ଭାରତର ଗୁରୁତ୍ୱପୂର୍ଣ୍ଣ ୱେବ୍‌ସାଇଟ୍‌ ଉପରେ ବାରମ୍ବାର ହେଉଛି ସାଇବର ଆଟାକ; ମୁସଲମାନ ହ୍ୟାକରଙ୍କୁ ଆଟାକ କରିବାକୁ ଆହ୍ୱାନ

Published By : Prameya-News7 Bureau | June 13, 2022 IST

ନୂଆଦିଲ୍ଲୀ: ନିଲମ୍ବିତ ନେତ୍ରୀ ନୂପୁର ଶର୍ମାଙ୍କ ବିବାଦୀୟ ବୟାନ ପାଇଁ ଚାରିଆଡ଼ୁ ଭାରତ ଉପରେ ଆକ୍ରମଣ ଜାରି ରହିଛି। ଦୁର୍ବୃତ୍ତମାନେ ବିକ୍ଷୋଭ କରି ଦେଶ ନଷ୍ଟ କରିବାକୁ ଲାଗିଥିବା ବେଳେ ବିଦେଶର ପାକିସ୍ତାନ ଓ ବାଂଲାଦେଶରୁ ପ୍ରାୟୋଜିତ ବିକ୍ଷୋଭ ଜାରି ରହିଛି।

ସେପରି ଇଣ୍ଟରନେଟ୍‌ରେ ବି ଭାରତକୁ ଆକ୍ରମଣ ପରେ ଆକ୍ରମଣ ଜାରି ରହିଛି। ବିଦେଶୀ ହ୍ୟାକରମାନେ ସରକାରୀ ୱେବ୍‌ସାଇଟ୍‌ ହ୍ୟାକ୍ କରିବାକୁ ଲାଗିପଡ଼ିଛନ୍ତି। କେବେଳ ସେତିକି ନୁହେଁ ସମସ୍ତ ମୁସଲମାନ ହ୍ୟାକର ମିଶି ଭାରତର ଗୁରୁତ୍ୱପୂର୍ଣ୍ଣ ୱେବ୍‌ସାଇଟ୍ ହ୍ୟାକ୍ କରିବାକୁ ମଧ୍ୟ ଆହ୍ୱାନ ଦିଆଯାଇଥିବା ଜଣାପଡ଼ିଛି। ବେଙ୍ଗାଲୁରୁ ସ୍ଥିତ ଏକ ସାଇବର ସିକ୍ୟୁରିଟି ଫାର୍ମ କ୍ଲାଉଡସେକ୍ ଏହାର ଖୁଲାସା କରିଛି।

କ୍ଲାଉଡ୍‌ସେକ୍‌ର ରିପୋର୍ଟ ଅନୁସାରେ, ମାଲେସିଆ ସ୍ଥିତ ହ୍ୟାକ୍ଟିଭିଷ୍ଟ ଗ୍ରୁପ ଡ୍ରାଗୋନ ଫୋର୍ସ ଭାରତର ସରକାର ୱେବ୍‌ସାଇଟ୍‌ଗୁଡ଼ିକ ଉପରେ ଏକାଧିକ ଆଟାକ୍ କରିଛି। ଏହି ଗ୍ରୁପ୍‌ ଭାରତ ବିରୋଧରେ ଓପ୍ସପଟୁକ ନାମକ ଏକ ଅଭିଯାନ ଆରମ୍ଭ କରିଛି। ଯାହାର ଅର୍ଥ ହେଲା ଷ୍ଟ୍ରାଇକ୍ ବ୍ୟାକ୍। ଏହା ବାଦ ଏହି ସାଇଟ୍‌ ମୁସ୍ଲିମ ହ୍ୟାକରଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି। ମିଲିଟାରୀ ଅପରେସନ, ବ୍ୟକ୍ତିଗତ ତଥ୍ୟ ଆଧାରିତ ଭଳି ଗୁରୁତ୍ୱପୂର୍ଣ୍ଣ ୱେବ୍‌ସାଇଟ୍‌ଗୁଡ଼ିକର ସିକ୍ୟୁରିଟି ଭାଙ୍ଗିବାକୁ ଚେଷ୍ଟା ଚଳାଇଛନ୍ତି।

ତେଣୁ ସରକାର ଓ ବ୍ୟକ୍ତିଗତ ସଂସ୍ଥାନଗୁଡ଼ିକ ନିଜର ଡିଜିଟାଲ ମାଧ୍ୟମଗୁଡ଼ିକୁ ସୁରକ୍ଷିତ ରଖିବା ଦରକାର ବୋଲି କ୍ଲାଉଡ୍‌ସେକ୍‌ କହିଛି।   
ଜୁନ ୧୦ ତାରିଖରେ ମାଲେସିଆ ହ୍ୟାକର ଗ୍ରପ୍ ଡ୍ରୋଗାନଫୋର୍ସର ଟ୍ୱିଟ୍‌କୁ ଖୋଜି ବାହାର କରିଥିଲା। ଯେଉଁଥିରେ ସେ ସାଇବାର ଆଟାକ କରିଥିବା ଓ ଆଟାକ କରିବାକୁ ମୁସମାନ ହ୍ୟାକରଙ୍କୁ ଆହ୍ୱାନ ଦେଇଥିବା ଜାଣିବାକୁ ପାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.