ବଦଳିଲା କ୍ୟାପଟେନ୍ଙ୍କ ସ୍ଵର- ଆନ୍ଦୋଳନରେ ପଞ୍ଜାବର କ୍ଷତି ହେଉଛି, ହରିୟାଣା କିମ୍ବା ଦିଲ୍ଲୀ ଯାଆନ୍ତୁ କୃଷକ
13/09/2021 at 9:35 PM

ଚଣ୍ଡିଗଡ ୧୩।୦୯: ନୂତନ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି। କେନ୍ଦ୍ର ସରକାର ଆଇନ ପ୍ରତ୍ୟାହାର କରିବାକୁ ପ୍ରସ୍ତୁନ ନଥିବା ବେଳେ କୃଷକ ମଧ୍ୟ ନିଜ ଜିଦ୍ରେ ଅଟଳ ଅଛନ୍ତି। ଏ ପର୍ଯ୍ୟନ୍ତ କୃଷକଙ୍କ ଆନ୍ଦୋଳନ ଏବଂ ସେମାନଙ୍କ ଦାବିକୁ ସମର୍ଥନ କରି ଆସୁଥିବା ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସ୍ଵର ବଦଳିଛି। ସୋମବାର କ୍ୟାପଟେନ୍ ଅମରିନ୍ଦର କୃଷକଙ୍କୁ ଅପିଲ୍ କରି କହିଛନ୍ତି ଯଦି ସେମାନଙ୍କୁ ଆନ୍ଦୋଳନ କରିବାର ଅଛି ତେବେ ପଞ୍ଜାବ ପରିବର୍ତ୍ତେ ଦିଲ୍ଲୀ ଓ ହରିୟାଣା ଚାଲି ଯାଆନ୍ତୁ।
ପଞ୍ଜାବର ହୋଶିଆପୁର ଜିଲ୍ଲାର ମୁଖଲିୟାନା ଗାଁରେ ଏକ ସରକାରୀ କଲେଜ୍ର ଶିଳାନ୍ୟାସ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ କହିଛନ୍ତି, ଆଜି ବି କୃଷକ ରାଜ୍ୟର ୧୧୩ଟି ସ୍ଥାନରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ସେମାନଙ୍କର ଏହି ବିରୋଧ ପ୍ରଦର୍ଶନ ଆମର ବିକାଶକୁ ପ୍ରଭାବିତ କରୁଛି ବୋଲି ଅମରିନ୍ଦର କହିଛନ୍ତି।
I want to tell Punjab farmers that this is their land. Their ongoing protests here are not in the state's interest. Instead of holding protests in the state, farmers should mount pressure on the Centre to get farm laws repealed: Punjab CM Captain Amarinder Singh in Hoshiarpur pic.twitter.com/3JFSt0cpuZ
— ANI (@ANI) September 13, 2021
ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର କହିଛନ୍ତି, ମୁଁ ପଞ୍ଜାବର କୃଷକଙ୍କୁ କହିବାକୁ ଚାହୁଁଛି ଯେ, ଏହା ସେମାନଙ୍କର ମାଟି। ସେମାନଙ୍କ ଦ୍ଵାରା ଜାରି ବିରୋଧ ପ୍ରଦର୍ଶନ ରାଜ୍ୟର ହିତରେ ନୁହେଁ। ରାଜ୍ୟରେ ବିରୋଧ ପ୍ରଦର୍ଶନ କରିବା ବଦଳରେ କୃଷକଙ୍କୁ ତିନି କୃଷି ଆଇନ ପ୍ରତ୍ୟାହାର ଦାବି ନେଇ କେନ୍ଦ୍ର ଉପରେ ଚାପ ପକାଇବା ଉଚିତ୍।