୧୫ ହଜାର କର୍ମଚାରୀ ଛଟେଇ କରିବ ଚିପ୍ ନିର୍ମାତା ଇଣ୍ଟେଲ୍

Published By : Prameya-News7 Bureau | August 02, 2024 IST

internet

ନୂଆଦିଲ୍ଲୀ: ବଡ଼ ଧରଣର ଛଟେଇ କରିବ ଚିପ୍ ନିର୍ମାତା କମ୍ପନୀ ଇଣ୍ଟେଲ୍। ନିଜ କମ୍ପାନୀର ଶ୍ରମ ବଳର ୧୫ ପ୍ରତିଶତ ଛଟେଇ କରିବ ଇଣ୍ଟେଲ। ଏଥିରେ ପାଖାପାଖି ୧୫ ହଜାର କର୍ମଚାରୀ ଚାକିରି ହରାଇବେ। ପ୍ରତିଦ୍ୱନ୍ଦ୍ୱୀ ଏନ୍‌ଭିଡିଓ ଓ ଏମଏଡିକୁ ଟକ୍କର ଦେବାକୁ କମ୍ପନୀ ଅଣ୍ଟା ଭିଡ଼ିଛି। ୨୦୨୫ ସୁଦ୍ଧା କମ୍ପାନୀକୁ ୧୦ ବିଲିଅନ ଡଲାର ସେଭ କରିବାର ଅଛି। ତେଣୁ କମ୍ପାନୀ କର୍ମଚାରୀଙ୍କୁ ହିଁ ଛଟେଇ କରିବ ବୋଲି ଘୋଷଣା କରିଛି।  

ଏନେଇ କର୍ମଚାରୀଙ୍କୁ ମେଲ୍ ପଠାଇଛି କମ୍ପାନୀ। ଯେଉଁଥିରେ ସିଇଓ ପାଟ ଜେଲସିଙ୍ଗର କମ୍ପାନୀର ୧୦ ବିଲିଅନ ସେଭ କରିବା କଥା କୁହାଯାଇଛି। ସରଳ ଭାବରେ କହିବାକୁ ଗଲେ, ଆମର ନୂଆ ଅପରେଟିଂ ମଡେଲ୍ ସହିତ ନିବେଶର ଢାଞ୍ଚା ବି ସମାନ କରିବା କରିବୁ। କର୍ମଚାରୀଙ୍କୁ ପଠାଇଥିବା ଚିଠିରେ ଇଣ୍ଟେଲ ସିଇଓ ଆହୁରି କହିଛନ୍ତି ଯେ ଆଶା ଅନୁସାରେ ଆମର ଆୟ ହେଲା ନାହିଁ। ଏବଂ ଏଆଇ ଦ୍ୱାରା ଆମେ ସମ୍ପୂର୍ଣ୍ଣ ଲାଭବାନ ହେଇପାରୁ ନାହୁଁ। ଆମର ଅଧିକ ଖର୍ଚ୍ଚ ହେଉଛି ହେଲେ ମାର୍ଜିନ ବହୁତ କମ।

୧୯୬୮ରେ ଆରମ୍ଭ ହୋଇଥିବା ଚିପ ନିର୍ମାତା କମ୍ପାନୀ ଇଣ୍ଟେଲର ଛଟେଇ କରିବା ଖବର ନେଇ କର୍ମଚାରୀମାନେ ଖୁସି ନାହାନ୍ତି। ଗତ ସପ୍ତାହରେ ଜଲସିଙ୍ଗର କର୍ମଚାରୀଙ୍କ ଅବସରକାଳୀନ ଅଫର ଘୋଷଣା କରିଥିଲା। ଏବଂ ସ୍ୱତଃ ଅବସର ନେବା ପାଇଁ ମଧ୍ୟ ଅବସର ଘୋଷଣା କରିଥିଲା। ତେବେ ଛଟେଇ ଘୋଷଣା କରିବା ମୋ ପାଇଁ ସବୁଠାରୁ କଷ୍ଟକର ବୋଲି ସିଇଓ କହିଛନ୍ତି। ଛଟେଇ ପ୍ରକ୍ରିୟା ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ମିଳିଛି। 

   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.