ଖୁବ ଶୀଘ୍ର ଇନଷ୍ଟାଗ୍ରାମରେ ଆସିବ ନୂଆ ପରିବର୍ତ୍ତନ, କମ୍ପାନୀ ସାମିଲ କରିବାକୁ ଯାଉଛି ଏହି ଫିଚର୍ସ

Published By : Prameya-News7 Bureau | January 13, 2022 IST

ନୂଆଦିଲ୍ଲୀ ୧୩।୦୧ : ବର୍ତ୍ତମାନ ଏବେ ସୋସିଆଲ ମିଡିଆର ଯୁଗ ଚାଲିଛି । ଯାହାକୁ ଦେଖିବ କିଏ ହ୍ବାଟ୍ସଆପ୍‌ ତ ଆଉ କିଏ ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ୍‌ରେ ବ୍ୟସ୍ତ । କିନ୍ତୁ ଏବେ ପ୍ରାୟତଃ ଟ୍ରେଣ୍ଡରେ ଅଛି ଇନଷ୍ଟାଗ୍ରାମ । କାହିଁକି ନା ସମସ୍ତେ ସେହି ଆପରେ ଫଟୋ ଉଟାଇବା ସହ ଭିଡିଓ ଓ ଚାଟିଂ ମଧ୍ୟ କରି ପାରୁଛନ୍ତି । ଏଥିପାଇଁ କମ୍ପାନୀ ଇନଷ୍ଟାଗ୍ରାମ ୟୁଜର୍ସମାନଙ୍କ ପାଇଁ ସବୁବେଳେ ନୂଆ ଫିଚର୍ସ ଆଣିଥାଏ । ତେବେ କମ୍ପାନୀର ଏହି ପ୍ରୟାସ ହେଉଛି ଯେ ପ୍ଲାଟଫର୍ମ ସମସ୍ତଙ୍କ ପାଇଁ ବ୍ୟବହାର କରିବା ପାଇଁ ସହଜ କରିଥାଏ । ବର୍ତ୍ତମାନ ଇନଷ୍ଟାଗ୍ରାମର ଲୋକପ୍ରିୟତା କ୍ରମାଗତ ଭାବରେ ବୃଦ୍ଧି ହେବାରେ ଲାଗିଛି । ନିଜକୁ ଅପଗ୍ରେଡ୍ ରଖିବା ନେଇ, କମ୍ପାନୀ ବର୍ତ୍ତମାନ ଆଉ ଏକ ନୂଆ ଫିଚର୍ସ ଆଣିବାକୁ ପ୍ରସ୍ତୁତ କରୁଛି । ଏହି ଫିଚର୍ସ ଅତ୍ୟନ୍ତ ଖାସ୍‌ ହେବାକୁ ଯାଉଛି, କାରଣ ଏହି ଫିଚର୍ସରେ ୟୁଜର୍ସମାନର ସେମାନଙ୍କର ପ୍ରୋଫାଇଲ୍ ଗ୍ରୀଡକୁ ଏଡିଟ୍ କରିପାରିବେ। ତେବେ କମ୍ପାନୀର ଏହି ଫିଚର୍ସ  କ’ଣ ଏବଂ ଏଥିରୁ ଆପଣକୁ ଏଥିରୁ କଣ ଫାଇଦା ମିଳିବ  ତାହା ବିଷୟରେ ଜାଣନ୍ତୁ ।

ତେବେ ରିପୋର୍ଟ ଅନୁଯାୟୀ, ଗତ କିଛି ଦିନ ହେବ ଏହାକୁ ଦୃଷ୍ଟିରେ ରଖି ମେଟା ମାଲିକ ଇନଷ୍ଟାଗ୍ରାମ ପ୍ରୋଫାଇଲ୍ ଗ୍ରୀଡ ଏଡିଟ୍ ଫିଚର୍ସ ଉପରେ କାମ କରୁଛି। ଏହାର ପରୀକ୍ଷା ବର୍ତ୍ତମାନ ପର୍ଯ୍ୟନ୍ତ ଚାଲିଛି । ଏହାର ଟେଷ୍ଟିଙ୍ଗ ଶେଷ ହେବା ପରେ, ସମସ୍ତ ୟୁଜର୍ସମାନଙ୍କ ପାଇଁ ରିଲିଜ୍‌ କରାଯିବ । ଏହି ଫିଚର୍ସ ଦ୍ବାରା ନିଜ ନିଜର ପ୍ରୋଫାଇଲକୁ ଗ୍ରୀଡ ଏଡିଟ୍‌ କରିପାରିବେ । ତାହା ହେଉଛି, ତୁମେ ତୁମର ପୋଷ୍ଟକୁ ପୁନଃ ସଜାଇ ପାରିବେ । ଏହାର ଅର୍ଥ ହେଉଛି ତୁମର ପୋଷ୍ଟକୁ କେଉଁ ଭାବରେ ରଖିବ ତାହା ତୁମ ଅନୁସାରେ ରଖିବ । ଏହା ଫଳରେ ତୁମ ପସନ୍ଦିଦା ପୋଷ୍ଟଗୁଡିକ ଖୋଜିବା ପାଇଁ ଆପଣଙ୍କୁ ଅଧିକ ସମୟ ସ୍କ୍ରୋଲ୍ କରିବାକୁ ପଡିବ ନାହିଁ  ।

ରିପୋର୍ଟ ଅନୁଯାୟୀ, ଏହି ପିଚର୍ସକୁ ଆକ୍ଟିଭ୍‌ କରିବା ପାଇଁ ହେଲେ ୟୁଜର୍ସମାନଙ୍କୁ ଇନଷ୍ଟାର ପ୍ରୋଫାଇଲ୍ ସେଟିଙ୍ଗକୁ ଯିବାକୁ ପଡିବ । ପ୍ରୋଫାଇଲ୍ ସେକ୍ସସନକୁ ଯାଇ ପର୍ସନାଲ ଇନଫରମେସନ ସେଟିଙ୍ଗରେ ଗ୍ରୀଡ୍ ଏଡିଟ୍ କରିବାର ଅପସନ ପାଇବେ । ସେଠାକୁ ଯାଇ ୟୁଜର୍ସମାନେ ସେମାନଙ୍କର ହିସାବରେ ଗ୍ରୀଡ ଅନୁସାରେ ବ୍ୟବହାର କରି ପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.