ସୋଆରେ ଥଣ୍ଡର ଷ୍ଟର୍ମ ଓ ଲାଇଟିଙ୍ଗ୍ ସମ୍ବନ୍ଧୀୟ ଅନ୍ତର୍ଜାତୀୟ ସମ୍ମିଳନୀ : ବଜ୍ରପାତର ୪୫ ମିନିଟ୍ ପୂର୍ବରୁ ସୂଚନା ପାଇଁ ରାଜ୍ୟରେ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ମୋବାଇଲ୍ ଆପ୍ସ

Published By : Prameya-News7 Bureau | January 16, 2019 IST

ଭୁବନେଶ୍ବର ୧୬|୧: ଗୁରୁବାରଠୁ ସୋଆ ଡିମଡ ଟୁ ବି ବିଶ୍ବବିଦ୍ୟାଳୟ ପରିସରରେ ଆରମ୍ଭ ହେବ ଥଣ୍ଡର ଷ୍ଟର୍ମ ଓ ଲାଇଟିଙ୍ଗ ସମ୍ବନ୍ଧୀୟ ଅନ୍ତର୍ଜାତୀୟ ସମ୍ମିଳନୀ । ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଦେଶ ବିଦେଶର ୩ଶହରୁ ଅଧିକ ପାଣିପାଗ ବିଶେଷଜ୍ଞ ଓ ରିସର୍ଚ ସ୍କଲାର ଯୋଗ ଦେବେ । ଅନ୍ତର୍ଜାତୀୟ ସମ୍ମିଳନୀ ପୂର୍ବରୁ ବୁଧବାର ବଜ୍ରପାତ ଜନିତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା ।

{"id":74693}

ଚିନ୍ତା ବଢାଉଛି ବଜ୍ରପାତ। ଦିନକୁ ଦିନ ବଜ୍ରପାତ ଜନତି ମୁତ୍ୟ ସଂଖ୍ୟା ବଢିବାରେ ଲାଗିଛି । ବଜ୍ରପାତ ଜନତି  ମୃତ୍ୟ ହାରରେ ସାରା ବିଶ୍ବରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି । ଓଡିଶା ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ବା  ଓସଡମା ଏବଂ   ସୋଆ ଡିମଡ ଟୁ ବି ବିଶ୍ବବିଦ୍ୟାଳୟ ମିଳିତ ଆନୁକୁଲ୍ୟରେ ଗୁରୁବାରଠୁ ବିଶ୍ବବିଦ୍ୟାଳୟ ପରିସରରେ ଆରମ୍ଭ ହେବ ୩ ଦିନିଆ ଅନ୍ତର୍ଜାତୀୟ ସମ୍ମୀଳନୀ ଆଇସିଟିଏଲଟି ୨୦୧୯ । ବଜ୍ରପାତ ନେଇ ଦେଶ ବିଦେଶର ୩ଶହ ପାଣିପାଗ ବିଶେଷଜ୍ଞ ଓ ରିସର୍ଚ୍ଚ ସ୍କଲାର ମାନସ ମନ୍ଥନ କରିବେ । ବିଶେଷ କରି ବଜ୍ରପାତ ଜନିତ ଘଟୁଥିବା ମୃତ୍ୟୁ ହାର କିଭଳି କମିବ ସେ ନେଇ ଆଲୋଚନା କରିବେ ।

{"id":74694}

ଅନ୍ତର୍ଜାତୀୟ ସମ୍ମିଳନୀ ପୂର୍ବରୁ ସୋଆ କ୍ୟାମ୍ପସ ଟୁ ଅଡିଟୋରିୟମରେ ବଜ୍ରପାତ ଜନିତ ସଚେତନ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ସେଥିରେ ସାମିଲ ହୋଇଥିଲେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ । ବଜ୍ରପାତ ସୁରକ୍ଷା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଇଥିଲେ ଦେଶ, ବିଦେଶର ବହୁ ପାଣିପାଗ ବିଶେଷଜ୍ଞ ।  

{"id":74695}

ତେବେ ବଜ୍ରପାତର ୪୫ ମିନିଟ୍ ପୂର୍ବରୁ କିଭଳି ଲୋକେ ସୂଚନା ପାଇବେ ସେଥିପାଇଁ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ମୋବାଇଲ୍ ଆପ୍ସ । ୬ଟି ସ୍ଥାନରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.