scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସ୍ମଲ ସେଭିଙ୍ଗ ସ୍କିମ୍ ଉପରେ ଆସିଲା ସରକାରଙ୍କ ନିଷ୍ପତ୍ତି, PPF ସୁକନ୍ୟାର କେତେ ବଢିଲା ସୁଧ ଜାଣନ୍ତୁ

29/09/2023 at 9:15 PM

ନୂଆଦିଲ୍ଲୀ ୨୯।୯:  ପିପିଏଫ ଓ ସୁକନ୍ୟା ଯୋଜନା ଭଳି ସ୍ମଲ ସେଭିଙ୍ଗ ସ୍କିମର ସୁଧହାର ଘୋଷଣା ହୋଇଛି। କେନ୍ଦ୍ର ସରକାର ଅକ୍ଟୋବର-ଡିସେମ୍ବର ୨୦୨୩ ତ୍ରୈମାସିକ ନିମନ୍ତେ ୫ ବର୍ଷିଆ ପୋଷ୍ଟ ଅଫିସ ରେକରିଂ ଡିପୋଜିଟ୍ (ଆରଡି) ଉପରେ ସରକାର ୦.୨ ପ୍ରତିଶତ ସୁଧ ବୃଦ୍ଧି କରିଛନ୍ତି। ଏବେ ଏପରି ସବୁ ଡିପୋଜିଟ ଉପରେ ୬.୭ ପ୍ରତିଶତ ସୁଧ ମିଳିବ। ଏହା ଛଡା କୌଣସି ଯୋଜନାରେ କିଛି ବି ପରିବର୍ତ୍ତନ ହୋଇ ନାହିଁ।

ସରକାର ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା, କିଷାନ ବିକାଶ ପତ୍ର (କେଭିପି) ଓ ସାର୍ବଜନିକ ଭବିଷ୍ୟନିଧି (ପିପିଏଫ) ଭଳି ଅଧିକାଂଶ ସ୍ମଲ ସେଭିଙ୍ଗ ସ୍କିମ ଉପରେ ସୁଧହାରକୁ ଜାରି ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ନିମନ୍ତେ ଅପରିବର୍ତ୍ତିତ ରଖିଛନ୍ତି। ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା (ଏସସିଏସଏସ୍) ନିମନ୍ତେ ସୁଧହାରରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଏହା ୮.୨ ପ୍ରତିଶତ ହିଁ ରହିବ। ସେହିପରି ମାସିକ ଆୟ ଖାତା ଯୋଜନାରେ ସୁଧହାର ୭.୪ ପ୍ରତିଶତ ଥିବା ବେଳେ ଏନଏସସି ଉପରେ ୭.୭ ପ୍ରତିଶତ, ପିପିଏଫ  ୭.୧ ପ୍ରତିଶତ, କେଭିପି ଉପରେ ୭.୫ ପ୍ରତିଶତ ଓ ସୁକନ୍ୟା ଯୋଜନାରେ ପୂର୍ବ ଭଳି ୮ ପ୍ରତିଶତ ସୁଧ ମିଳିବ।

ଉଲ୍ଲେଖଯୋଗ୍ୟ ଯେ ଜୁଲାଇ-ସେପ୍ଟେମ୍ବର ୨୦୨୩ ତ୍ରୈମାସିକରେ ସ୍ୱଳ୍ପ ସଞ୍ଚୟ ଯୋଜନା ଉପରେ ସୁଧହାରରେ ୩୦ ବେସିସ ପଏଣ୍ଟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏହି ସଂଶୋଧନ ବିଶେଷ କରି ୧, ୨ ବର୍ଷିଆ ଅବଧି ଜମା ଓ ପାଞ୍ଚ ବର୍ଷିୟ ଆବର୍ତ୍ତି ଜମା ନିମନ୍ତେ ଥିଲା। ଏହା ପୂର୍ବରୁ ଏପ୍ରିଲ-ଜୁନ ତ୍ରୈମାସିକରେ ସ୍ୱଳ୍ପ ସଞ୍ଚୟ ଯୋଜନା ସୁଧହାରରେ ୭୦ ବେସିସ ପଏଣ୍ଟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଫଳରେ ବିଭିନ୍ନ ଯୋଜନାରେ ଆକର୍ଷଣୀୟ ସୁଧ ବୃଦ୍ଧି ହୋଇଥିଲା।

   Related Posts