ଶିଳ୍ପା ଠାରୁ ଦୀପିକା ଯାଏଁ ; ଜିମ୍‌ ଅପେକ୍ଷା ଯୋଗକୁ ଅଧିକ ପସନ୍ଦ କରନ୍ତି ବିଟାଉନ୍‌ର ଏହି ସେଲିବ୍ରିଟି

Published By : Prameya-News7 Bureau | June 21, 2024 IST

ମୁମ୍ଵାଇ ୨୧।୦୬: ଆଜି ସମଗ୍ର ବିଶ୍ଵରେ ପାଳନ କରାଯାଉଛି ଆନ୍ତର୍ଜାତୀୟ ଯୋଗ ଦିବସ । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଲୋକମାନେ ଯୋଗ କରିବାକୁ ପସନ୍ଦ କରନ୍ତି। ଏଭଳି ପରିସ୍ଥିତିରେ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ତାରକାମାନେ ମଧ୍ୟ କାହିଁକି ପଛରେ ରହିବେ? ଅନେକ ସେଲିବ୍ରେଟ୍ ନିୟମିତ ଭାବରେ ଯୋଗ କରନ୍ତି। କିଛି ସେଲିବ୍ରେଟି ଜିମ୍ ଅପେକ୍ଷା ଯୋଗ କରିବାକୁ ପସନ୍ଦ କରନ୍ତି। ଏହି ତାଲିକାରେ ଅନେକ ବଡ ବଡ ଅଭିନତ୍ରୀଙ୍କ ନାମ ସାମିଲ ଅଛି।

କରୀନା କପୁର ଜିମ୍ ଏବଂ ୱାର୍କଆଉଟ୍ ସହିତ ଯୋଗ କରିବାକୁ ପସନ୍ଦ କରନ୍ତି । ସେ ପ୍ରତିଦିନ ସୋସିଆଲ ମିଡିଆରେ ନିଜର ଫଟୋ ସେୟାର କରନ୍ତି ।

ଦୀପିକା ପାଦୁକୋନ ନିଜ ଇନଷ୍ଟାଗ୍ରାମରେ ଯୋଗ କରିବା ସମୟରେ ଅନେକ ଫଟୋ ସେୟାର କରିଥିଲେ। ଏଥିରୁ ଏହା ସ୍ପଷ୍ଟ ହୋଇଯାଏ ଯେ ଦୀପିକାଙ୍କ ସୌନ୍ଦର୍ଯ୍ୟ ଏବଂ ଫିଟ୍ ଶରୀର ପଛରେ ଯାଦୁ ହେଉଛି ଯୋଗ।

ମଲାଇକା ଆରୋରା ଯୋଗ ମାଧ୍ୟମରେ ନିଜକୁ ଫିଟ୍ ରଖନ୍ତି । ଏ ବିଷୟରେ ପ୍ରାୟତଃ ସମସ୍ତେ ଜାଣିଛନ୍ତି। କାହିଁକି ନା ସେ ଅଧିକାଶଂ ସମୟରେ ଯୋଗର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରନ୍ତି।

ଶିଳ୍ପା ଶେଟ୍ଟୀ କାର୍ଡିଓ ବ୍ୟାୟାମ, ଶକ୍ତି ପ୍ରଶିକ୍ଷଣ ଏବଂ ଯୋଗ ମଧ୍ୟ କରନ୍ତି । ସେ ସପ୍ତାହରେ ମାତ୍ର ପାଞ୍ଚ ଦିନ କାମ କରନ୍ତି, ଯେଉଁଥିରୁ ଦୁଇ ଦିନ ଯୋଗ ଅଟେ । ଏହା ବ୍ୟତୀତ ସେ ୧୦ ମିନିଟ୍ ପାଇଁ ଧ୍ୟାନ ମଧ୍ୟ କରନ୍ତି।

ଚଳଚ୍ଚିତ୍ର ବ୍ୟତୀତ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ୍ ମଧ୍ୟ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ଯୋଗ କରିବା ସମୟରେ ତାଙ୍କର ଫଟୋ ଏବଂ ଭିଡିଓ ସେୟାର କରନ୍ତି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.