ବିଲୁପ୍ତପ୍ରାୟ ଶାଗୁଣାଙ୍କ ପାଇଁ ଦିନଟିଏ, ପରିବେଶ ରକ୍ଷକ ପକ୍ଷୀର ସୁରକ୍ଷା ପାଇଁ ସଂକଳ୍ପ ପାଠ
5/09/2020 at 8:10 PM

ଅନୁଗୋଳ, ୦୫।୦୯: ଆଜି ଅନ୍ତର୍ଜାତୀୟ ଶାଗୁଣା ଦିବସ। ବିଲୁପ୍ତ ପ୍ରାୟ ଶାଗୁଣାର ସୁରକ୍ଷା ପାଇଁ ଅନଗୁଳ କଂସନାଳୀଠାରେ ଏକ ସଚେତନତା ସଭା ହୋଇଛି। ପ୍ରକୃତି ପରିବେଶ ଓ ବନ୍ୟପ୍ରାଣୀ ସମିତି ଦ୍ବାରା ଆୟୋଜିତ ଏହି ସଚେତନତା ସଭାରେ ଆଖପାଖ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକ ଉପସ୍ଥିତ ରହିଥିଲେ।
ସାମାଜିକ ଦୂରତା ରକ୍ଷା କରି କିଭଳି ଭାବେ ଶାଗୁଣାକୁ ସୁରକ୍ଷା ଦେଇ ପାରିବେ ସେ ସମ୍ପକରେ ପ୍ରକୃତି ପ୍ରେମୀ ପ୍ରସନ୍ନ କୁମାର ବେହେରା ଲୋକ ମାନଙ୍କୁ ବୁଝାଇଥିଲେ। ଶାଗୁଣାଙ୍କ ଦ୍ଵାରା ପ୍ରକୃତି ଓ ପରିବେଶର ସନ୍ତୁଳନ ରକ୍ଷା ହୋଇ ପାରୁଛି। ଏହି ସଭାରେ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରଦୀପ ସାହୁ ଉପସ୍ଥିତ ରହି ଜଙ୍ଗଲ ସୁରକ୍ଷା ଉପରେ ମଧ୍ୟ ଲୋକ ମାନକୁ ବୁଝାଇଥିଲେ। ଶେଷରେ ଶାଗୁଣାଙ୍କ ସୁରକ୍ଷା ପାଇଁ ଏକ ସଂକଳ୍ପ ପାଠ କରାଇଥିଲେ।