ଭାରତୀୟ ଉପଗ୍ରହ ତଥ୍ୟ ବ୍ୟବହାର କରନ୍ତି ଅନ୍ତର୍ଜାତୀୟ ସମ୍ପ୍ରଦାୟ, ଏପରି ମତ ଦେଲେ ଭାରତୀୟ ବୈଜ୍ଞାନିକ

Published By : Prameya-News7 Bureau | December 17, 2020 IST

ଚେନ୍ନାଇ ୧୭/୧୨ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଦ୍ୱାରା ନିର୍ମିତ ଏବଂ ଉନ୍ମୋଚିତ ହୋଇଥିବା ସାଟେଲାଇଟ୍ କେବଳ ଡୋମେନ୍ ମଧ୍ୟରେ ଭାରତର ଘରୋଇ ଆବଶ୍ୟକତା ପୂରଣ କରୁଛି । କେବଳ ସେତିକି ନୁହେଁ ଏହାର ତଥ୍ୟ ଆମେରିକା ଏବଂ ଅଷ୍ଟ୍ରେଲିଆ ପାଣିପାଗ ସତର୍କ ସୂଚନା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ ବୋଲି ISROର ୟୁଆର ରାଓ ସାଟେଲାଇଟ କେନ୍ଦ୍ର ପୂର୍ବତନ ନିର୍ଦ୍ଦେଶକ ଡଃ ମିଲସ୍ୱାମୀ ଆନ୍ନାଦୁରାଇ କହିଛନ୍ତି।

ପ୍ରେସ୍ ସୂଚନା ବ୍ୟୁରୋ ଦ୍ୱାରା ଆୟୋଜିତ “ ଆତ୍ମନିର୍ଭରଶୀଳ ଭାରତ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା” ଶୀର୍ଷକ ଏକ ଭର୍ଚୁଆଲ ଇଭେଣ୍ଟରେ ସେ କହିଛନ୍ତି ଯେ ଉପଗ୍ରହ ତଥ୍ୟ ଏବଂ ଡ୍ରୋନର ମିଳିତ ବ୍ୟବହାର ଦ୍ବାରା ଉତ୍ତର ଭାରତର କେତେକ ସ୍ଥାନରେ ପଙ୍ଗପାଳ ଆକ୍ରମଣର ବିସ୍ତାରକୁ ରୋକା ଯାଇପାରିଛି ।  

ଡଃ ମିଲସ୍ୱାମୀ ଆନ୍ନାଦୁରାଇ ବର୍ତ୍ତମାନ ତାମିଲନାଡୁ ରାଜ୍ୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପରିଷଦର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି । ସେ ତାଙ୍କ ଉକ୍ତିରେ ସ୍ଥାନୀୟ ତଥା ଆନ୍ତର୍ଜାତୀୟ ଚାହିଦାକୁ କିପରି ଘରୋଇ ପ୍ରଯୁକ୍ତିବିଦ୍ୟାରେ ବ୍ୟବହାର କରାଯାଇପାରିବ ତାହା ଉପରେ ଟିପ୍ପଣୀ ଦେଇଛନ୍ତି ।

ଭାରତୀୟ ଉପଗ୍ରହ ବିଷୟରେ ଆନ୍ନାଦୁରାଇ କହିଛନ୍ତି ଯେ ପାଣିପାଗ ପୂର୍ବାନୁମାନ ପାଇଁ ବ୍ୟବହୃତ ISRO ନିର୍ମିତ ଉପଗ୍ରହ କେବଳ ବାତ୍ୟା ସମୟରେ କ୍ଷତି ହ୍ରାସ କରୁନାହିଁ ବରଂ ମେଟେରୋଲୋଜିକାଲ୍ ସାଟେଲାଇଟ୍ ପାଇଁ କୋର୍ଡିନେସନ୍ ଗ୍ରୁପ୍ ମାଧ୍ୟମରେ ଆନ୍ତର୍ଜାତୀୟ ସମ୍ପ୍ରଦାୟକୁ ମଧ୍ୟ ସାହାଯ୍ୟ କରୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମତ୍ସ୍ୟଜୀବୀମାନଙ୍କୁ ଭାରତୀୟ ଜଳ ମଧ୍ୟରେ ରହିବାକୁ ତଥା ସମୁଦ୍ରର ରଙ୍ଗ ଏବଂ ଅନ୍ୟାନ୍ୟ ପାରାମିଟର ଉପରେ ନଜର ରଖିବା ପାଇଁ ଉପଗ୍ରହ ବ୍ୟବହାର କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.