ଇଣ୍ଟରନ୍ୟାଶ୍‌ନାଲ ଆଣ୍ଟି କରପସନ୍ ଡେ : ଦିଲ୍ଲୀ ସ୍ଥିତ ସିବିଆଇ ମୁଖ୍ୟାଳୟରେ ଅନୁଷ୍ଠିତ ଉତ୍ସବରେ ଏନଏସଏ ଅଜିତ ଡୋଭାଲ ମୁଖ୍ୟ ଅତିଥି, ଜୟନାରାୟଣ ରଣାଙ୍କୁ ରାଷ୍ଟ୍ରପତି ପୋଲିସ ପଦକ

Published By : Prameya-News7 Bureau | December 09, 2020 IST

ନୂଆଦିଲ୍ଲୀ, ୦୯।୧୨:   ଆନ୍ତର୍ଜାତୀୟ ଦୁର୍ନୀତି ନିରୋଧ ଦିବସ ଅବସରରେ ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଏହି କାର୍ଯ୍ୟକ୍ରମ ସିବିଆଇ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଛି । ଏହାସହ ବିଭିନ୍ନ ସମୟରେ ନିଜ କର୍ତ୍ତବ୍ୟରେ ଉତ୍କର୍ଷତା ପ୍ରତିପାବନ କରିଥିବା ସିବିଆଇ ଅଧିକାରୀଙ୍କୁ କରୋନା କଟକଣାକୁ ପାଳନ କରି ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯାଇଛି । ୨୦୧୫ରୁ ୨୦୧୯ ମଧ୍ୟରେ କର୍ତ୍ତବ୍ୟ ପାଳନରେ ପରାକାଷ୍ଠା ଦେଖାଇଥିବା ଅଧିକାରୀଙ୍କୁ ଏହି ପଦକ ମିଳିଛି ।

ରାଷ୍ଟ୍ରପତି ପଦକ ପାଇବାକୁ ଥିବା ସିବିଆଇ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ୱର ସିବିଆଇ ଅର୍ଥନୈତିକ ଶାଖାର ଏସପି ଶ୍ରୀ ଜୟନାରାୟଣ ରଣା । ତାଙ୍କୁ ୨୦୧୯ ସାଧାରଣତନ୍ତ୍ର ଦିବସରେ ମଧ୍ୟ ରାଷ୍ଟ୍ରପତି ପୁରସ୍କାର ମିଳିଥିଲା । ବୁଧବାର ସେ ଅଜିତ ଡୋଭାଲଙ୍କଠାରୁ ପଦକ ଗ୍ରହଣ କରିଛନ୍ତି । ତାଙ୍କ ବ୍ୟତୀତ ଅନ୍ୟ ୩୩ ଅଧିକାରୀଙ୍କୁ ମଧ୍ୟ ପଦକ ମିଳିଛି । ଏହି କାର୍ଯ୍ୟକ୍ରମରେ ସିବିଆଇ ନିର୍ଦ୍ଦେଶକ ରିଶିକୁମାର ଶୁକ୍ଲା, ଗୃହ ସଚିବ ଅଜୟ କୁମାର ଭଲ୍ଲା ମଧ୍ୟ ଉପସ୍ଥିତ ରହିଥିଲେ ।

{"id":375018,"sizeSlug":"large","linkDestination":"none"}

ଜୟନାରାୟଣ ରାଣା ୧୯୮୩ରେ ଜାତୀୟ ପୋଲିସ ଏକାଡେମୀ ହାଇଦ୍ରାବାଦରୁ ତାଲିମ ପରେ ୧୯୮୩ରେ ସିବିଆଇରେ ଯୋଗ ଦେଇଥିଲେ । ସେ ସିବିଆଇର ଜଣେ ଜଣାଶୁଣା ଦକ୍ଷ ଅଫିସର ଅଟନ୍ତି । ବ୍ୟାପମ ଦୁର୍ନୀତିର ତଦନ୍ତ ଭାର ମଧ୍ୟ. ଗ୍ରହଣ କରିଥିଲେ । ତାଙ୍କର ନିଜ ଘର ହେଉଛି ବାଲେଶ୍ୱରର ହାଡିପଦା ଗ୍ରାମ ପଞ୍ଚାୟତର ସିଙ୍ଗରପୁର ଗ୍ରାମରେ । ତାଙ୍କର ପିତା ହେଉଛନ୍ତି ସ୍ୱର୍ଗତଃ କାଶିନାଥ ରଣା ଓ ମାଆ ହେଲେ ଶ୍ରୀମତୀ ରାହସମଣି ରଣା । ୨୦୦୫ ସାଧାରଣତନ୍ତ୍ର ଦିବସରେ ମଧ୍ୟ ଜୟନାରାୟଣ ରଣା ଭାରତୀୟ ପୋଲିସ ପଦକରେ ସମ୍ମାନିତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.