ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ବିଶ୍ୱ ମୁଦ୍ରା ପାଣ୍ଠିର ଆକଳନ, ୨୦୨୩ ରେ ସବୁ ଦେଶକୁ ପଛରେ ପକାଇଦେବ ଭାରତର ଅର୍ଥନୀତି

12/10/2022 at 8:27 AM

ନୂଆଦିଲ୍ଲୀ ୧୨/୧୦: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଆଇ.ଏମ.ଏଫ.ର ଆକଳନ ଅନୁସାରେ ୨୦୨୩ରେ ଭାରତର ଅଭିବୃଦ୍ଧି ବିଶ୍ବର ସବୁ ବଡ଼ ବଡ଼ ଦେଶକୁ ପଛରେ ପକାଇଦେବ। ଯେତେବେଳେକି ଆମେରିକାର ଅଭିବୃଦ୍ଧି ୧ ପ୍ରତିଶତ ଏବଂ ରୁଷର ଅଭିବୃଦ୍ଧି ମାଇନସ ୨. ୩ ପ୍ରତିଶତ ରହିବ। ହେଲେ ଭାରତର ଅଭିବୃଦ୍ଧି ସବୁଠାରୁ ଆଗରେ ୬ ,୧ ପ୍ରତିଶତ ରହିବ।

ଭାରତ ପଛକୁ ଚୀନର ଅଭିବୃଦ୍ଧି ରହିବ ୪. ୪ ପ୍ରତିଶତ । ଭାରତ ଏକମାତ୍ର ଦେଶ ଯାହାର ଅଭିବୃଦ୍ଧି ୨୦୨୩ରେ ୫ ପ୍ରତିଶତ ଉପରକୁ ରହିବ। ଆଇ.ଏମ୍.ଏଫ.ର ଆକଳନ ଅନୁସାରେ ୨୦୨୩ରେ ବିଶ୍ବ ଅର୍ଥନୀତି ସଙ୍କଟଜନକ ସ୍ଥିତି ଦେଇ ଗତି କରିବ। ଗ୍ଲୋବାଲ ଇନଫ୍ଲେସନ ୯. ୫ ପ୍ରତିଶତ ରହିବ।

ତେବେ ୨୦୨୪ରେ ସ୍ଥିତିରେ ସୁଧାର ଆସିବ ବୋଲି ଆଇ.ଏମ.ଏଫ. କହିଛି। ଏହି ସଙ୍କଟଜନକ ସ୍ଥିତିରେ ଭାରତ ଏବଂ ଚୀନର ସ୍ଥିତି ଭଲ ରହିବ ବୋଲି ଆକଳନ କରିଛି ଆଇ.ଏମ.ଏଫ। ୨୦୨୧ରୁ ଭାରତ ଏମର୍ଜିଙ୍ଗ ଇକୋନୋମି ଭାବେ ଆଗକୁ ବଢ଼ିବ।

   Related Posts