ସୋଆରେ ଆନ୍ତର୍ଜାତିକ ମହିଳା ଦିବସ; ମହିଳାଙ୍କ ପ୍ରଗତିକୁ କାର୍ଯ୍ୟରେ ରୂପାନ୍ତରିତ କରିଛି ବିଶ୍ୱବିଦ୍ୟାଳୟ

Published By : Prameya-News7 Bureau | March 09, 2023 IST

ଭୁବନେଶ୍ୱର ୦୯/୦୩ : ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ (ସୋଆ)ରେ ୪୭ ପ୍ରତିଶତ ମହିଳା ଶିକ୍ଷା ଗ୍ରହଣ କରୁଛନ୍ତି। ସେମାନଙ୍କ ମଧ୍ୟରୁ କେବଳ ଇଞ୍ଜିନିୟରିଂ ବିଭାଗରେ ୩୯ ପ୍ରତିଶତ ଛାତ୍ରୀ ଅଛନ୍ତି। ସେହିପରି ବିଶ୍ୱବିଦ୍ୟାଳୟରେ ୫୧ ପ୍ରତିଶତ ମହିଳା କାର୍ଯ୍ୟରତ ଅଛନ୍ତି। ତେଣୁ ମହିଳାଙ୍କ ପ୍ରଗତିକୁ ବିଶ୍ୱବିଦ୍ୟାଳୟ କାର୍ଯ୍ୟରେ ରୂପାନ୍ତରିତ କରିଛି ବୋଲି ସୋଆ ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ କହିଛନ୍ତି। ମଙ୍ଗଳବାର ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ସୋଆରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଶାଶ୍ୱତି ଦାସ ଏହା କହିଛନ୍ତି। ସେ କାର୍ଯ୍ୟକ୍ରମରେ ଉପସ୍ଥିତ ସସମ୍ତ ମହିଳାଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଇଚ୍ଛା ଶକ୍ତି ଓ ଦକ୍ଷତା ଯୋଗୁଁ ସେମାନେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ବୋଲି ସେ କହିଛନ୍ତି।

{"id":755913,"sizeSlug":"large","linkDestination":"none"}

ଏହି ଅବସରରେ ସୋଆ କଣ୍ଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଇଡିଏସ୍‌ର ଡିନ୍ ପ୍ରଫେସର ନୀତା ମହାନ୍ତି ଏବଂ ସୋଆ ପ୍ରାଚୀନ୍‌ର ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା ମହିଳାମାନଙ୍କର ସମାନତା ଏବଂ ଆବଶ୍ୟକତା ଅନୁସାରେ ସେମାନଙ୍କୁ ସମାନ ଅଧିକାର ଦେବା ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ। ଚଳିତ ବର୍ଷ ମହିଳା ଦିବସର ବିଷୟବସ୍ତୁ “ଡିଜିଟାଲ୍‌: ଇନୋଭେସନ୍ ଆଣ୍ଡ ଟେକ୍ନୋଲୋଜି ଫର୍ ଜେଣ୍ଡର ଇକ୍ୱାଲିଟି” ବିଷୟରେ ମତ ରଖି  ସୋଆ ଉପସଭାପତି କହିଛନ୍ତି ଯେ, ‘’ବିଜ୍ଞାନ ଅନେକ ମାତ୍ରାରେ ଆଗେଇଛି ଓ ପ୍ରଯୁକ୍ତି ବିଦ୍ୟା ଓ ଡିଜିଟାଲ୍ ଜ୍ଞାନ କୌଶଳ ସବୁ କାମକୁ ସହଜ କରିଛି। ଏ ଦିଗରେ ବିଶ୍ୱରେ ନାରୀମାନେ ପଛୁଆ ନୁହଁନ୍ତି।

{"id":755914,"sizeSlug":"large","linkDestination":"none"}

ସେ ଆହୁରି କହିଛନ୍ତି, ‘’ବିଶ୍ୱର ପ୍ରତିଟି ଗବେଷଣା ଓ ଉଦ୍‌ଭାବନର ପ୍ରଚ୍ଛଦରେ ଡିଜିଟାଲ୍ ଜ୍ଞାନ କୌଶଳର ଅବଦାନ ଯଥେଷ୍ଟ। ଏସବୁ ଉଦ୍ଭାବନରେ କେବଳ ଯେ ପୁରୁଷମାନେ ଭାଗୀଦାର ସେ କଥା  ନୁହେଁ ବରଂ ବିଶ୍ୱର ପ୍ରତି କୋଣ ଅନୁକୋଣରୁ ନାରୀମାନେ ବି ଉଦ୍ଭାବନ, ଆବିଷ୍କାର ତଥା ନୂତନ ଜ୍ଞାନ କୌଶଳରେ ନିଜକୁ ସାବ୍ୟସ୍ତ ଏବଂ ପ୍ରମାଣିତ କରିପାରିଛନ୍ତି’’ ଶେଷରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର ଆଡିସ୍‌ନାଲ ଡିନ୍ (ଷ୍ଟୁଡେଣ୍ଟ୍ସ ଆଫେୟାର୍ସ) ପ୍ରଫେସର ରେଣୁ ଶର୍ମା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

{"id":755915,"sizeSlug":"large","linkDestination":"none"}

ଏହି ଅବସରରେ ସୋଆର ଉପସଭାପତି ଶାଶ୍ୱତି ଦାସ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ହାଉସ୍ କିପିଂ ବିଭାଗର ଆଟେନ୍‌ଣ୍ଡାଣ୍ଟ ମାମୁନି ମହାନ୍ତି, ହାଉସ୍ କିପିଂ ଆସିଷ୍ଟାଣ୍ଟ ଜୟନ୍ତୀ ବେହେରା, ଫାର୍ମାସିଷ୍ଟ କୁମାରୀ ସୁନନ୍ଦିନୀ ମହାପାତ୍ର, ଆସିଷ୍ଟାଣ୍ଟ ନର୍ସିଂ ସୁପରିଟେଣ୍ଡେଣ୍ଟ ପ୍ରଣତି ବେହେରା, ଡେପୁଟି ନର୍ସିଂ ସୁପରିଟେଣ୍ଡେଣ୍ଟ ମାନସୀ ଜେନାଙ୍କୁ ସମ୍ୱର୍ଦ୍ଧିତ କରିଥିଲେ। ଏହା ସହିତ ସୋଆ କମ୍ୟୁନିଟି ରେଡିଓ ୯୦.୪ର ଜୁନିୟର ପ୍ରୋଗ୍ରାମ୍ କୋର୍ଡିନେଟର ଶୁଭ୍ରସୀମା ମହାନ୍ତି, ଲୋକ ସମ୍ପର୍କ ବିଭାଗ ଏକ୍‌ଜିକ୍ୟୁଟିଭ୍ କୁମାରୀ ସିପ୍ରା ମହାନ୍ତି, ଏକ୍‌ଜିକ୍ୟୁଟିଭ୍ ଟ୍ରେନି କୁମାରୀ ମୋନାଲିସା ବାରିକ, ପ୍ରମେୟନ୍ୟୁଜ୍7 ଡିଜିଟାଲ୍‌ ବିଭାଗର ସିନିୟର୍ କଣ୍ଟେଣ୍ଟ ଏଡିଟର୍ ପ୍ରତିଭା ପ୍ରିୟଦର୍ଶିନୀ, ପ୍ରମେୟ ରିପୋର୍ଟର କୁମାରୀ ସସ୍ମିତା ମଲ୍ଲ ଏବଂ ନ୍ୟୁଜ୍‌ ୭ ସିନିୟର ରିପୋର୍ଟର ସମୀକ୍ଷା ପଟ୍ଟନାୟକଙ୍କୁ ମଧ୍ୟ ଶ୍ରୀମତି ଦାସ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୋଆର ବିଭିନ୍ନ ବିଭାଗର ମହିଳା ମୁଖ୍ୟଙ୍କ ସହିତ ,ଫ୍ୟାକଲ୍ଟି , ନ୍ୟୁଜ୍ ୭ ଏବଂ ପ୍ରମେୟର ମହିଳା ସାମ୍ବାଦିକାମାନେ ଯୋଗ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.