Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଯୁକ୍ରେନରେ ଯୁଦ୍ଧ ଅପରାଧ ପାଇଁ ରାଷ୍ଟ୍ରପତି ପୁଟିନ ଦୋଷୀ, ଗିରଫ ୱାରେଣ୍ଟ ଜାରି କଲେ ଇଣ୍ଟରନ୍ୟାସନାଲ କୋର୍ଟ

17/03/2023 at 9:47 PM

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଗତ ଏକ ବର୍ଷରୁ ଅଧିକ ସମୟ ଧରି ଲଢେଇ ଜାରି ରହିଛି । ଦୁଇ ଦେଶ ମଧ୍ୟରୁ କେହି ବି ପଛକୁ ହଟିବାକୁ ରାଜି ନୁହନ୍ତି । ଏହାରି ଭିତରେ ଇଣ୍ଟରନ୍ୟାସନାଲ କ୍ରିମିନଲ କୋର୍ଟ ୟୁକ୍ରେନରେ ଯୁଦ୍ଧ ଅପରାଧ ପାଇଁ ରୁଷ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି । କୋର୍ଟ କହିଛନ୍ତି ଯେ ରୁଷ ରାଷ୍ଟ୍ରପତି ଅକ୍ତିଆର କରିଥିବା ୟୁକ୍ରେନ ଅଞ୍ଚଳରୁ ରୁଷକୁ ବେଆଇନ ଭାବେ ଲୋକଙ୍କ ସ୍ଥାନାନ୍ତରଣର ଯୁଦ୍ଧ ଅପରାଧ ପାଇଁ କଥିତ ରୂପେ ଦାୟୀ ଅଟନ୍ତି ।

ରୁଷ ଉପରେ ବାରମ୍ୱାର ଅତ୍ୟାଚାରର ଅଭିଯୋଗ ଲଗାଇ ଆସିଛି ୟୁକ୍ରେନ । ଅନ୍ୟପଟେ ରୁଷ ଏହି ଅଭିଯୋଗ ଗୁଡିକୁ ଖଣ୍ଡନ କରି ଆସିଛି । ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟର ପ୍ରି-ଟ୍ରାୟଲ ଚାମ୍ୱର-୨ ପୁଟିନଙ୍କ ସହ ଦୁଇ ବ୍ୟକ୍ତିଙ୍କ ଗିରଫଦାରୀ ପାଇଁ ୱାରେଣ୍ଟ ଜାରି କରିଛନ୍ତି । ଅନ୍ୟଙ୍କ ମଧ୍ୟରେ ମାରିଆ ଅଲେକ୍ସେୟେବନା ଲଭୋଭା-ବେଲୋଭା ସାମିଲ ଅଛନ୍ତି ।

କୋର୍ଟ କହିଛନ୍ତି ଯେ ୨୦୨୪ ଫେବ୍ରୁଆରୀ ୨୪ରେ ରୁଷ ଆକ୍ରମଣ ପରେ ୟୁକ୍ରେନରେ ଅତିଥ ରୂପେ ଅପରାଧ କରାଯାଇଥିଲା । ଏଥିପାଇଁ ପୁଟିନ ଦାୟୀ । ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ କହିଛନ୍ତି ଯେ ରୁଷ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ଶିଶୁ ଅଧିକାର କମିଶନର ମାରିଆ ଅଲେକ୍ସେୟେବନା ଲାଭୋଭା-ବେଲେଭା ବେଆଇନ ବିସ୍ଥାପନ ଏବଂ ଲୋକଙ୍କ ବେଆଇନ ଚାଲାଣର ଯୁଦ୍ଧ ଅପରାଧ ପାଇଁ କଥିତ ରୂପେ ଦାୟୀ ଅଟନ୍ତି ।

   Related Posts