ପେଟ୍ରୋଲ-ଡିଜେଲକୁ GST ପରିସରକୁ ଆଣିବେ ମୋଦୀ ସରକାର, କେବଳ ଏହି ବିଷୟକୁ ଅପେକ୍ଷା

Published By : Prameya-News7 Bureau | June 22, 2024 IST

ନୂଆଦିଲ୍ଲୀ: ଯଦି ସବୁ କିଛି ଠିକ୍ ରୁହେ ତେବେ କେନ୍ଦ୍ରର ମୋଦୀ ସରକାର ପେଟ୍ରୋଲ୍ ଏବଂ ଡିଜେଲକୁ ଜିଏସଟି ପରିସରକୁ ଆଣିପାରନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର କହିଛନ୍ତି ଯେ କେନ୍ଦ୍ର ସରକାର ସବୁବେଳେ ପେଟ୍ରୋଲ୍ ଏବଂ ଡିଜେଲକୁ ଜିଏସଟି ପରିସରକୁ ଆଣିବା ପାଇଁ ଚାହୁଁଛନ୍ତି ଏବଂ ରାଜ୍ୟଗୁଡ଼ିକ ଏକ ହୋଇ ଏହାର ଦର ସ୍ଥିର କରିବାର ଅଛି । ସେ କହିଛନ୍ତି ଯେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପେଟ୍ରୋଲ୍ ଏବଂ ଡିଜେଲକୁ ଜିଏସଟିରେ ସାମିଲ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏବେ ରାଜ୍ୟଗୁଡ଼ିକ ଗୋଟିଏ ମଞ୍ଚରେ ଆସି ଦର ସ୍ଥିର ପାଇଁ ଚର୍ଚ୍ଚା କରିବା ଦରକାର ।

ଉଲ୍ଲେଖଯୋଗ୍ୟ ଯେ ଜିଏସଟିକୁ ୨୦୧୭ ଜୁଲାଇ ୧ରେ ଲାଗୁ କରାଯାଇଥିଲା । ଏଥିରେ ଏକ ଡଜନରୁ ଅଧିକ କେନ୍ଦ୍ରୀୟ ଏବଂ ରାଜ୍ୟ ଶୁଳ୍କକୁ ସାମିଲ କରାଯାଇଥିଲା । ତେବେ ନିଷ୍ପତ୍ତି ନିଆଯାଇଥିଲା ଯେ ପାଞ୍ଚ ବସ୍ତୁ-ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ୍, ପେଟ୍ରୋଲ୍, ଡିଜେଲ ଏବଂ ବିମାନ ଇନ୍ଧନ (ଏଟିଏଫ) ଉପରେ ଜିଏସଟି ଆଇନ ଅନୁସାରେ ପରେ ଟିକସ ଲାଗୁ କରାଯିବ ।

ନିର୍ମଳା ସୀତାରମଣ କହିଛନ୍ତି ଯେ ଜିଏସଟି ଲାଗୁ କରିବା ସମୟରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ଥିଲା ଯେ କିଛି ପରେ ପେଟ୍ରୋଲ୍ ଏବଂ ଡିଜେଲକୁ ଜିଏସଟି ପରିସରକୁ ଅଣାଯିବ । ସେ କହିଛନ୍ତି, ଏହାକୁ ଜିଏସଟିରେ ଆଣିବା ପାଇଁ ପ୍ରାବଧାନ ପୂର୍ବରୁ କରାଯାଇଛି । ଏବେ କେବଳ ଏହି ନିଷ୍ପତ୍ତି ନେବାର ଅଛି ଯେ ରାଜ୍ୟ ଜିଏସଟି ପରିଷଦରେ ସହମତ ହେବ ଏବଂ କେଉଁ ଟିକସ ସ୍ଲାବ ପାଇଁ ରାଜି ହେବେ । ନିଷ୍ପତ୍ତି ନିଆଯିବା ପରେ ଏହାକୁ ଅଧିନିୟମରେ ସାମିଲ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.