ପାହାଡ଼ ଉପରେ ଡ୍ରିଲିଂ ପାଇଁ ସ୍ଥାନ ଚିହ୍ନଟ; ପହଞ୍ଚିଲେ ବିଦେଶୀ ଟନେଲ ବିଶେଷଜ୍ଞ

Published By : Prameya-News7 Bureau | November 20, 2023 IST

ନୂଆଦିଲ୍ଲୀ: ୯ ଦିନ ପରେ ବି ଉତ୍ତରକାଶୀ ସୁଡ଼ଙ୍ଗ ଟନେଲ୍ ଭିତରୁ ଉଦ୍ଧାର ହୋଇପାରୁନାହାନ୍ତି । ସବୁ ଉଦ୍ୟମ ପରେ ବିଫଳତା । କେତେବେଳେ ଡ୍ରିଲିଂ ଭାଙ୍ଗିଯାଉଛି ତ ପୁଣି କେତେବେଳେ ଡ୍ରିଲିଂରେ ବାଧ ସାଉଛି କଠିନ ପଥର ଚଟାଣ । ଆମେରିକୀୟ ମେସିନ୍ ମଧ୍ୟ ଫେଲ୍ ମାରିଛି । ତେବେ ଡ୍ରିଲିଂ ପାଇଁ ଇନ୍ଦୋରରୁ ହେଭି ମେସିନ୍ ଅଣାଯାଇଛି । ଟନେଲ ଭିତରେ ଖୋଳିବା ସୁବିଧା ହେଉନଥିବାରୁ ଭର୍ଟିକାଲ ଡ୍ରିଲିଂ ଏକମାତ୍ର ଆଶା ରହିଛି । ଏଥିରେ ପାହାଡ଼ ଉପରେ ସ୍ଥାନ ଚିହ୍ନ କରାଯାଇଛି । ପଥର ଚଟାଣକୁ ୧୫୦ ମିଟର ଖୋଳିବା ପରେ ଶ୍ରମିକ ମାନଙ୍କୁ ସୁରକ୍ଷିତ  ଭାବେ ଉଦ୍ଧାର କରାଯିବ । ଅନ୍ୟପଟେ ଅଭିଯାନ ଦ୍ରୁତ କରିବାକୁ ବିଦେଶୀ ଟନେଲ ଏକ୍ସପର୍ଟଙ୍କ ସାହାଯ୍ୟ ନିଆଯାଇଛି । ଅନ୍ତରାଷ୍ଟ୍ରୀୟ ଟନେଲ୍ ବିଶେଷଜ୍ଞ ଆର୍ନୋଲ୍ଡ ଡିକ୍ସିଙ୍କ ଟିମ୍ ଉତ୍ତରକାଶୀ ସୁଡ଼ଙ୍ଗ ନିକଟରେ  ପହଞ୍ଚିଛନ୍ତି ।      

wp:html /wp:html

ବିଶେଷଜ୍ଞ ଆର୍ନୋଲ୍ଡ ଡିକ୍ସି ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ପରେ ଶୀଘ୍ର ୪୧ ଶ୍ରମିକଙ୍କୁ ବାହାର ପାରିବେ ବୋଲି କହିଛନ୍ତି । ଆସନ୍ତା ୩ଦିନ ଭିତରେ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ । ଏହି ଅଭିଯାନ ଏବେ ସକରାତ୍ମକ ରହିଛି । ଆମେ ସମସ୍ତେ ଗୋଟିଏ ଟମ୍ ହୋଇ କାର୍ଯ୍ଯକରୁଛୁ । ଆମ ସହିତ ହିମାଳୟ ଭୂ-ବିଜ୍ଞାନର ସର୍ବଶ୍ରେଷ୍ଠ ବିଶେଷଜ୍ଞ ରହିଛନ୍ତି ବୋଲି ବିଦେଶୀ ଏକ୍ସପର୍ଟ କହିଛନ୍ତି । ଏପଟେ ରେକସ୍ୟୁ ଅପରେସନରେ ଡିଆରଡିଓର ସହାୟତା ନିଆଯାଉଛି । ଏଥିପାଇଁ ଡିଆରଡିଓ ରୋବୋ ଉତ୍ତରକାଶୀରେ ପହଞ୍ଚିଛନ୍ତି । ଖୁବ୍ ଶୀଘ୍ର ରେସକ୍ୟୁ ଅପରେସନ ଆରମ୍ଭ କରାଯିବ ।    

wp:embed {"url":"https://www.prameyanews7.com/multivitamins-antidepressants-and-dry-fruits-to-41-workers/","type":"wp-embed","providerNameSlug":"prameya-news-7"}
https://www.prameyanews7.com/multivitamins-antidepressants-and-dry-fruits-to-41-workers/
/wp:embed

ଉତ୍ତରପ୍ରଦେଶର ଉତ୍ତରାଖଣ୍ଡରେ ଟନେଲ ଭୁଶୁଡ଼ିବା ଘଟଣା ଏହାରି ଭିତରେ ଗିବିତଗଲାଣି ୯ ଦିନ । ହେଲେ ଏବେ ବି ସେଠାରେ ଫସି ରହିଛନ୍ତି ୪୧ ଶ୍ରମିକ । ଦିନକୁ ଦିନ ତାଙ୍କର ଉଦ୍ଧାର କରିବା ହୋଇପଡିଛି କଷ୍ଟକର । ଉଦ୍ଧାର କାର୍ଯ୍ୟର ଦାୟିତ୍ୱରେ ୫ଟି ଏଜେନ୍ସି ଲାଗି ପଡିଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମସ୍ତ ଏଜେନ୍ସିରୁ ସୂଚନା ଲୋଡିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.