାରା ବଳବତ୍ତର ରହିଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.