କିଏ ୮ କୋଟି ତ ଆଉ କିଏ ୫୦ କୋଟି, ଜାଣନ୍ତୁ ଏହି ୪ ଇଣ୍ଟରନ୍ୟାଶନାଲ ସିଙ୍ଗର୍ସ Ambaniଙ୍କ ଠାରୁ ନେଇଛନ୍ତି କେତେ ଫି’

Published By : Prameya-News7 Bureau | March 05, 2024 IST

ମୁମ୍ଵାଇ ୦୫।୦୩: ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ପୂର୍ବ କାର୍ଯ୍ୟକ୍ର ସରିଯାଇଛି। ସେଥିରେ ବଲିଉଡ୍‌ର ବହୁ କଳାକାର ଯୋଗ ଦେଇଥିଲେ । ହେଲେ ଚର୍ଚ୍ଚାରେ ଥିଲେ ହଲିଉଡ୍‌ ତଥା କାରିୱିଆନ୍ର ପପ୍ ତାରକା ରିହାନା । ମାର୍ଚ୍ଚ ୧ ରୁ ୩ ପର୍ଯ୍ୟନ୍ତ ଚାଲିଥିବା ଏହି ସମାରୋହରେ ରିହାନା ପ୍ରଥମ ଦିନରେ ନିଜର ପରଫମାନ୍ସ  ଦେଇଥିଲେ। କିନ୍ତୁ ଆପଣ ଜାଣନ୍ତି କି ଅମ୍ବାନୀ ପାରିବାରିକ ଇଭେଣ୍ଟ ଗୁଡିକରେ ଆନ୍ତର୍ଜାତୀୟ ଗାୟକମାନଙ୍କ ସହିତ ଏକ ପୁରୁଣା ସଂଯୋଗ ରହିଛି । ରିହାନା ପୂର୍ବରୁ ମଧ୍ୟ ବହୁ ବଡ ଆନ୍ତର୍ଜାତୀୟ ଗାୟକ-ଗାୟିକା ଅମ୍ବାନୀ ପରିବାର କାର୍ଯ୍ୟକ୍ରମରେ ପରଫମ କରିଛନ୍ତି । ଯେଉଁଥିପାଇଁ ସେ ଅମ୍ବାନୀଙ୍କ ଠାରୁ ବିପୁଳ ପରିମାଣର ଫି’ ମଧ୍ୟ ନେଇଛନ୍ତି।  

wp:html
/wp:html

ଗୁଜୁରାଟର ଜାମନଗରରେ ଅନୁଷ୍ଠିତ ଅନନ୍ତ ଏବଂ ରାଧିକାଙ୍କ ପାର୍ଟିରେ ରିହାନା ସମସ୍ତଙ୍କୁ ମତୁଆଲା କରିଥିଲେ। କହିବାକୁ ଗଲେ ରିହାନା ଗୋଟିଏ ପରଫମାନ୍ସ ପାଇଁ ୧୨ କୋଟିରୁ ୯୯ କୋଟି ଟଙ୍କା ଆଦାୟ କରନ୍ତି ।  ହେଲେ ରିହାନା ଅନନ୍ତ ଏବଂ ରାଧିକାଙ୍କ ବିବାହ କାର୍ଯ୍ୟକ୍ରମ ପାଇଁ ପ୍ରାୟ ୫୦ କୋଟି ଟଙ୍କା ନେଇଛନ୍ତି।

wp:html
/wp:html

ଫେମସ୍‌ ଇଣ୍ଟରନ୍ୟାସନାଲ ସିଙ୍ଗର ବିୟୋନ୍ସେ । ୨୦୧୮ରରେ ସେ ଇଶା ଓ ଆନନ୍ଦଙ୍କ ନିର୍ବନ୍ଧରେ ପରଫର୍ମ କରିଥିଲେ। ଦୁହିଁଙ୍କର ପ୍ରି ୱେଡିଂ ସେରମନି ରାଜସ୍ଥାନରେ ହୋଇଥିଲେ । ଯେଉଁଥିରେ ବିୟୋନ୍ସେ ଦମ୍‌ଦାର ଗୀତ ଗାଇଥିଲେ । ଏଥିପାଇଁ ସେ ୩୩ କୋଟି ଟଙ୍କା ଚାର୍ଜ କରିଥିଲେ ।

wp:html
/wp:html

ପ୍ରସିଦ୍ଧ ଗାୟକ କ୍ରିସ୍ ମାର୍ଟିନ ମଧ୍ୟ ଅମ୍ବାନୀ ପରିବାର କାର୍ଯ୍ୟକ୍ରମରେ ପରଫମାନ୍ସ କରିଛନ୍ତି । ୨୦୨୦ରେ, କ୍ରିସ୍ ଅମ୍ବାନୀ ପରିବାରର ବଡ ପୁଅ ଆକାଶ ଏବଂ ଶ୍ଲୋକାଙ୍କ ବିବାହରେ ଗୀତ ଗାଇଥିଲେ। ଏଥିପାଇଁ କ୍ରିସଙ୍କୁ ୮ କୋଟି ଟଙ୍କା ଦେଇଥିଲେ ।

wp:html
/wp:html

୨୦୧୯ରେ ଆକାଶ ଅମ୍ବାନୀ ଏବଂ ଶ୍ଲୋକାଙ୍କ ମଙ୍ଗଲ ପର୍ବ ସମାରୋହରେ ଏଦମ ଲେବିନ୍ ଗୀତ ଗାଇଥିଲେ। ମୁମ୍ବାଇରେ ଆୟୋଜିତ ହୋଇଥିବା ଏହି ସମାରୋହରେ ପରଫର୍ମ କରିବାକୁ ଏଦମ ଲେବିନ୍ ୮କୋଟିରୁ ୧୨ କୋଟି ଟଙ୍କା ଚାର୍ଜ କରିଥିଲେ।

wp:html
/wp:html

ଜଣାଶୁଣା ଗାୟକ ଜନ ଲିଜେଣ୍ଡ ଅମ୍ବାନୀ ପରିବାରର ଗ୍ରାଣ୍ଡ ଇଭେଣ୍ଟରେ ସେ ପରଫର୍ମ କରିଥିଲେ । ୨୦୧୮ରେ ଇଶା ଅମ୍ବାନୀ ଏବଂ ଆନନ୍ଦ ପିରାମଲଙ୍କ ପାଇଁ ଏକ ପାର୍ଟି ରଖାଯାଇଥିଲା । ଯେଉଁଥିରେ ଜନ୍‌ ସ୍ଵରର ଯାଦୁ ଦେଖାଇଥିଲେ । ଏଥିପାଇଁ ସେ ୮ କୋଟି ଟଙ୍କା ନେଇଥିଲେ। ଅମ୍ବାନୀ ଫ୍ୟାମିଲି ଇଭେଣ୍ଟରେ ପରଫମାନ୍ସ କରୁଥିବା ସିଙ୍ଗରଙ୍କ ତାଲିକା ସ୍ପଷ୍ଟ ଭାବରେ ଜଣାପଡିଛି  ଯେ ରିହାନା ହେଉଛନ୍ତି ଭାରତରେ ପରଫର୍ମ କରୁଥିବା ସବୁଠାରୁ ମହଙ୍ଗା ସିଙ୍ଗର। ଯାହାକୁ ଅମ୍ଵାନୀ ପରିବାର ୫ ମିଲିୟନ ଡଲାରର ଦେଇଛନ୍ତି।

wp:embed {"url":"https://www.prameyanews7.com/anant-radhika-pre-wedding-function-ram-charan-makeup-artist-angry/","type":"wp-embed","providerNameSlug":"prameya-news-7"}
https://www.prameyanews7.com/anant-radhika-pre-wedding-function-ram-charan-makeup-artist-angry/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.