ପୁଣି ଥରେ ଠପ୍ ହେଲା instagram ସର୍ଭର, Hi, hello  କିଛିବି ଯାଉନି

Published By : Prameya-News7 Bureau | January 11, 2023 IST

ନୂଆଦିଲ୍ଲୀ ୧୧।୧:  ଇନଷ୍ଟାଣ୍ଟ ମେସେଜିଂ ଆପ୍ ଇଂଷ୍ଟାଗ୍ରାମ ପୁଣି ଥରେ ଡାଉନ ହୋଇଯାଇଛି। ପ୍ରାୟ ୧ ଘଣ୍ଟା ହେବ ଲୋକେ ପରସ୍ପରକୁ ମେସେଜ୍ ଆଦାନପ୍ରଦାନ କରିପାରୁ ନାହାନ୍ତି। ଇଂଷ୍ଟାଗ୍ରାମ ଡାଉନ ନେଇ ଡାଉନ ଇଣ୍ଡିକେଟର ୱେବ୍ ସାଇଟ୍ ଏକ ଟ୍ୱିଟ୍‌ ମଧ୍ୟ ସେୟାର କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବୁଧବାର ମଧ୍ୟାହ୍ନ ୧୨ଟା ପରଠାରୁ ଇଂଷ୍ଟାଗ୍ରାମ ଡାଉନ ରହିଛି। ଏଣୁ ଲୋକେ ଲଗାତାର ଅଭିଯୋଗ କରୁଛନ୍ତି। ତେବେ ଏ ପର୍ଯ୍ୟନ୍ତ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନି।

wp:html /wp:html

ଇଂଷ୍ଟାଗ୍ରାମ ସର୍ଭର ଡାଉନ ହେବା ଯୋଗୁ ଲୋକେ ପରସ୍ପରକୁ ବାର୍ତ୍ତା ପ୍ରେରଣ କରି ପାରୁ ନାହାନ୍ତି। ଏଣୁ ୟୁଜର ଟ୍ୱିଟର ମାଧ୍ୟମରେ ଇଂଷ୍ଟା ଡାଉନ ପଡିଥିବାର ଅଭିଯୋଗ କରୁଛନ୍ତି। ଏଥିରେ ଲୋକେ ଯେତେବେଳେ କାହାକୁ ବାର୍ତ୍ତା ପଠାଉଛନ୍ତି କେବଳ ସେଣ୍ଡିଂ ଅପସନ୍‌ ଦେଖାଯାଉଛି ତେବେ ସାମ୍ନାରେ ଥିବା ବ୍ୟକ୍ତିଙ୍କୁ ବାର୍ତ୍ତା ଡେଲିଭରି ହେଉ ନାହିଁ।

wp:html /wp:html

ଇଂଷ୍ଟାଗ୍ରାମ ଡାଉନ ହେବା ଯୋଗୁ ଜନୈକ ଟ୍ୱିଟର ୟୁଜର ଲେଖିଛନ୍ତି ଯେ କେବଳ ମୁଁ ଇଂଷ୍ଟାଗ୍ରାମ ବ୍ୟବହାର କରିପାରୁନି ନା ସମସ୍ତେ ସମାନ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏଥିରେ ଅନ୍ୟ ଜଣେ ୟୁଜର ପୁରା ଇଂଷ୍ଟାଗ୍ରାମ କାମ କରୁଛି କେବଳ ଡିଏମକୁ ଛାଡି, ଏହା କିପରି ସମ୍ଭବ ବୋଲି ପ୍ରଶ୍ନ କରିଛନ୍ତି। ଏଣୁ ଲୋକେ ଟ୍ୱିଟରରେ ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିବାରେ ଲାଗିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଗତବର୍ଷ ଅକ୍ଟୋବାର ମାସରେ ଇଂଷ୍ଟାଗ୍ରାମ ସର୍ଭର ଡାଉନ ହୋଇଥିଲା। ଏହା ପରେ ଅନେକ ଲୋକଙ୍କ ଆକାଉଣ୍ଟ ଆପେ ଆପେ ସସପେଣ୍ଡ ହୋଇଯାଇଥିଲା। ତେବେ ପରେ କମ୍ପାନୀ ସମସ୍ୟାର ସମାଧାନ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.