ସେନା ଏକତ୍ରୀକରଣ ଦିଗରେ ପଦକ୍ଷେପ; ନାଭି ଓ ଏୟାରଫୋର୍ସରେ ମୁତୟନ ହେବେ ଆର୍ମି ଅଧିକାରୀ

Published By : Prameya-News7 Bureau | May 29, 2023 IST

ନୂଆଦିଲ୍ଲୀ: ତିନି ଭାରତୀୟ ସେନା ଏକାଠି ହେବେ। ଏକତ୍ରୀକରଣ ଦିଗରେ ବଡ଼ ପଦକ୍ଷେପ ନିଆଯାଉଛି । ଗତ ସପ୍ତାହରେ କିଛି ଆର୍ମି ଅଧିକାରୀଙ୍କୁ ବାୟୁସେନା ଓ ନୌସେନାରେ ସାମିଲ ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ବ୍ରହ୍ମୋସ ମିସାଇଲ ୟୁନିଟର ଅଧିକାରୀ, ଏୟାରଫୋର୍ସ ଓ ନାଭିର ଯୁଦ୍ଧପୋତରେ ମୁତୟନ ହେବେ । ସଂଯୁକ୍ତ ଫୋର୍ସ ପ୍ରସ୍ତୁତ କରିବା ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।   

ଏହି ଆଦେଶ ମେଜର ଓ କ୍ୟାପଟେନ୍ ସ୍ତରର ଅଧିକାରୀଙ୍କ ପାଇଁ ଜାରି ହୋଇଛି। ସୂଚନା ଅନୁଯାୟୀ, ତିନି ୟୁନିଟରେ ବ୍ରହ୍ମୋସ ମିସାଇଲ୍ ପରିଚଳନା କରିବା ଜରୁରୀ ହୋଇଛି । ଏହା ଦେଶର ସବୁଠାରୁ ମହତ୍ବପୂର୍ଣ୍ଣ କ୍ଷେପଣାସ୍ତ୍ର । ଯାହା ହାଇପରସୋନିକ୍ ବେଗରେ ଗତି କରି ୪୦୦କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର ଶକ୍ତି ରଖୁଛି ।

ଏୟାରଫୋର୍ସ ପାଖରେ ଭୂପୃଷ୍ଠରୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ପରିଚାଳନା କରିବା ୟୁନିଟ୍ ରହିଛି । ଏହାଛଡ଼ା ୩୦-ଏମସେଓ୍ବାଇ ଫାଇଟର ଜେଟରେ ଲେସ୍ କରି ମିସାଇଲ୍ ମାଡ଼ କରିବାକୁ ମଧ୍ୟ ପ୍ରସ୍ତୁତ କରାଯାଇଛି । ସୂଚନା ମୁତାବକ, ସେନା ଏକତ୍ରୀକରଣ ଦ୍ବାରା କ୍ରାସ୍ ପୋଷ୍ଟିଂରୁ ସାଧାରଣ ବ୍ୟବହାର ପ୍ଲାଟଫର୍ମ ବଢ଼ିବ ଏବଂ ତିନି ସେନା ଏହା ସୁବିଧା ହେବ ।

ତିନି ସେନା ୟୁନିଟ୍ ବ୍ୟବହାର ହେଉଥିବା ଅନେକ ଏକପ୍ରକାର ମେସିନ ରହିଛି । ଏହା ଭିତରେ ଆଡଭାନ୍ସ ହେଲିକପ୍ଟର ଏବଂ  ଚିନୁକ୍ ହେଲିକପ୍ଟର ସାମିଲ ରହିଛି । ବାୟୁସେନା ପାଖରେ ଚିନୁକ୍ ରହିଛି, ସେହିପରି ଆର୍ମି ମଧ୍ୟ ହେଲିକପ୍ଟର ସାମିଲ କରିବାକୁ ଅର୍ଡର ଦିଆଯାଇଛି। ପୂର୍ବ ସିଡିଏସ ଦିଗଙ୍ଗତ ଜେନେରାଲ ବିପିନ ରାଓତ୍ ତିନି ସେନାର ଫାଇଟିଂ ୟୁନିଟର ଏକତ୍ରୀକରଣ ପ୍ଲାନ କରିଥିଲେ । କିଛି ଦିନ ପୂର୍ବରୁ ଏହାର ଦୁଇଟି ଡିଭିଜନ ତିଆରି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.