୨୦୨୮ ଲସ୍‌ ଆଞ୍ଜେଲସ୍‌ ଅଲିମ୍ପିକ୍ସରେ କ୍ରିକେଟ୍‌, IOC ଅଧିବେଶନରେ ଅନୁମୋଦନ

Published By : Prameya-News7 Bureau | October 16, 2023 IST

ମୁମ୍ବାଇ ୧୬।୧୦ : ଆଇଓସି ଅଧିବେଶନର ବଡ଼ ନିଷ୍ପତ୍ତି । ୨୦୨୮ ଲସ୍‌ ଆଞ୍ଜେଲେସ ଅଲିମ୍ପିକ୍ସରେ ସାମିଲ ହେଲା କ୍ରିକେଟ୍‌ । ଦୀର୍ଘ ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ ସାମିଲ ହୋଇଛି କ୍ରିକେଟ୍‌ । ଏହାବ୍ୟତୀତ ଆଉ ଚାରୋଟି ଖେଳ ମଧ୍ୟ ଅଲିମ୍ପିକ୍ସରେ ସାମିଲ ହୋଇଛି । କ୍ରିକେଟ୍ ସହିତ ଫ୍ଲାଗ୍ ଫୁଟବଲ୍, ବେସବଲ୍ ଏବଂ ସଫ୍ଟବଲ୍ ସମେତ ୫ କ୍ରୀଡାକୁ ମଧ୍ୟ ଅନ୍ତର୍ଭୁକ୍ତ ନେଇ ମିଳିଛି ଅନୁମୋଦନ । ଏନେଇ ପ୍ରେସମିଟ୍‌ ଜରିଆରେ ଘୋଷଣା କରିଛନ୍ତି ଆଇଓସି ଅଧ୍ୟକ୍ଷ ।

wp:html /wp:html

ଖବର ଅନୁଯାୟୀ, ଏହାପୂର୍ବରୁ ୧୯୦୦ ମସିହାରେ ପ୍ୟାରିସ ଅଲିମ୍ପିକ୍ସରେ କ୍ରିକେଟ୍‌ ଖେଳାଯାଇଥିଲା । ଯାହାକି ଶେଷ ଥର ପାଇଁ କୌଣସି ଅଲିମ୍ପିକ୍ସରେ ଖେଳାଯାଇଥିଲା କ୍ରିକେଟ୍‌ । ଏଥିରେ ଇଂଲଣ୍ଡ ଓ ଫ୍ରାନ୍ସ ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହୋଇଥିଲେ । ତେବେ ଏବେ କ୍ରିକେଟ୍‌ର ଲୋକପ୍ରିୟତାକୁ ଧ୍ୟାନରେ ରଖି ଆଇଓସି ଏପରି ନିଷ୍ପତ୍ତି ନେଇଛି ।

ଅକ୍ଟୋବର ୧୫ରୁ ମୁମ୍ବାଇରେ ଆରମ୍ଭ ହୋଇଥିଲା ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି(ଆଇଓସି)ର ୧୪୧ତମ ଅଧିବେଶନ। ଏଥିରେ କ୍ରିକେଟ୍‌ ସହ ବାକି ଆଉ ୪ଟି କ୍ରୀଡାକୁ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ଆଉ ଶେଷରେ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଅଧିବେଶନରେ ଏହି ପ୍ରସ୍ତାବ ଉପରେ ମୋହର ମାରିଛି । ଯାହାଫଳରେ ୨୦୨୮ରେ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟକୁ ଅନ୍ତର୍ଭୁକ୍ତ କରିବାକୁ ବାଟ ମଧ୍ୟ ଫିଟିଛି ।

wp:embed {"url":"https://www.prameyanews7.com/team-india-former-coach-ravi-shastri-criticized-shaheen-shah-afridis-performance/","type":"wp-embed","providerNameSlug":"prameya-news-7"}
https://www.prameyanews7.com/team-india-former-coach-ravi-shastri-criticized-shaheen-shah-afridis-performance/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.