ଷ୍ଟାଚ୍ୟୁ ଅଫ୍ ୟୁନିଟି : ଦୁନିଆର ସବୁଠାରୁ ଉଚ୍ଚ ମୂର୍ତ୍ତି ବିଷୟରେ ଜାଣନ୍ତୁ ୧୧ଟି ଖାସ୍ କଥା
31/10/2018 at 11:46 AM

ଆଜି ଲୈାହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଏବଂ ତାଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପ୍ରତିମୂର୍ତ୍ତିରେ ହୋଇଥିବା ଷ୍ଟାଚ୍ୟୁ ଅଫ୍ ୟୁନିଟି ଉନ୍ମୋଚନ କରିଛନ୍ତି। ଏହା ପୃଥିବୀର ସବୁଠାରୁ ନଭଶ୍ଚୁମ୍ବୀ ପ୍ରତିମା। ଜାଣିବା ଏଥି ସହ ଜଡ଼ିତ କିଛି ଖାସ୍ କଥା।
୧.ମୂର୍ତ୍ତିର ଉଚ୍ଚତା ୧୮୨ମିଟର ଏବଂ ଏହା ଏତେ ଉଚ୍ଚ ଯେ ୭କିଲୋମିଟର ଦୂରରୁ ଦେଖାଯାଇପାରିବ। ଷ୍ଟାଚ୍ୟୁ ଅଫ୍ ୟୁନିଟି ଆମେରିକାର ଷ୍ଟାଚ୍ୟୁ ଅଫ୍ ଲିବର୍ଟି(୯୩ ମିଟର)ଠାରୁ ୨ଗୁଣ ଉଚ୍ଚ।
୨.ଏହି ମୂର୍ତ୍ତିରେ ୨ଟି ଲିଫ୍ଟ ଲାଗିଛି ଯାହା ଦ୍ବାରା ଆପଣ ତାଙ୍କ ଛାତି ଯାଏଁ ପହଞ୍ଚି ସରଦାର ସରୋବର ଡ୍ୟାମ୍ ଦେଖିପାରିବେ ଏବଂ ଅଲୈାକିକ ସୈାନ୍ଦର୍ଯ୍ୟର ମଜା ନେଇପାରିବେ। ସରଦାରଙ୍କ ମୂର୍ତ୍ତି ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପର୍ଯ୍ୟଟକଙ୍କ ନିମନ୍ତେ ପୋଖରୀ ଏବଂ ବୋଟର ବ୍ୟବସ୍ଥା କରାଯିବ।
୩.ଇଞ୍ଜିନିୟରମାନେ ଏହି ମୂର୍ତ୍ତିର ଗଠନ ଚାରି ପାର୍ଶ୍ବରୁ ସମ୍ପୂର୍ଣ୍ଣ କରିଛନ୍ତି। ଯାହା ହେଲା-୧.ମାଂକ ଅପ୍,୨.୩ଡି,୩.ସ୍କ୍ରିନିଙ୍ଗ ପଦ୍ଧତି,୪.କମ୍ପ୍ୟୁଟର ନ୍ୟୁମେରିକାଲ୍ ପ୍ରଡକ୍ସନ୍ ପଦ୍ଧତି। ଏହା ଭୂମିକମ୍ପ ଏବଂ ଅନ୍ୟାନ୍ୟ ବିପର୍ଯ୍ୟୟରେ ମଧ୍ୟ କ୍ଷତିଗ୍ରସ୍ତ ହେବ ନାହିଁ।
୪.ଏହି ମୂର୍ତ୍ତି ୧୮୦ କିଲୋମିଟର ପ୍ରତି ଘଣ୍ଟାରେ ବୋହୁଥିବା ପବନରେ ମଧ୍ୟ ସେହିପରି ଛିଡ଼ା ରହିବ। ମୂର୍ତ୍ତିର ତଳ ପାର୍ଶ୍ବ ଏହାର ଉପର ପାର୍ଶ୍ବ ତୁଳନାରେ ସାମାନ୍ୟ ପତଳା ପ୍ରସ୍ତୁତ କରାଯାଇଛି। ଏହା ୬.୫ ତୀବ୍ରତାରେ ଭୂମିକମ୍ପକୁ ମଧ୍ୟ ସହି ପାରିବ। ଏହି ମୂର୍ତ୍ତି ନିର୍ମାଣରେ ଭାରତୀୟ ଶ୍ରମିକଙ୍କ ସହ ୨୦୦ଜଣ ଚୀନ୍ ଶ୍ରମିକ ନିୟୋଜିତ ଥିଲେ। ଏହି ଲୋକମାନେ ୨୦୧୭ସେପ୍ଟେମ୍ବର ମାସରୁ ୨ରୁ ୩ମାସ ପର୍ଯ୍ୟନ୍ତ ଅଲଗା ଅଲଗା ବ୍ୟାଚରେ କାମ କରିଥିଲେ।
୫.ଏହି ମୂର୍ତ୍ତିର ୩କିଲୋମିଟର ଦୂରରେ ଏକ ଟେଣ୍ଟ ସିଟି ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଏହା ୫୨ଟି କକ୍ଷ ବିଶିଷ୍ଟ ଶ୍ରେଷ୍ଠ ଭାରତ ଭବନ ୩ତାରକା ହୋଟେଲ୍ ଯେଉଁଠାରେ ଆପଣ ସମ୍ପୂର୍ଣ୍ଣ ରାତି କାଟି ପାରିବେ। ଷ୍ଟାଚ୍ୟୁ ତଳେ ଗୋଟିଏ ମ୍ୟୁଜିୟମ୍ ମଧ୍ୟ ତିଆରି କରାଯାଇଛି। ଏଠାରେ ସରଦାରଙ୍କ ସ୍ମୃତି ସହ ଜଡ଼ିତ ଅନେକ ଜିନିଷ ରଖାଯାଇଛି।
୬.କେନ୍ଦ୍ରରେ ମୋଦୀ ସରକାର ହେବା ପରେ ମୂର୍ତ୍ତି ନିର୍ମାଣ ନିମନ୍ତେ ୨୦୧୪ମସିହାରେ ମେଲାର୍ସନ ଏବଂ ଟୁବ୍ରୋ କମ୍ପାନୀକୁ ଭାର ଦିଆଯାଇଥିଲା। ଅନୁମାନ ଲଗାଯାଉଛି ଯେ ଏହାର ନିର୍ମାଣରେ ପାଖାପାଖି ୩୦୦୦କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଷ୍ଟାଚ୍ୟୁ ଅଫ୍ ୟୁନିଟିର ଉପରେ ଯିବା ପାଇଁ ଲିଫ୍ଟର ବ୍ୟବସ୍ଥା ରହିଛି।
୭.୫୭୦୦ ମେଟ୍ରିକ୍ ଟନ୍ ଷ୍ଟିଲ୍ ଏବଂ ଦୃଢ଼ୀକରଣ ବାର୍ସରେ ନିର୍ମିତ ଏହି ମୂର୍ତ୍ତିରେ ଲେଜର ଲାଇଟିଙ୍ଗର ବ୍ୟବସ୍ଥା କରାଯାଇଛି ଯାହା ସବୁବେଳେ ଏହାକୁ ଆଲୋକିତ କରିବ। ବୋଟ୍ ଦ୍ବାରା ଆପଣ ଏହି ମୂର୍ତ୍ତି ନିକଟରେ ପହଞ୍ଚିବେ।
୮.ସରଦାର ବଲ୍ଲଭ ଭାଇ ପଟେଲଙ୍କ ଏହି ମୂର୍ତ୍ତିରେ ୪ଟି ଧାତୁର ଉପଯୋଗ ହୋଇଛି ଯାହା ଦ୍ବାରା ଏଥିରେ କେବେ କଳଙ୍କି ଲାଗିବ ନାହିଁ।
୯.ଦେଖିବାକୁ ଯେପରି ଏହି ମୂର୍ତ୍ତି ସ୍ବତନ୍ତ୍ର ଧରଣର ହୋଇଛି ସେହିପରି ଏହାକୁ ପ୍ରସ୍ତୁତ କରିବାରେ ମଧ୍ୟ ସ୍ବତନ୍ତ୍ର ଧରଣର ପଦ୍ଧତି ଅବଲମ୍ବନ କରାଯାଇଛି। ଏହି ପ୍ରକଳ୍ପରେ ୧ଲକ୍ଷ ୭୦ହଜାର କ୍ୟୁବିକ୍ ମିଟର କଙ୍କ୍ରିଟ୍ ଲାଗିଛି। ଏହା ସହିତ ୨ହଜାର ମେଟ୍ରିକ୍ ଟନ୍ ବ୍ରୋଞ୍ଜ ଲାଗିଛି।
୧୦. ଏହି ମୂର୍ତ୍ତି ୨୨୫୦୦ମେଟ୍ରିକ୍ ଟନ୍ ସିମେଣ୍ଟରେ ପ୍ରସ୍ତୁତ ହୋଇଛି। ଏହାକୁ ପ୍ରସ୍ତୁତ କରିବାକୁ ହାରାହାରି ୪୪ମାସ ସମୟ ଲାଗିଛି।
୧୧. ଏହି ମୂର୍ତ୍ତି ନିର୍ମାଣ କରିବା ପାଇଁ ୧ଲକ୍ଷ ଟନ୍ ଲୁହା ଏବଂ ତମ୍ବା ଲାଗିଛି ଏବଂ କିଛି ଲୁହା ଲୋକମାନଙ୍କୁ ମାଗି ଏଥିରେ ବିନିଯୋଗ ହୋଇଛି। ଏଥିପାଇଁ ଗୋଟିଏ ଟ୍ରଷ୍ଟ୍ ମଧ୍ୟ ପ୍ରସ୍ତୁତ ହୋଇଥିଲା ଯାହାର ନାଁ ‘ସରଦାର ବଲ୍ଲଭଭାଇ ପଟେଲ୍ ରାଷ୍ଟ୍ରୀୟ ଏକତା ଟ୍ରଷ୍ଟ’।