ବୀରଦାସ ରଚିଲେ ଇତିହାସ, ବେଷ୍ଟ କମେଡି ପାଇଁ ଜିତିଲେ ଇଣ୍ଟରନ୍ୟାସନାଲ୍ ଏମୀ ପୁରସ୍କାର
21/11/2023 at 9:52 AM

ନୂଆଦିଲ୍ଲୀ ୨୧।୧୧: ଫେମସ୍ ଷ୍ଟାଣ୍ଡଅପ୍ କମେଡିଆନ୍ ବୀରଦାସ । ସେ ରଚିଛନ୍ତି ଇତିହାସ । ତାଙ୍କୁ ମିଳିଛି ଅନ୍ତର୍ଜାତୀୟ ଏମି ପୁରସ୍କାର ୨୦୨୩ । ସେ ତାଙ୍କର ଅନନ୍ୟ କମେଡି ‘ବୀରଦାସ ଲ୍ୟାଣ୍ଡିଂ’ ପାଇଁ ତାଙ୍କୁ ମିଳିଛି ଏହି ଟ୍ରଫି । ନେଟଫ୍ଲିକ୍ସରେ ପ୍ରସାରିତ ଶୋ ‘ବୀର ଦାସ ଲ୍ୟାଣ୍ଡିଂ’ ପାଇଁ ବୀରଦାସ ଏମି ଅନ୍ତର୍ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି ।

‘ବୀରଦାସ ଲ୍ୟାଣ୍ଡିଙ୍ଗ୍’ ସହିତ ‘ଡେରି ଗର୍ଲ୍ସ ସିଜନ-୩’କୁ ବି କମେଡି ପାଇଁ ମଧ୍ୟ ପ୍ରଦାନ କରାଯାଇଛି ଏମି ଅନ୍ତର୍ଜାତୀୟ ପୁରସ୍କାର । ୫୧ତମ ଏମି ଅନ୍ତର୍ଜାତୀୟ ପୁରସ୍କାର ସମାରୋହ ଉତ୍ସବ ନ୍ୟୁୟର୍କରେ ଆୟୋଜିତ ହୋଇଥିଲା । ଖବର ଅନୁଯାୟୀ, ଏହା ପୂର୍ବରୁ ୨୦୨୧ ମସିହାରେ ବୀରଦାସ ତାଙ୍କ କମେଡି ସୋ ‘ଟୁ ଇଣ୍ଡିଆ’ ପାଇଁ ଏମି ଅନ୍ତର୍ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ ମଧ୍ୟ ସେ ଏହି ପୁରସ୍କାର ଜିତି ପାରିନଥିଲେ ।

ଚଳିତ ବର୍ଷ ନେଟଫ୍ଲିକ୍ସର ‘ଦିଲ୍ଲୀ କ୍ରାଇମ-୨’ ପାଇଁ ଅଭିନେତ୍ରୀ ଶେଫାଲୀ ଶାହା ଏବଂ ସୋନି ଲିଭର ‘ରକେଟ ବଏଜ୍-୨’ପାଇଁ ଅଭିନେତା ଜିମ ସରବ ମଧ୍ୟ ଅନ୍ତର୍ଜାତୀୟ ଏମି ପୁରସ୍କାର ପାଇଁ ମନୋନୀତ ହୋଇଥିଲେ।
You Can Read: