Yoga Day 2024: ଚଳିତ ବର୍ଷ ଯୋଗ ଦିବସର କ'ଣ ରହିଛି ଥିମ୍ ଏବଂ କ'ଣ ରହିଛି ଏହାର ମହତ୍ୱ ?

Published By : Prameya-News7 Bureau | June 19, 2024 IST

ନୂଆଦିଲ୍ଲୀ: ଚଳିତ ବର୍ଷ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସକୁ ମହିଳାଙ୍କ ଉପରେ କେନ୍ଦ୍ରିତ କରାଯାଇଛି । ଚଳିତ ବର୍ଷର ଥିମ୍ ରହିଛି "Yoga for Women Empowerment" ଅର୍ଥାତ୍ ମହିଳା ସଶକ୍ତିକରଣ ପାଇଁ ଯୋଗ । ମହିଳାଙ୍କ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟକୁ କେନ୍ଦ୍ରରେ ରଖି ଚଳିତ ବର୍ଷର ଯୋଗ ଦିବସର ଥିମ୍ ରଖାଯାଇଛି । ପ୍ରତିବର୍ଷ ଜୁନ୍ ୨୧କୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ରୂପେ ପାଳନ କରାଯାଉଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଉଛି ଏବଂ ପ୍ରତିବର୍ଷ ପରେ ଏହି ଦିନକୁ ଖାସ୍ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସହ ଯୋଗ ଦିବସ ପାଳନ କରାଯିବ ।

ଚଳିତ ବର୍ଷ ଯୋଗ ଦିବସ ଥିମ୍ ମହିଳାଙ୍କ ସାମଗ୍ରିକ କଲ୍ୟାଣ ଉପରେ ଜୋର ଦେଉଛି । ଏହାସହ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ଗୁରୁତ୍ୱ ଭୂମିକା ଗ୍ରହଣ ପାଇଁ ଉଦ୍ୟମରତ । ଏହି ଦିନକୁ ମହିଳାଙ୍କ ଶାରୀରିକ, ମାନସିକ, ଭାବନାତ୍ମକ ଏବଂ ସାମାଜିକ ବିକାଶ ପାଇଁ ପାଳନ କରାଯିବ ।

୨୦୧୪ ମସିହାରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ ପାଇଁ ମିଳିତ ଜାତିସଂଘରେ ପ୍ରସ୍ତାବ ରଖାଯାଇଥିଲା ଏବଂ ମହାସଭା ଏହାକୁ ସ୍ୱୀକାର କରିଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଭାରତ ପକ୍ଷରୁ ଏହାର ପ୍ରସ୍ତାବ ରଖିଥିଲେ । ସେବେଠାରୁ ଜୁନ୍ ୨୧କୁ ପ୍ରତିବର୍ଷ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ରୂପେ ପାଳନ କରାଯାଉଛି । ଚଳିତ ବର୍ଷ ଯୋଗ ଦିବସକୁ ଆନୁଷ୍ଠାନିକ ସୀକୃତି ମିଳିବାର ୧୦ ବର୍ଷ ପାଳନ କରାଯିବ । ଏହି ଦିନର ଉଦ୍ଦେଶ୍ୟ ସ୍ୱାସ୍ଥ୍ୟ, ଆଧାତ୍ମିକ ବିକାଶ ଏବଂ ବୈଶ୍ୱିକ ଶାନ୍ତି ପାଇଁ ଯୋଗକୁ ପ୍ରୋତ୍ସାହିତ କରାଯାଉଛି ।

  • International Yoga Day 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.