ହଜି ଯାଉଛି ପାହାଡି ଝରଣା, ଶୁଖି ଯାଉଛି ଚିରସ୍ରୋତା ଜଙ୍ଗଲି ଜଳ ଉତ୍ସ- ହଜି ନଯାଉ ଜନଜାତିଙ୍କ ଜୀବନର ସୌନ୍ଦର୍ଯ୍ୟ ,ଅନ୍ତର୍ଜାତୀୟ କର୍ମଶାଳା ଅନୁଷ୍ଠିତ

Published By : Prameya-News7 Bureau | February 27, 2020 IST

ଭୁବନେଶ୍ୱର ୨୭।୦୨ -ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଅନୁସୂଚିତ ଜନଜାତି ଲୋକଙ୍କ ବିକାଶ ସନ୍ତାଷଜନକ ନୁହେଁ । ସେମାନଙ୍କ ଦକ୍ଷତା ବୃଦ୍ଧି ବିନା  ସେମାନଙ୍କ ଉଚିତ୍ ବିକାଶ ଏବଂ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପ୍ରକ୍ରିୟା ସଫଳ ହେବା କାଠିକର । ତେଣୁ, କେନ୍ଦ୍ର ସରକାର ଆଜି ଭୁବନେଶ୍ବରରେ ଶୁଭାରମ୍ଭ କରିଛନ୍ତି ସ୍ବାୟତ୍ତ ଶାସନ ପ୍ରକ୍ରିୟାରେ ସଂଶ୍ଲିଷ୍ଟ ଅନୁସୂଚିତ ଜନଜାତି ପ୍ରତିନିଧିମାନଙ୍କ ଦକ୍ଷତା ବିକାଶ ପାଇଁ ଏକ ଦୁଇ ଦିନିଆ ସ୍ୱତନ୍ତ୍ର ସର୍ବ ଭାରତୀୟ କାର୍ଯ୍ୟକ୍ରମ ।

{"id":230099,"sizeSlug":"large"}

ବଣ, ପାହାଡ଼ ଘେରା ପ୍ରକୃତିର ପ୍ରାଚୁର୍ଯ୍ୟ ଭିତରେ ଜୀବନ ନିର୍ବାହ କରନ୍ତି ପ୍ରକୃତିର ସନ୍ତାନ ଆଦିବାସୀମାନେ । କିନ୍ତୁ, ଶିଳ୍ପାୟନ ଏବଂ ସହରୀକରଣର ପ୍ରାକୃତିକ ପରିବେଶ ନଷ୍ଟ ହେଉଛି । ବଣ, ପାହାଡ ଟାଙ୍ଗରା ଭୂମି ପାଲଟିଲାଣି। ହଜି ଯାଉଛି ପାହାଡି ଝରଣା, ଶୁଖି ଯାଉଛି ଚିରସ୍ରୋତା ଜଙ୍ଗଲି ଜଳ ଉତ୍ସ । ଏସବୁ ଜଳ ଉତ୍ସର ସଂରକ୍ଷଣ ଦରକାର। ଜନଜାତିଙ୍କ  ଜୀବନର ସେ ସୌନ୍ଦର୍ଯ୍ୟ ହଜିନଯାଉ।  ଭୁବନେଶ୍ବରରେ ଅନୁଷ୍ଠିତ 'All India Programme for Capacity Building of ST Representatives in Local Self Governments' ସମ୍ମିଳନୀରେ ଏହା ଉପରେ ବିଷଦ ଆଲୋଚନା ହୋଇଥିଲା। ଯାହାର ଫୋକସ ରେ ରହିଥିଲା. ପାହାଡି ଝରଣାର ଉତ୍ସକୁ ଖୋଜି, ଏହାର ପୁନରୁଦ୍ଧାର କରିବା ।  ଯେଉଁଥିରେ ଯୋଗ ଦେଇଥିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

{"id":230098,"sizeSlug":"large"}

ପ୍ରାଥମିକ ପର୍ଯ୍ୟାୟରେ ଓଡିଶାର ୩ଟି ଆଦିବାସୀ ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ । ପରେ ଏହା ଓଡ଼ିଶାର ଅନ୍ୟ ଜିଲ୍ଲା ସମେତ ଝାଡ଼ଖଣ୍ଡ, ଛତିଶଗଡ ଓ ବିହାରରେ କାର୍ଯ୍ୟକାରୀ ହେବ । ୨୦୧୧ ଜନଗଣନା ଅନୁସାରେ ଦେଶରେ ସାଢେ ୧୦ କୋଟି ଅନୁସୂଚିତ ଜନଜାତି ଲୋକ ଅଛନ୍ତି । ସରକାରଙ୍କ ଏହି ଉଦ୍ୟମ ସମ୍ପର୍କରେ ଅନୁସୁଚିତ ଜନଜାତିର ପ୍ରତିନିଧି କ'ଣ କହୁଛନ୍ତି ଶୁଣିବା ।

ଅନୁସୂଚିତ ଜନଜାତିଙ୍କ ବିକାଶ ପାଇଁ ଅନେକ ପ୍ରଶଂସନୀୟ ପଦକ୍ଷେପ ନେଇଛି ଓଡ଼ିଶା । କିନ୍ତୁ ଅନ୍ୟ ରାଜ୍ୟରେ ଜନଜାତି ଆୟୋଗ ଥିବା ବେଳେ ଓଡିଶାରେ ଏଯାଏଁ ଏହା ପ୍ରତିଷ୍ଠା ହୋଇନାହିଁ । ତେଣୁ, ଖୁବ୍ ଶୀଘ୍ର ଓଡ଼ିଶାରେ ଜନଜାତି ଆୟୋଗ ଗଠନ କରିବା ଲାଗି ଏହି ୨-ଦିନିଆ କାର୍ଯକ୍ରମରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.