scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନେତାଙ୍କୁ ଅଶିକ୍ଷିତ କହି ଫସିଲେ କାଜଲ; ନେଟିଜେନ୍ସ କହିଲେ, ନିଜେ ସ୍କୁଲ୍ ଡ୍ରପ୍‌ଆଉଟ୍ ସିଏ ପୁଣି… ସମାଲୋଚନା ପରେ ସଫେଇ ଦେଲେ ଅଭିନେତ୍ରୀ

8/07/2023 at 9:35 PM

ମୁମ୍ବାଇ: ବିବାଦରେ ବଲିଉଡ୍‌ ଅଭିନେତ୍ରୀ କାଜୋଲ। ଅଶିକ୍ଷିତ ନେତା କହି ଫସିଲେ ହିରୋଇନ୍‌। ଇଣ୍ଟର୍‌ନେଟ୍‌ରେ କଡ଼ା ବିବାଦ। ନେପୋ କିଡ୍‌, ଗୁଟ୍‌କା ପ୍ରଚାରକର ପତ୍ନୀ ଓ ସ୍କୁଲ୍‌ ଡ୍ରପ୍‌ଆଉଟ୍‌ କହି ସମାଲୋଚନା କଲେ ନେଟିଜେନ୍ସ।

ଅଭିନେତ୍ରୀ କାଜଲ ଜାତୀୟ ଗଣମାଧ୍ୟମ ‘ଦି କ୍ୱିଣ୍ଟକୁ’ ଦେଇଥିବା ଏକ ସାକ୍ଷାତ୍‌କାରରେ ସାମ୍ପ୍ରତିକ ନେତାମାନଙ୍କର ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ “ଭାରତ ଭଳି ଦେଶରେ ପରିବର୍ତ୍ତନ ବହୁତ ମନ୍ଥର। ବହୁତ ମନ୍ଥର। କାରଣ ଆମେ ଆମ ପରମ୍ପରା ଓ ଆମ ଚିନ୍ତାଧାରା ଭିତରେ ବାନ୍ଧି ହୋଇ ରହିଯାଇଛେ। ଏହାର ସମ୍ପର୍କ ଶିକ୍ଷା ସହ ରହିଛି।”

ରାଜନେତାଙ୍କୁ ଟାର୍ଗେଟ୍ କରି କାଜଲ କହିଥିଲେ “ ଆମେ ଏମିତି ନେତା ପାଉଛନ୍ତି ଯାହାଙ୍କର ଶିକ୍ଷାଗତ ଯୋଗ୍ୟତା ନାହିଁ। ମୁଁ ଦୁଃଖିତ। କିନ୍ତୁ ଏହାସତ୍ତ୍ୱେ ବି ମୁଁ କହିବାକୁ ଚାହେଁ ଯେ ମୁଁ ଏମିତି ନେତାଙ୍କ ଦ୍ୱାର ଶାସିତ ହେଇଆସୁଛି ସେମାନଙ୍କ ମଧ୍ୟରୁ ଅନେକ ଦୂରଦୃଷ୍ଟି ନାହିଁ। ଯାହା ଶିକ୍ଷା ତୁମକୁ ଦେଇଥାଏ। ଶିକ୍ଷାଦ୍ୱାରା ଏକ ଭିନ୍ନ ଦୃଷ୍ଟିକୋଣରୁ ଦେଖିବାକୁ ସୁଯୋଗ ମିଳିଥାଏ।”

କାଜଲଙ୍କର ଏହି ପ୍ରତିକ୍ରିୟା ଏବେ ଇଣ୍ଟର୍‌ନେଟ୍‌ରେ ନିଆଁ ଲଗାଇଛି। କିବା ନେତା ଓ ଜନତା କାଜଲ୍‌ଙ୍କୁ ରୋକ୍‌ଠୋକ୍‌ ଶୁଣାଉଛନ୍ତି। ଶିବସେନା ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ କାଜଲଙ୍କ ମନ୍ତବ୍ୟରେ ପ୍ରତିକ୍ରିୟା ଦେଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି “କାଜଲ କହିଛନ୍ତି ଯେ ସେହି ନେତାମାନଙ୍କ ଦ୍ୱାରା ଶାସିତ ହେଉଛି ଯେମାନେ ଅଶିକ୍ଷିତ ଏବଂ ସେମାନଙ୍କର ଦୂରଦୃଷ୍ଟି ନାହିଁ। ତେବେ ତାଙ୍କର ଏ କଥାରେ କେହି ନାରାଜ ନୁହଁନ୍ତି। କାରଣ ତାଙ୍କ କଥା ଯେ ସତ ଏକଥା କେହି ମାନିବେନି। ଏମିତିରେ ସେ କାହାର ନାଁ ବି ନେଇ ନାହାନ୍ତି। ତେବେ ସବୁ ଭକ୍ତ  କିନ୍ତୁ ନାରାଜ। ଦୟାକୀର ନିଜର ସମ୍ପୂର୍ଣ୍ଣ ରାଜନୀତି ବିଜ୍ଞାନର ଜ୍ଞାନ ନଷ୍ଟ କର ନାହିଁ।”

ତାଙ୍କର  ଆସନ୍ତା ଶୋ ‘ଦି ଟ୍ରାୟଲ୍‌ର ପ୍ରମୋସନ’ ପାଇଁ ସେ ଇଣ୍ଟରଭ୍ୟୁ ଦେଉଥିବା ବେଳେ ଏଭଳି ବିବାଦକୁ ଟାଣି ଆଣିଛନ୍ତି କାଜଲ।

ଅଭିନେତ୍ରୀଙ୍କର ପ୍ରତିକ୍ରିୟାରେ ସାମ୍ବାଦିକା ତଥା ସ୍ତମ୍ବକାର ଶେହଗଲ କାଜଲଙ୍କ କଡ଼ା ସମାଲୋଚନା କରିଛନ୍ତି ସେ ଟ୍ୱିଟ୍ କରି କହିଛନ୍ତି “ ନିଜେ ଜଣେ ସ୍କୁଲ୍ ଡ୍ରପ୍‌ ଆଉଟ୍। ଅସଭ୍ୟ ମହିଳା, ମାଆ ତନୁଜାଙ୍କର ନେପୋ କିଡ୍, ଗୁଟ୍‌କା ପ୍ରଚାରକ ଅଜୟ ଦେବଗନଙ୍କ ପତ୍ନୀ ହେବାର ସୌଭାଗ୍ୟ ପାଇଥିବା କାଜଲ ଏଠି ନେତାଙ୍କ ଉପରେ ମନ୍ତବ୍ୟ ଦେଉଛନ୍ତି।”

ସେହିପରି ସ୍ୱାତୀ ବେଲାମ ନାମକ ଜଣେ ନେଟିଜେନ୍ସ ମଧ୍ୟ କାଜଲ ସମେତ ପୂରା ବିଲଉଡ୍‌କୁ ସମାଲୋଚନା କରିଛନ୍ତି। ସେ  ଟ୍ୱିଟ୍ କରି ଲେଖିଛନ୍ତି ଯେ କାଜଲ ନିଜେ ସ୍କୁଲ୍ ଡ୍ରପ୍‌ଆଉଟ୍‌, ତାଙ୍କ ସ୍ୱାମୀ କଲେଜ୍ ଡ୍ରପ୍‌ଆଉଟ୍‌। ବଲିଉଡ୍‌ ହେଉଛି ସବୁଠାରୁ ଅଶିକ୍ଷିତ ସିନେମା ଶିଳ୍ପ। ଏଥିପାଇଁ ସେମାନେ ହେଡ୍‌ ଟେଲ୍ ନଥାଇ ମୁର୍ଖ ଭଲି ଫିଲ୍ମ ବନାନ୍ତି ବୋଲି ସ୍ୱାତୀ ବେଲାମ କହିଛନ୍ତି।

ସମାଲୋଚନା ପରେ ସଫେଇ ଦେଲେ କାଜଲ

ରାଜନେତାମାନଙ୍କୁ ଅଶିକ୍ଷିତ କହି ସମାଲୋଚନା ହେଲା ପରେ ସଫେଇ ଦେଇଛନ୍ତି କାଜଲ। ସେ ଟ୍ୱିଟ୍ କରି ଲେଖିଛନ୍ତି  “ମୁଁ କେବଳ ଶିକ୍ଷା ଓ ଏହାର ମହତ୍ୱ ବିଷୟରେ କହୁଥିଲି। କୌଣସି ରାଜନେତାଙ୍କୁ ଛୋଟ କରିବାର ମୋର ଉଦ୍ଦେଶ୍ୟ ନଥିଲା ଆମ ପାଖରେ କିଛି ଭଲ ନେତା ବି ଅଛନ୍ତି ଯେଉଁମାନେ ଦେଶକୁ ଠିକ୍ ପଥରେ ନେଇଛନ୍ତି।”   

   Related Posts