ଦୁଲୁକିବ ମୁକ୍ତାକାଶ ରଙ୍ଗମଞ୍ଚ, ଘୁଙ୍ଗୁରର ରୁଣୁଝୁଣୁ ଶବ୍ଦରେ ବିଭୋର ହେବେ ଦର୍ଶକ

Published By : Prameya-News7 Bureau | December 01, 2023 IST

କୋଣାର୍କ ୦୧/୧୨: ଆଉ ମାତ୍ର କେଇ ଘଣ୍ଟା ବାକି ରହିଛି ଅନ୍ତର୍ଜାତୀୟ କୋଣାର୍କ ମହୋତ୍ସବ । ପୁଣି ଘୁଙ୍ଗୁରର ତାଳେ ତାଳେ କମ୍ପିବ କୋଣାର୍କ ମୁକ୍ତାକାଶ ରଙ୍ଗ ମଞ୍ଚ । ଶାସ୍ତ୍ରୀୟ ସଙ୍ଗୀତ ଓ ବାଦ୍ୟ ପୁଣି ଥରେ ମନୋମୋହିବ ଦର୍ଶକଙ୍କ । କୋଣାର୍କ ଆଜିଠୁ ଚଳଚଞ୍ଚଳ କୋଣାର୍କ । ମହୋତ୍ସବ ଓ ଆର୍ନ୍ତଜାତୀୟ ବାଲୁକା କଳା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯାୟରେ ପରିଦର୍ଶନ କେଲେ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ୍ ରାମ ଯାଦବ ।

ନୃତ୍ୟଶିଳ୍ପୀଙ୍କ ଘୁଙ୍ଗୁରର ରୁଣୁଝୁଣୁ ଶବ୍ଦରେ ଆନମନା ହେବେ ଦର୍ଶକ । ନୃତ୍ୟସଙ୍ଗୀତର ଆସରରେ ରଙ୍ଗୀନ ହୋଇଉଠିବ ଚନ୍ଦ୍ରଭାଗାର ସ୍ୱର୍ଣ୍ଣାଭ ବେଳାଭୂମି । ଶୁକ୍ରବାରଠାରୁ ଆରମ୍ଭ ହେଉଥିବା ବହୁ ପ୍ରତୀକ୍ଷିତ କୋଣାର୍କ । ମହୋତ୍ସବ ପାଇଁ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଶିଳ୍ପୀଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହୋଇରହିଛି ମୁକ୍ତାକାଶ ରଙ୍ଗମଞ୍ଚ । ପର୍ଯ୍ୟଟନ ବିଭାଗ, ପର୍ଯ୍ୟଟନ ଉନ୍ନୟନ ନିଗମ, ଓଡ଼ିଶା ସଙ୍ଗୀତ ନାଟକ ।

wp:embed {"url":"https://www.prameyanews7.com/various-handicrafts-attracts-people-to-baliyatra-of-cuttack/","type":"wp-embed","providerNameSlug":"prameya-news-7"}
https://www.prameyanews7.com/various-handicrafts-attracts-people-to-baliyatra-of-cuttack/
/wp:embed

ଏକାଡେମୀର ମିଳିତ ଆନୁକୂଲ୍ୟରେ ଡିସେମ୍ୱର ୧ରୁ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି ବିଶ୍ୱପ୍ରସିଦ୍ଧ କୋଣାର୍କ ମହୋତ୍ସବ । ଚଳିତବର୍ଷ ଏହାକୁ ଆକର୍ଷଣୀୟ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସି ଉଠିଛି ମୁକ୍ତାକାଶ ରଙ୍ଗମଞ୍ଚ । ଉଦ୍‌ଘାଟନୀ ଦିବସରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହେବ । ଏଥିସହ ଇକୋ ରିଟ୍ରିଟ୍‌ର ପଞ୍ଚମ ସଂସ୍କରଣ ମଧ୍ୟ ଲୋକାର୍ପଣ କରାଯିବାର କାର୍ଯ୍ୟକ୍ରମ ରହିଛି ।

ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ, ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା କଳା ଉତ୍ସବ ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଅନ୍ୟପଟେ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ୍‌ ରାମଚନ୍ଦ୍ର ଯାଦବ ଗୁରୁବାର ସନ୍ଧ୍ୟାରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏଥର କୋଣାର୍କ ମହୋତ୍ସବ ଆକର୍ଷଣୀୟ ହେବ । ଏହି ଉତ୍ସବ ସମଗ୍ର ଓଡ଼ିଆ ଜାତି ଓ କୋଣାର୍କ ବାସିନ୍ଦାଙ୍କ ପାଇଁ ଗର୍ବର ବିଷୟ ବୋଲି ନିର୍ଦ୍ଦେଶକ ଶ୍ରୀ ଯାଦବ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.