ତୁର୍କୀରେ ଭୟଙ୍କର ଭୂମିକମ୍ପ: ଭଗ୍ନାବଶେଷ ତଳୁ ଉଦ୍ଧାର ହେଲେ ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ! ଓଲଟିଲା ଘଟଣା, ଜାଣନ୍ତୁ କ’ଣ ସତ୍ୟତା
7/02/2023 at 7:48 PM

ନୂଆଦିଲ୍ଳୀ, ୦୭/୦୨: ଭୟଙ୍କର ଭୂମିକମ୍ପ ଯୋଗୁଁ ଧ୍ବଂସବିଧ୍ବସ୍ତ ହୋଇଯାଇଛି ତୁର୍କୀର ଅନେକ ସହର। ଚାରିଆଡ଼େ ବଡ଼ ବଡ଼ ଘର, ଅଟ୍ଟାଳିକାର ଭଗ୍ନାବଶେଷ। ଏହି ଭୂମିକମ୍ପ ପରେ ଘାନାର ଅନ୍ତର୍ଜାତୀୟ ଫୁଟ୍ବଲ ଖେଳାଳି କ୍ରିଷ୍ଟିଆନ୍ ଆଟସୁ ନିଖୋଜ ହୋଇଯାଇଥିବା ନେଇ ଖବର ଆସିଥିଲା। ତେବେ ଏହା ସତ୍ୟ ଖବର ନୁହେଁ । ଏପର୍ଯ୍ୟନ୍ତ କ୍ରିଷ୍ଟିଆନ୍ ପତ୍ତା ମିଳିନାହିଁ।
ଆଟସୁ ଭଗ୍ନାଂବଶେଷ ତଳେ ଚାପି ହୋଇ ରହିଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହା ସହ ଆହୁରି ଅନେକ ଖେଳାଳି ଏବଂ ଅଧିକାରୀ ମଧ୍ୟ ଉଦ୍ଧାର କରାଯାଇଛି ବୋଲି କହିଥିଲେ ହତାୟେସ୍ପୋର କ୍ଲବ୍ର ସଭାପତି ମୁସ୍ତାଫା ଓଜାକ୍। କିନ୍ତୁ ଏହାପରେ ତାଙ୍କୁ ବଦଳି କରାଯାଇଥିଲା। ଆଉ ଏହି ଖବରକୁ ମିଛ ବୋଲି କୁହାଯାଇଥିଲା।
ଆଟସୁ ନ୍ୟୁ କ୍ୟାସଲ ୟୁନାଇଟେଡ୍ ଏବଂ ଏଭରଟନ୍ ପାଇଁ ଇଂଲିଶ ପ୍ରେମିୟର ଲିଗ୍ରେ ମଧ୍ୟ ଖେଳିଛନ୍ତି। ସେ ସେପ୍ଟେମ୍ବରରେ ହତାୟେସ୍ପୋରରେ ଯୋଗ ଦେଇଥିଲେ। ଏହା ସହ ୨୦୧୯ ରେ ସେ ଘାନା ପାଇଁ ନିୟୋଜିତ ହୋଇଥିଲେ। କିନ୍ତୁ ସେ ଅଧିକାରୀକ ଭାବରେ ଅନ୍ତର୍ଜାତୀୟ ଫୁଟ୍ବଲରୁ ଅବସର ନେଇନାହାଁନ୍ତି।
ସୂଚନାଯୋଗ୍ୟ, ତୁର୍କୀରେ ସୋମବାର ୭.୮ର ଭୂମିକମ୍ପ ଏବଂ ଭୂକମ୍ପ ପରିବର୍ତ୍ତୀ ଝଟକା (ଆଫ୍ଟରସକ୍) ଆସିବା କାରଣରୁ ଏପର୍ଯ୍ୟନ୍ତ ୫ ହଜାର ଲୋକଙ୍କ ମୃତ୍ୟୁ ହୋଇଛି ଏମିତିକି ଅନେକ ତୁର୍କୀ ଏବଂ ସିରିଆର ଲୋକେ ପ୍ରାଣ ହରାଇଛନ୍ତି। ହତାୟେରେ ପ୍ରାୟ ୧୫୦୦ କୋଠା ଭୁଷୁଡ଼ି ପଡ଼ିଥିବା ନେଇ କହିଛନ୍ତି ଅଧିକାରୀ।
ସପେଟେ ତୁର୍କୀରେ ଭୂମିକମ୍ପ ଘଟଣାରେ ଏପର୍ଯ୍ୟନ୍ତ ୭,୮୦୦ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇସାରିଲାଣି। ସେମାନଙ୍କୁ ମେଡିକାଲ ସେବା ଯୋଗାଇଦିଆଯାଉଛି ଏବଂ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ନେଇ କହିଛନ୍ତି ତୁର୍କୀର ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଓରହାନ ଟାଟା। ସରକାରୀ ଏବଂ ବିଭିନ୍ନ ବେସରକାରୀ ସଂଗଠନ ତରଫରୁ ପ୍ରଭାବିତ ହୋଇଥିବା ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ କରାଯାଉଛି। ତେବେ ଭୂମିକମ୍ପ ପରବର୍ତ୍ତୀ ଝଟକା ଯୋଗୁଁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ବାଧା ଉତ୍ପନ୍ନ ହେଉଛି।
ଏହା ସହ ଅଧିକ ଥଣ୍ଡା ହେବା କାରଣରୁ ମଧ୍ୟ ଉଦ୍ଧାର କାର୍ଯ୍ୟ ବାଧା ଉପୁଜିଛି। ଏହି ଅଞ୍ଚଳରେ ପାଣିପାଗ ଖରାପ ହେବା ନେଇ ମଧ୍ୟ ଅନୁମାନ କରାଯାଉଛି ଯାହାଦ୍ବାରା ଆହୁରି ଉଦ୍ଧାର କାର୍ଯ୍ୟରେ ବାଧା ହୋଇପାରେ। ଏବେବି ଅନେକ ଲୋକ ଭଗ୍ନାଂଶ ତଳେ ଫସିରହିଛନ୍ତି ଏବଂ ସେମାନଙ୍କୁ କୌଣସି ସୁବିଧା ମିଳିପାରିନାହିଁ।