scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଇଣ୍ଟିଗ୍ରେଟେଡ ବିଏଡ୍, ଏମ୍‌ଏଡ୍ ଡିଗ୍ରୀଧାରୀଙ୍କୁ ଆବେଦନ ଲାଗି ସୁଯୋଗ, ଜୁଲାଇ ପହିଲାକୁ ଘୁଞ୍ଚିଲା ଓଟିଇଟି

12/06/2023 at 10:10 AM

କଟକ ୧୧/୦୬: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)-୨୦୨୨ ପରୀକ୍ଷା ଲାଗି ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଏବଂ ଏମ୍‌ଏଡ୍‌ ଡିଗ୍ରୀଧାରୀଙ୍କୁ ସୁଯୋଗ ଦିଆଯାଇଛି । ପୂର୍ବରୁ ଉକ୍ତ ଡିଗ୍ରୀଧାରୀମାନେ ଓଟିଇଟି ଆବେଦନରୁ ବଞ୍ଚିତ ହୋଇଆସୁଥିଲେ । ତେବେ ଏମାନଙ୍କୁ ଓଟିଇଟି ପରୀକ୍ଷା ଦେବା ପାଇଁ ସୁଯୋଗ ଦେବା ଲାଗି ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବା ପରେ ଆସନ୍ତା ୨୩ ତାରିଖରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ଦ୍ୱାରା ପରିଚାଳିତ ହେବାକୁ ଥିବା ଓଟିଇଟି-୨୦୨୨କୁ ଜୁଲାଇ ୧ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।

ଏ ନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂତନ ବିଜ୍ଞପ୍ତି ଆଧାରରେ ଫର୍ମ ପୂରଣ କରିପାରିନଥିବା ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଏବଂ ଏମ୍‌ଏଡ୍‌ ଯୋଗ୍ୟତାଧାରୀମାନଙ୍କୁ ଆବେଦନ ଲାଗି ବୋର୍ଡ ପକ୍ଷରୁ ସମୟ ଦିଆଯାଇଛି । ଆସନ୍ତା ୧୨ ତାରିଖରୁ ୧୬ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ସେମାନେ ଆବେଦନ କରି ପାରିବେ ।

ଓଟିଇଟି-୨୦୨୨ର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାର କାଟାଗୋରି-୧ରେ ଆବେଦନ ଲାଗି ପ୍ରାର୍ଥୀ ୩ ବର୍ଷୀୟା ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ସହ ପିଜିରେ ୫୫ ପ୍ରତିଶତ ନମ୍ବର କିମ୍ବା ଏମ୍‌ଏଡ୍‌ ଡିଗ୍ରି ହାସଲ କରିଥିବା ଆବଶ୍ୟକ । କାଟାଗୋରି-୨ରେ ଆବେଦନ ଲାଗି ଦୁଇ ବର୍ଷୀୟା ବିଏଡ୍‌ ଡିଗ୍ରୀ ସହ ପିଜିରେ ୫୦ ପ୍ରତିଶତ ନମ୍ବର କିମ୍ବା ୩ ବର୍ଷୀୟା ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ସହ ପିଜିରେ ୫୫ ପ୍ରତିଶତ ନମ୍ବର କିମ୍ବା ଏମ୍‌ଏଡି ଡିଗ୍ରୀ ରହିଥିବା ଆବଶ୍ୟକ ।

you can read…

   Related Posts