ଗଞ୍ଜେଇ ମାଫିଆଙ୍କ ବେଆଇନ ସମ୍ପତ୍ତି ଉପରେ ଆଇନର ଛାଟ, ଆନ୍ତରାଜ୍ୟ ମାଫିଆଙ୍କ ସମ୍ପତ୍ତି ସିଲ୍

Published By : Prameya-News7 Bureau | June 02, 2022 IST

ଉମରକୋଟ ୨।୬: ନବରଙ୍ଗପୁର ଜିଲ୍ଲାର ଗଞ୍ଜେଇ ମାଫିଆଙ୍କ ବେଆଇନ ସମ୍ପତ୍ତି ଉପରେ ଆଇନର ଛାଟ । ଗଞ୍ଜେଇ କାରବାର କରି ବେଆଇନ ଭାବେ ଠୁଳ କରିଥିବା ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଧୋଡ୍ରା ପଞ୍ଚାୟତ ଅନ୍ତର୍ଗତ ବିଏସ ପଦର, ବାଣୁଆଗୁଡା ଗ୍ରାମର ସୁବାସ ବିଶୋୟୀଙ୍କ ଦୁଇ ପୁଅ ସୁଧୀର ବିଶୋୟୀ ଓ ରାମ ଚନ୍ଦ୍ର ବିଶୋୟୀ ଏହି ତିନି ଗଞ୍ଜେଇ ମାଫିଆଙ୍କଠାରୁ ପ୍ରାୟ ୧.୨୨ କୋଟି ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ସିଲ୍ କରିଛି ନବରଙ୍ଗପୁର ପୋଲିସ ।

କୋଲକାତା ସ୍ଥିତ କମ୍ପିଟେଣ୍ଟ ଅଥୋରିଟିଙ୍କଠାରୁ ଅନୁମତି ପ୍ରାପ୍ତ କରିବା ପରେ ନବରଙ୍ଗପୁର ଏସପି ଏସ ସୁଶ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ସମ୍ପତ୍ତି ସିଜ୍ କରିଛି ଜିଲ୍ଲା ପୋଲିସ ।  ସିଜ୍ ହୋଇଥିବା ଏହି ସମ୍ପତ୍ତି ମଧ୍ୟରେ ଦୁଇଟି ଘର, ଗୋଟିଏ ବୁଲେଟ ସହ ନଗଦ ୪ ଲକ୍ଷ ୩୯ ହଜାର ୯୦୯ ଟଙ୍କା ଜବତ କରିଛି ପୋଲିସ । ଏହି ଅଭିଯୁକ୍ତ ମାନଙ୍କ ନାମରେ କୋଷାଗୁମୁଡା ଓ କୋଡ଼ିଙ୍ଗା ଥାନାରେ କେଶ ରହିଥିଲା । ଯାହାକୁ ଆଧାର କରି  ଗତ ୨୦୨୨ ମେ’ ପ୍ରଥମ ସପ୍ତାହରେ ନବରଙ୍ଗପୁର ପୂର୍ବତନ ଏସପି ସ୍ମିତ ପରମାରଙ୍କ  ତିନି ଅଭିଯୁକ୍ତଙ୍କ ସମ୍ପତ୍ତି ସିଜ୍ ପାଇଁ ଅନୁମତି ପାଇଁ ଆବେଦନ କରିଥିଲେ । ପାପଡାହାଣ୍ଡି ଏସପିଓ ଆଦିତ୍ୟ ସେନଙ୍କ ନେତୃତ୍ବରେ ଏହି ସିଜ୍ କରାଯାଇଥିଲା ।

ଏଥିପୂର୍ବରୁ ଓଡିଶା ଇତିହାସରେ ପ୍ରଥମ ଥର ପାଇଁ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ତିନି ଗଞ୍ଜେଇ ମାଫିଆଙ୍କ ୪ କୋଟି ୭୭ ଲକ୍ଷ ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସିଲ୍ କରିଥିଲା ନବରଙ୍ଗପୁର ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.