ରୟାଲ ମେଲକୁ ବ୍ରିଟେନ ଅଫକମ୍‌ର ୫.୬ ନିୟୁତ ପାଉଣ୍ଡ ଜରିମନା, ଜାଣନ୍ତୁ କାହିଁକି ?

Published By : Prameya-News7 Bureau | November 14, 2023 IST

ଲଣ୍ଡନ ୧୪।୧୧: ବ୍ରିଟେନର ଯୋଗାଯୋଗ ନିୟାମକ ଅଫକମ ରୋୟାଲ ମେଲ ଭାବେ ଜଣାଶୁଣା ଏହାର ଅନ୍ତର୍ଜାତୀୟ ବିତରଣ ସେବା ଆଇଡିଏସଆଇ ଡଟ୍‌ ଏଲକୁ ୫.୬ ନିୟୁତ ପାଉଣ୍ଡ ଅର୍ଥାତ ୬.୮୫ ନିୟୁତ ଡଲାର ଜରିମାନା କରିଛନ୍ତି। ଗତ ୧ ବର୍ଷ ହେଲା ବିତରଣ ଲକ୍ଷ ହସଲ କରିବାରେ ବିଫଳତା ପାଇଁ ରୟାଲ ମେଲ ଉପରେ ଏହି ଜରିମନା ହୋଇଛି। ମେ ମାସରେ ଅଫକମ କହିଥିଲେ ଯେ ମାର୍ଚ୍ଚ ୨୦୨୩ରେ ଶେଷ ହୋଇଥିବା ବର୍ଷରେ ଡେଲିଭରୀ ଟାର୍ଗେଟ୍ ବିଫଳତା ନେଇ ଯାଞ୍ଚ କରାଯାଉଛି।

ତେବେ ସଂଘୀୟ ବିବାଦ ହିଁ ଡେଲିଭରୀ ଟାର୍ଗେଟ୍ ହାସଲରେ ବିଫଳତାର ମୂଳ କାରଣ ବୋଲି ରୋୟାଲ ମେଲ କହିଆସୁଛି।  ଯେଉଁଥି ପାଇଁ ଅତୀତରେ ହରତାଳ ମଧ୍ୟ ହୋଇଥିଲା। ତେବେ ଯାଞ୍ଚରୁ କମ୍ପାନୀ ଏହାର ଦାୟିତ୍ୱ ପୂରଣ କରୁନଥିବା ଜଣାପଡିଛି। ରୋୟାଲ ମେଲର ପ୍ରଦର୍ଶନ ଉପରେ ଔଦ୍ୟୋଗିକ କାର୍ଯ୍ୟାନୁଷ୍ଠାନ, ଅତିରିକ୍ତ ପାଣିପାଗ, ରନୱେ ବନ୍ଦ ରହିବା ଆଦିର ଆକଳନ ପରେ ଯାଞ୍ଚରୁ ଏହା ଜଣାପଡିଥିଲା। ତେବେ ଅଫକମ୍‌ ଡାଇରେକ୍ଟର ଅଫ ଏନଫୋର୍ସମେଣ୍ଟ ଇୟାନ ଷ୍ଟ୍ରହର୍ଣ୍ଣ କହିଛନ୍ତି ଯେ ମହାମାରୀର ପରବର୍ତ୍ତି କାଳରେ ରୋୟାଲମେଲର ସଞ୍ଚାଳନ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡିଥିଲା।

{"id":869680,"width":839,"height":552,"sizeSlug":"full","linkDestination":"none"}

ତେବେ କମ୍ପାନୀ ଏହାକୁ ଏକ ବାହାନା କରିପାରିବ ନାହିଁ ବୋଲି ଆମେ ସତର୍କ କରିଥିଲୁ ବୋଲି ଇୟାନ ଷ୍ଟ୍ରହର୍ଣ୍ଣ କହିଛନ୍ତି। ଏହା ସତ୍ତ୍ୱେ ମଧ୍ୟ ରୋୟାଲ ମେଲ ବିତରଣ ଲକ୍ଷ ହାସଲ କରିବାରେ ବାରମ୍ବାର ବିଫଳ ହେଉଛି। ଏଣୁ ରୟାଲ ମେଲ ଉପରେ ଜରିମନା ହୋଇଥିବା ସେ କହିଛନ୍ତି। ତେବେ ଏହି ଜରିମନାରେ ରୋୟାଲ ମେଲର ଋଣ ସ୍ୱୀକାରୋକ୍ତି ଓ ମାମଲା ସମାଧାନ କରିଥିବାରୁ ଏଥିରେ ୩୦ ପ୍ରତିଶତ ରିହାତି ଦିଆଯାଇଥିବା ଅଫକମ କହିଛନ୍ତି।

୫ଶହ ବର୍ଷରୁ ବି ଅଧିକ ପୁରୁଣା ରୟାଲ ମେଲକୁ ଗତ ୨୦୧୩ ମସିହାରେ ଘରୋଇକରଣ କରାଯାଇଥିଲା। ଏହି ଘରୋଇକରଣରେ କର୍ମଚାରୀଙ୍କ ବେତନ ଓ ଚାକିରୀ ସର୍ତ୍ତକୁ ନେଇ ଆନ୍ଦୋଳନ ହେବାରୁ କମ୍ପାନୀକୁ ବିପୁଳ କ୍ଷତିର ସମ୍ମୁଖୀନ ହେବାକୁ ପଡିଥିଲା। କେବଳ ଏତିକି ନୁହେଁ ୨୦୨୩ରେ ମଧ୍ୟ କମ୍ପାନୀ  ରାନସମୱେର ଆକ୍ରମଣର ଶିକାର ହୋଇଥିଲା। ଫଳରେ ଅନ୍ତର୍ଜାତୀୟ ଡେଲିଭରୀ ପ୍ରଭାବିତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.