ପୁଣି ଡାଉନ ହେଲା ଇନଷ୍ଟାଗ୍ରାମ, ମାସକରେ ୨ ଥର ଆଉଟେଜ୍
9/06/2023 at 3:31 PM

ନୂଆଦିଲ୍ଲୀ ୯।୬: ମେଟା ମାଲିକାନାଧୀନ ଇନଷ୍ଟାଗ୍ରାମ ଆପ୍ ଶୁକ୍ରବାର ପୂର୍ବାହ୍ନରେ ପୁଣି ଡାଉନ ହୋଇଯାଇଥିଲା। ଏଣୁ ୟୁଜରଙ୍କୁ ଇଂଷ୍ଟାଗ୍ରାମ ଆକ୍ସେସ୍ କରିବା କଷ୍ଟକର ହୋଇଥିଲା। ଆଉଟେଜ୍ ଟ୍ରାକ୍ କରୁଥିବା ୱେବ୍ ସାଇଟ୍ ଡାଉନ ଡିଟେକ୍ଟର ରିପୋର୍ଟ ଅନୁସାରେ ୫୬ ପ୍ରତିଶତ ଇଂଷ୍ଟାଗ୍ରାମ ୟୁଜରଙ୍କୁ ସେମାନଙ୍କ ସାଇଟ୍ ଚଳାଇବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ରିପୋର୍ଟ ଅନୁସାରେ କେବଳ ଇଂଷ୍ଟା ନୁହେଁ ଫେସବୁକ୍ ୟୁଜର ସେମାନଙ୍କ ଟାଇମଲାଇନ ରିଫ୍ରେସ୍ ହୋଇ ପାରୁନଥିବା ଅଭିଯୋଗ ମଧ୍ୟ କରିଛନ୍ତି।
User reports indicate Instagram is having problems since 10:02 AM IST. https://t.co/BtRLl4Dboa RT if you’re also having problems #Instagramdown
— Down Detector India (@DownDetectorIN) June 9, 2023
ଏହା ପୂର୍ବରୁ ମଧ୍ୟ ଫଟୋ ସେୟାରିଂ ଆପ୍ ରେ ଟେକ୍ନିକାଲ ଇସ୍ୟୁ ଯୋଗୁ ଏହା ଡାଉନ ହୋଇଯାଇଥିଲା। ଇଂଷ୍ଟାଗ୍ରାମ ଡାଉନ ହେବା ଯୋଗୁ ସାରା ବିଶ୍ୱରେ ୟୁଜର ପ୍ରଭାବିତ ହୋଇଥିଲେ। ଏହି ସମୟରେ ୧ଲକ୍ଷ ୮୦ ହଜାରରୁ ଅଧିକ ୟୁଜର ଇଂଷ୍ଟାଗ୍ରାମ ଆଉଟେଜ ଯୋଗୁ ଆକ୍ସେସ କରିପାରୁନଥିଲେ ଓ ଏହା ବି ଚଳିତ ମାସରେ ହୋଇଛି । ଡାଉନ ଡିଟେକ୍ଟର ରିପୋର୍ଟ ଅନୁସାରେ ଫଟୋ ଏବଂ ଭିଡିଓ ସେୟାରିଂ ଆପ ଇଂଷ୍ଟାଗ୍ରାମ ୟୁଜରଙ୍କୁ ଲଗଇନ୍ କରିବା, କଣ୍ଟେଣ୍ଟ ଡାଉନଲୋଡ କରିବା ଭଳି ସମସ୍ୟାରେ ସମ୍ମୁଖୀନ ହୋଇଥିଲେ।

ତେବେ ଶୁକ୍ରବାର ସାଇଟ ଡାଉନ ହେବା ଯୋଗୁ କେତେ ୟୁଜର ପ୍ରଭାବିତ ହୋଇଛନ୍ତି ଏପର୍ଯ୍ୟନ୍ତ ତାର ହିସାବ ମିଳି ନାହିଁ। ତେବେ ପୂର୍ବାହ୍ନରେ ଅନେକ ୟୁଜର ଟ୍ୱିଟରରେ ଟ୍ୱିଟ୍ କରି ଇଂଷ୍ଟାଗ୍ରାମ ଆକ୍ସେସ କରିବାରେ କେବଳ ତାଙ୍କୁ ସମସ୍ୟା ହେଉଛି କି ଅନ୍ୟମାନଙ୍କୁ ସମସ୍ୟା ହେଉଛି ତାହା ଜାଣିବାକୁ ଉଦ୍ୟମ କରୁଥିଲେ। ଏଥିରେ ଅନେକ ୟୁଜର ସେମାନଙ୍କ ଡିଭାଇସ୍ରେ ଇଂଷ୍ଟା ଆକ୍ସେସ କରି ପାରୁନଥିବା ସୂଚିତ କରୁଥିଲେ। ଏଥିରେ ୟୁଜରଙ୍କୁ ଫିଡ୍, ଷ୍ଟୋରୀ ଓ ପୋଷ୍ଟ ଅପଲୋଡ କରିବାରେ ହେଉଥିବା ସମସ୍ୟା ସମ୍ପର୍କରେ ସୂଚିତ କରୁଥିଲେ। ଏଥିରେ କିଛି ୟୁଜରଙ୍କୁ ଲଗିଇନ୍ କରିବାରେ ଓ ଆଉ କିଛି ଫିଡ୍ ରିଫ୍ରେସ୍ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।
ଅନୁକମ୍ପାରେ ମିଳୁଥିବା ଚାକିରୀ ଅଧିକାର ନୁହେଁ, ଯୋଗ୍ୟତା ପୂରଣ କରିବା ଜରୁରୀ: ସୁପ୍ରିମକୋର୍ଟ