ଅନ୍ତର୍ଜାତୀୟ ଯୋଗ ଦିବସ, ଚଳିତ ବର୍ଷର ଥିମ୍ ‘ୟୋଗା ଫର ବସୁଧୈବ କୁଟୁମ୍ବକମ୍ ‘
21/06/2023 at 7:36 AM

ନୂଆଦିଲ୍ଲୀ ୨୧।୦୬ : ଆଜି ନବମ ଅନ୍ତର୍ଜାତୀୟ ଯୋଗ ଦିବସ । ସାରା ବିଶ୍ୱର କୋଣ ଅନୁକୋଣରେ ହେଉଛି ଯୋଗାଭ୍ୟାସ । ବିଶ୍ବର ୧୯୩ ଦେଶରେ ପାଳିତ ହେଉଛି ଯୋଗ ଦିବସ । ଯୋଗ ଦ୍ବାରା ମନ ଶାନ୍ତ ଓ ଶରୀର ସୁସ୍ଥ ରହିଥାଏ । ଶରୀରର ସୁରକ୍ଷା କବଚ ହେଉଛି ଯୋଗ । ମାନସିକ ଓ ଆଧ୍ୟାତ୍ମିକ ଅଭିବୃଦ୍ଧିରେ ସହାୟକ ହୋଇଥାଏ ଯୋଗ । ଏହାର ଉପାଦେୟତାକୁ ବୁଝି ପ୍ରତିବର୍ଷ ଜୁନ ୨୧ତାରିଖରେ ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ।

ତେବେ ଚଳିତ ବର୍ଷର ଥିମ୍ ରହିଛି ‘ୟୋଗା ଫର ବସୁଧୈବ କୁଟୁମ୍ବକମ୍ ‘। ଦେଶର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳିତ ହେଉଛି । ବିଭିନ୍ନ ସାମାଜିକ ସଂସ୍ଥା, ସଂଗଠନ ଏବଂ ବେସରକାରୀ ସଂସ୍ଥା ପକ୍ଷରୁ ଯୋଗ କରାଯାଉଛି । ଯୋଗ ଗୁରୁ ରାମଦେବ ଉତ୍ତରାଖଣ୍ଡର ହରିଦ୍ବାରରେ ଯୋଗ ଦିବସ ପାଳନ କରିଛନ୍ତି । ତାଙ୍କ ସହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍ତର ସିଂ ଧାମି ଯୋଗ ଶିବିରରେ ସାମିଲ ହୋଇଛନ୍ତି । ହିମାଚଳପ୍ରଦେଶ ହମିରପୁରରେ କେନ୍ଦ୍ର କ୍ରିଡା ମନ୍ତ୍ରୀ ଯୋଗ ଦିବସ ପାଳନ କରିଛନ୍ତି।
ସେହିଭଳି ଆଇଏନଏସ ବିକ୍ରାନ୍ତରେ ଯୋଗ ଦିବସ ପାଳିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସାମିଲ ହେବେ ନୌସେନା ମୁଖ୍ୟଙ୍କ ସହ ପ୍ରତିରକ୍ଷା ଏବଂ ନୌସେନା ଅଧିକାରୀ । କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦମାନେ ବିଭିନ୍ନ ସ୍ଥାନରେ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ ।