oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ ମୁଦ୍ରାରେ ସାରା ବିଶ୍ବ : ରାଞ୍ଚିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗାଭ୍ୟାସ

21/06/2019 at 11:03 AM

ନୂଆଦିଲ୍ଲୀ ୨୧|୬: ଆଜି ଆନ୍ତର୍ଜାତୀୟ ଯୋଗ ଦିବସ । ନିରୋଗ ଓ ନିରାମୟ ଜୀବନ ବଞ୍ଚିବା ପାଇଁ ଯୋଗ ଏକ ବଳିଷ୍ଠ ମାଧ୍ୟମ । ଏହାର ଗୁରୁତ୍ବ ସଂପର୍କରେ ସଚେତନତା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ୍ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି । ଚଳିତ ବର୍ଷ ଯୋଗ ଦିବସ ପାଇଁ ଥିମ୍ ରହିଛି ‘YOGA FOR HEART’ ।  ବିଶ୍ବର ବିଭିନ୍ନ ସ୍ଥାନରେ ଯୋଗ ଦିବସ ଉପଲକ୍ଷେ  ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଛି ।  ଝାଡଖଣ୍ଡ ରାଞ୍ଚି ପ୍ରଭାତ ତାରା ଗ୍ରାଉଣ୍ଡରେ ବିଶ୍ବ ଯୋଗ ଦିବସ ପାଳନ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଶିବିରରେ ଯୋଗ ଦେଇଥିଲେ ।  ଯୋଗ ଏବଂ ପ୍ରକୃତିର ଅଭିନ୍ନ ସଂପର୍କ । ସ୍ବାସ୍ଥ୍ୟ ପାଇଁ ଯୋଗ ଜରୁରୀ । ପାଣି, ପୋଷଣ, ପର୍ଯ୍ୟାବରଣ, ପରିଶ୍ରମ ଏସବୁ କଲେ ଭଲ ପରିଣାମ ମିଳିବା ନିଶ୍ଚିତ ।  ଭଗ୍ନ ମନ ନେଇ ସ୍ବପ୍ନ ସାକାର ହୁଏନି । ଜୀବନରେ ଶାନ୍ତି, ସଦଭାବ, ସମନ୍ବୟ ପ୍ରତିଷ୍ଠା କରେ ଯୋଗ । ସାରା ବିଶ୍ବ ଯୋଗକୁ ଆଦରିଛି । ତେଣୁ ଏଥିରେ ଗବେଷଣା ଜରୁରୀ ।

ବିଶ୍ବରେ ଦେଖା ଯାଉଥିବା ଅନେକ ସମସ୍ୟାର ସମାଧାନ କରିପାରିବ ଯୋଗ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୪୦ ହଜାରରୁ ଅଧିକ ଯୋଗାଭ୍ୟାସକାରୀଙ୍କ ସହ ଝାଡଖଣ୍ଡ ରାଞ୍ଚିର ପ୍ରଭାତତାରା ଗ୍ରାଉଣ୍ଡରେ ଯୋଗଭ୍ୟାସ କରିଥିବା ବେଳେ  ୭ଲକ୍ଷ ବର୍ଗଫୁଟର ଏହି ଗ୍ରାଉଣ୍ଡକୁ ଯୋଗାଭ୍ୟାସ ପାଇଁ  ୪୭ଟି ଭାଗରେ ବିଭକ୍ତ କରାଯାଇଥିଲା । ଯୋଗ ଗ୍ରାଉଣ୍ଡରେ ରବର ମ୍ୟାଟ୍ ବଦଳରେ ଖଦୀର ମ୍ୟାଟ୍ ବ୍ୟବହାର କରାଯାଇଥିଲା । ଏଥିରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବୀର ଦାସ ମଧ୍ୟ ସାମିଲ ହୋଇଛନ୍ତି ।

   Related Posts