scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଓ୍ଵିକେଣ୍ଡରେ ବଢିବା ପରିବର୍ତ୍ତେ ଖସିଲା ‘ଆଦିପୁରୁଷ’ର କଲେକ୍ସନ, ନିର୍ମାତାଙ୍କୁ ଲାଗିବ ବଡ଼ ଝଟକା

17/06/2023 at 6:15 PM

ମୁମ୍ବାଇ: ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଏକ ‘ଆଦିପୁରୁଷ’ ସିନେମାଘରେ ରିଲିଜ୍ ହୋଇ ସାରିଛି। ହେଲେ ଫିଲ୍ମକୁ ଏମିତି ନେଗେଟିଭ୍ ପଏଣ୍ଟ ଏବଂ ନକରାତ୍ମକ ପ୍ରତିକ୍ରିୟା ମିଳିବ ବୋଲି ନିର୍ମାତା କେବେ ବି ଭାବି ନ ଥିଲେ। ଟିଜରକୁ ଲୋକେ ଖୁବ୍ ଟ୍ରୋଲ୍ କରିଥିଲେ ହେଁ ଟ୍ରେଲକୁ ଭଲ ପ୍ରତିକ୍ରିୟା ମିଳିଥିଲା। ଏହା ପରେ ଧୂଆଁଧାର ଆଡଭାନ୍ସ ବୁକିଂ ହୋଇଥିଲା। ଫିଲ୍ମ ରିଲିଜ୍ ହେବା ପୂର୍ବରୁ କୁହାଯାଉଥିଲା ଯେ, ଏହି ଫିଲ୍ମ ସିନେମା ଇତିହାସରେ ଆୟରେ ନୂତନ ରେକର୍ଡ କରିବ। ଆଉ ଜୁନ ୧୬ରେ ଆଦିପୁରୁଷ ପରଦାକୁ ଆସିବା ପରେ ଯେଉଁଭଳି ପ୍ରତିକ୍ରିୟା ଆସିଛି ତାହା ଆଶାଠୁ ବିପରୀତ ରହିଛି। ସିନେ ସମୀକ୍ଷକଙ୍କଠୁ ନେଇ ଦର୍ଶକ ପର୍ଯ୍ୟନ୍ତ ସମସ୍ତେ ଫିଲ୍ମକୁ ବହୁତ ତିରସ୍କାର କରିଛନ୍ତି। ତେଣୁ ଆଗାମୀ ଦିନରେ ଫିଲ୍ମର ଆୟ ଉପରେ ଏହାର ଗୁରୁତର ପ୍ରଭାବ ପକାଇପାରେ। ଦ୍ଵିତୀୟ ଦିନର ପ୍ରାରମ୍ଭିକ କଲେକ୍ସନର ତଥ୍ୟ ଆସି ଯାଇଛି, ଯାହାକୁ ଦେଖି ନିର୍ମାତାଙ୍କ ଚିନ୍ତା ବଢିପାରେ।

Adipurush' box office day 1 prediction: Prabhas film likely to collect Rs  30 cr in Hindi belt; will it beat SS Rajamouli's RRR? Here's what we know -  BusinessToday

ଦ୍ଵିତୀୟ ଦିନର ଆନୁମାନିକ ଆୟ

ଫିଲ୍ମର ନିର୍ଦ୍ଦେଶନା ଓମ ରାଉତ କରିଥିବା ବେଳେ ଏଥିରେ ନିର୍ମାତା ଅଛନ୍ତି ଭୂଷଣ କୁମାର, କୃଷ୍ଣ କୁମାର, ପ୍ରସାଦ ସୁତର ଏବଂ ରାଜେଶ ନାୟର। ଏହା ସବୁଠୁ ମହଙ୍ଗା ଫିଲ୍ମ ମଧ୍ୟରୁ ଗୋଟିଏ। ଫିଲ୍ମର ବଜେଟ୍ ପ୍ରାୟ ୬୦୦ କୋଟି ଟଙ୍କା ହୋଇଥିବା କୁହାଯାଉଛି। ଆଦିପୁରୁଷ ପ୍ରଥମ ଦିନରେ ପାଖାପାଖି ୮୬ କୋଟି ଟଙ୍କାର ଆୟ କରିଛି। ସାଧାରଣତଃ ଦ୍ଵିତୀୟ ଦିନରେ ଅର୍ଥାତ ଓ୍ଵିକେଣ୍ଡରେ ଫିଲ୍ମର ବ୍ୟବସାୟ ବଢିଥାଏ, ମାତ୍ର ଆଦିପୁରୁଷ କ୍ଷେତ୍ରରେ ବ୍ୟତିକ୍ରମ ଘଟିଛି। ଓ୍ଵେବସାଇଟ୍‌ Sacnilk ମୁତାବକ, ଫିଲ୍ମଟି ଶନିବାର ୬୦ କୋଟି ଟଙ୍କା ଆୟ କରିପାରେ। ଅର୍ଥାତ ପ୍ରଥମ ଦିନ ଅପେକ୍ଷା ୨୬ ପ୍ରତିଶତ ହ୍ରାସ। ତେବେ ଦିନର ଶେଷ ଆଡ଼କୁ ତଥ୍ୟରେ କିଛି ପରିବର୍ତ୍ତନ ହୋଇପାରେ। ଏହିପରି ପ୍ରଥମ ୨ ଦିନରେ ଫିଲ୍ମ ୧୪୬ କୋଟି ଟଙ୍କା ଆୟ କରିଛି।

Adipurush's Fake First Review Calls It A 'Visually Stunning' Film Giving It  4 Stars, Netizens Cry Foul

ତେବେ ଲୋକଙ୍କଠୁ ଯେମିତି ପ୍ରତିକ୍ରିୟା ଦେଖିବାକୁ ମିଳୁଛି ସେଥିରୁ ଲାଗୁଛି ଦିନ ବିତିବା ସହ ଫିଲ୍ମର ଆୟ ହ୍ରାସ ପାଇ ଚାଲିବ। ଏପରିକି ନିର୍ମାଣରେ ଯେତିକି ଖର୍ଚ୍ଚ ହୋଇଛି ତାହା ବି ଉଠାଇବା ନିର୍ମାତାଙ୍କ ପାଇଁ ମୁସ୍କିଲ ହୋଇ ପଡ଼ିବ। ଯେବେ ଓ୍ଵିକେଣ୍ଡରେ ଫିଲ୍ମର ଏମିତି ଅବସ୍ଥା ତେବେ ଆଗାମୀ ଦିନରେ ଫିଲ୍ମ କେତେ ଆୟ କରିବା ତାହା ଦେଖିବା ବାକି ରହିଲା।

ଏ ଖବର ପଢନ୍ତୁ- ଆଦିପୁରୁଷକୁ ନେଇ ରାଗିଗଲେ ଲୋକେ, ଫିଲ୍ମକୁ ବ୍ୟାନ୍‌ କରିବାକୁ କଲେ ଦାବି…

   Related Posts