ରାଜ୍ୟ ଭାରୋତ୍ତଳନ ପାଇଁ ଖୁସି ଖବର, ଓଡ଼ିଶାରେ ମିଳିବ ଅନ୍ତର୍ଜାତୀୟସ୍ତରୀୟ କୋଚିଂ
27/09/2023 at 5:36 PM

ବ୍ରହ୍ମପୁର,୨୭/୯: ରାଜ୍ୟ ଭାରୋତ୍ତଳନ ପାଇଁ ଖୁସି ଖବର। ଅନ୍ତର୍ଜାତୀୟସ୍ତରୀୟ କୋଚିଂ ପାଇଁ ଏଣିକି ଆଉ ବାହାରକୁ ଯିବାକୁ ପଡିବ ନାହିଁ। ବ୍ରହ୍ମପୁର ଏବଂ ଭୁବନେଶ୍ୱରରେ ମିଳିବ ଅନ୍ତର୍ଜାତୀୟ କୋଚିଂ। ବ୍ରହ୍ମପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ କହିଛନ୍ତି ରାଜ୍ୟ ଭାରୋତ୍ତଳନ ସଂଘ ସମ୍ପାଦକ କେ. ରବି କୁମାର।
ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟରେ ୪୭ଟି ମଲଟି ଇଣ୍ଡୋର ହଲ ପ୍ରତିଷ୍ଠା କରାଯାଇ କୋଚ୍ମାନଙ୍କୁ ନିଯୁକ୍ତି ପାଇଁ ସରକାର ଯୋଜନା କାଟୁଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ରାଜ୍ୟ ଭାରୋତ୍ତଳନ ସଂଘର ସାଧାରଣ ସମ୍ପାଦକ କେ. ରବି କୁମାର।
୨୦୩୬ ଅଲମ୍ପିକ ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବାକୁ ଉଦ୍ୟମ କରାଯାଇ ଓଡିଶାରୁ ଦୁଇଜଣ ଖେଳାଳି ଅଲଂପିକ୍ସରେ ଭାଗ ନେବାକୁ ଏବେ ଠାରୁ ପ୍ରସ୍ତୁତ ଆରମ୍ଭ କରିଥିବା କହିଛନ୍ତି ରାଜ୍ୟ ରାଜ୍ୟ ଭାରୋତ୍ତଳନ ସଂଘ।
ରାଜ୍ୟରେ ଭୁବନେଶ୍ୱର ଏବଂ ବ୍ରହ୍ମପୁରରେ ଦୁଇଟି ଅନ୍ତର୍ଜାତୀୟ କୋଚିଂ ସେଣ୍ଟର ପାଇଁ ସାଇରୁ ମିଳିଛି ସ୍ୱୀକୃତି। ଦୁଇଟି କେନ୍ଦ୍ରରେ ଦୁଇ ଶହ ଲେଖାଏଁ ଖେଳାଳିଙ୍କୁ ଦିଆଯିବ କୋଚିଂ। ଦୁଇଟି କେନ୍ଦ୍ରରେ ୯ ଜଣ ଲେଖାଏଁ ଲୋକାଲ କୋଚ୍ ଶହ ଦୁଇଜଣ ବିଦେଶୀ କୋଚ କୋଚିଂ ଦେବେ।