ଅନୁଗୁଳରେ ହେବ ଅନ୍ତରାଷ୍ଟ୍ରୀୟ ଷ୍ଟାଡିୟମ, ୨୦୩୬ ବେଳକୁ ଭାରତରେ ଅଲିମ୍ପିକ୍ସ ଆୟୋଜନ ପାଇଁ ଚାଲିଛି ଯୋଜନା

Published By : Prameya-News7 Bureau | December 25, 2022 IST

ଅନୁଗୁଳ/ଢେଙ୍କାନାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ ବାର୍ତ୍ତାକୁ  ଲୋକଙ୍କ ନିକଟକୁ ପହଞ୍ଚାଇବା ପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଢେଙ୍କାନାଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ଗୌତମ ଗମ୍ଭୀର ଥିଲେ।  ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଆଜି ଅନୁଗୁଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଅନୁଗୁଳ ଗସ୍ତ ସମୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଅନୁଗୁଳରେ ଅନ୍ତର୍ଜାତୀୟ ଷ୍ଟାଡିୟମ ନିର୍ମାଣ କରାଯିବା ସହ ୨୦୩୬ ବେଳକୁ ଭାରତରେ ଅଲିମ୍ପିକ୍ସ ଆୟୋଜନ ପାଇଁ ଯୋଜନା ଚାଲିଛି।

ଓଡିଶାରେ ପ୍ରଧାନମନ୍ତ୍ରୀଙ୍କ ମନକି ବାତ୍ ବାର୍ତ୍ତା ଶୁଣିବା ଲାଗି ଏକାଧିକ କାର୍ଯ୍ୟକ୍ରମ ଆଯୋଜିତ ହୋଇଛି। ଭୁବନେଶ୍ବରରେ ବିଜେପି କାର୍ଯ୍ୟାଳୟରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ କର୍ମୀମାନେ ଶୁଣିଥିଲେ। ଢେଙ୍କାନାଳ ଭାପୁର ପଶ୍ଚିମେଶ୍ଵର ନିକଟସ୍ଥ ଲକ୍ଷ୍ମୀନାରାୟଣ ପେଟ୍ରୋଲ ପମ୍ପ ପରିସରରେ ଆୟୋଜିତ ଏହି ମନ କି ବାତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କେନ୍ଦ୍ର ମନ୍ତ୍ରୀ ଓ ପୂର୍ବତନ କ୍ରିକେଟ୍‌ର ତଥା ସାଂସଦ ଗୌତମ ଗମ୍ଭୀର । ଏଥିସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିବସ ଅବସରରେ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ୨୦୩୬ ବେଳକୁ ଭାରତରେ ଅଲିମ୍ପିକ୍ସ ଆୟୋଜନ ପାଇଁ ଯୋଜନା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

{"id":725548,"sizeSlug":"full","linkDestination":"none"}

ଅନୁଗୁଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ଗୌତମ ଗମ୍ଭୀରଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା। ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଥିବାରୁ ଏହି ଉଦ୍ଦେଶ୍ୟରେ ସରଳିଆ ଭବନରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇଥିଲେ।  ସେହିପରି ABVP ରାଜ୍ୟ ସମ୍ମିଳନୀରେ ଯୋଗ ଦେଇ ନୂତନ ଭାବେ ଯୋଗଦାନ ଦେଇଥିବା ବିଦ୍ୟାର୍ଥୀ ପରିଷଦର ସଭ୍ୟଙ୍କୁ ଉତ୍ସାହିତ କରିଥିଲେ। ଅନୁଗୁଳ ସରସ୍ବତୀ ଶିଶୁ ମନ୍ଦିରରେ ଆୟୋଜିତ ହୋଇଥିଲା ଏବିଭିପିର କାର୍ଯ୍ୟକ୍ରମ।

ଅନୁଗୁଳରେ କଦମ ପଡ଼ିଆରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ଗୌତମ ଗମ୍ଭୀର। ଆଜି ଫାଇନାଲ ମ୍ୟାଚ ସହିତ ଅନୁଗୁଳ କ୍ରିକେଟ କ୍ଳବ ସହ ୟୁନିୟନ ସ୍ପୋର୍ଟିଂ ମଧ୍ୟରେ ଖେଳା ଯାଇଥିଲା। ଅନୁଗୋଳରେ ଅନ୍ତର୍ଜାତୀୟ ଷ୍ଟାଡିୟମ ନିର୍ମାଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.