ଭୁବନେଶ୍ବର କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସ୍ ୧୪ ଦିନ ପାଇଁ ସିଲ୍ , ହୋମ କ୍ୱାରେଣ୍ଟାଇନ୍‌ରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ

Published By : Prameya-News7 Bureau | April 07, 2020 IST

ଭୁବନେଶ୍ୱର ୦୭।୦୪: କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସ ସିଲ୍ । କରୋନା ସଂକ୍ରମଣ ଆଶଙ୍କାରେ ଭୁବନେଶ୍ବର ସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସକୁ ସିଲ କରିଛି ବିଏମସି । କରୋନା ସଂକ୍ରମଣକୁ ନେଇ ୧୪ ଦିନ ପାଇଁ  ଅଫିସ୍ କୁ ସିଲ କରିଦିଆଯାଇଛି ।

{"id":250077,"sizeSlug":"large"}

ସେହିପରି ସମସ୍ତ କର୍ମଚାରୀଙ୍କୁ ହୋମ କ୍ବାରେଣ୍ଟାଇନରେ ରଖାଯାଇଥିବା ଜଣାପଡ଼ିଛି ।  ସ୍ବାବ ସଂଗ୍ରହ ପାଇଁ ପୁରା ଅଫିସକୁ ସିଲ କରାଯାଇଛି ।  ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସର ଜଣେ ଅଧିକାରୀ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିବା ପରେ ନମୁନା ସଂଗ୍ରହ ସହ ସଂକ୍ରମଣ ରୋକିବାକୁ ଏପରି ନିଷ୍ପତ୍ତି ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.